ସୁସ୍ଥ ହେଉଛି ରାହୁଲ..ଡାକ୍ତରଙ୍କ ସହ କିଭଳି ଖେଳୁଛି Rahul…ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ସୁସ୍ଥ ହେଉଛି ମୃତ୍ୟୁବିଜୟୀ ରାହୁଲ । ହସ୍ପିଟାଲ ବେଡରେ ହସୁଛି ଓ ମୋବାଇଲରେ ଖେଳୁଛି ଏବଂ ନିଜର ବଳ ମଧ୍ୟ ପ୍ରଦର୍ଶଣ କରୁଛି ସେ । ଗଭୀର ବୋରୱେଲ ଭିତରେ ମୃତ୍ୟୁ ମାତ୍ ଦେଇ ଫେରିଥିବା ରାହୁଲ ଏବେ ପୁଣି ଆଗଭଳି ହସଖୁସି କରିବାକୁ ଲାଗିଛି । ବର୍ତ୍ତମାନ ରାହୁଲ ଛତିଶଗଡ ବିଳାସପୁର ସ୍ଥିତ ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଛି । ତା’ର ସମସ୍ତ ଟେଷ୍ଟ ରିପୋର୍ଟ ବି ନର୍ମାଲ ରହିଛି ।

ଖୁବଶୀଘ୍ର ସେ ସୁସ୍ଥ ହୋଇ ଘରକୁ ଫେରିବ ବୋଲି ଡାକ୍ତର କହିଛନ୍ତି । ତେବେ ରାହୁଲର ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁଯାୟୀ, ବର୍ତ୍ତମାନ ତାକୁ ଇଞ୍ଜେକ୍ସନ ଦିଆଯିବା ବନ୍ଦ କରାଯାଇଛି । ସେ ନିଜ ହାତରେ ଖାଇବା ପିଇବା କରୁଛି । ସେଥିପାଇଁ ଏବେ ରାହୁଲଙ୍କୁ ଓରାଲ ମେଡିସିନ ଦିଆଯାଉଛି ।

ସମସ୍ତ ଟେଷ୍ଟ ରିପୋର୍ଟ ନର୍ମାଲ ଆସିବା ପରେ ଡାକ୍ତରୀ ଟିମ୍ ପିଲାଟିର ଫିଜିଓ ଏକ୍‌ଜିବିଟି ବୃଦ୍ଧି ଉପରେ ଫୋକସ କରୁଛନ୍ତି । ଯେଉଁଭଳି ଭାବେ ରାହୁଲର ସ୍ବାସ୍ଥ୍ୟରେ ଉନ୍ନତି ଆସିଛି ସେ ଖୁବଶୀଘ୍ର ନିଜ ଗୋଡରେ ଛିଡା ହେବା ସହ ଆଗଭଳି ଚାଲିପାରିବ ବୋଲି ଆଶା କରାଯାଉଛି । ତେବେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ଟ୍ବିଟ୍ କରି ରାହୁଲର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଜଣାଇଛନ୍ତି ଏବଂ ପୁଣିଥରେ ସେ ଆଗଭଳି ଚଲାବୁଲା କରିପାରିବ ଜାଣି ଖୁସି ପ୍ରକଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଫେସବୁକରେ ରାହୁଲର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ରାହୁଲର ସ୍ବାସ୍ଥ୍ୟ ଉପରେ ସ୍ଥାନୀୟ ପ୍ରଶାସନ ନଜର ରଖିଛି । ଜିଲ୍ଲାପାଳ ହସ୍ପିଟାଲରେ ପହଞ୍ଚି ତା’ର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ସେଠାରେ ସେ ରାହୁଲକୁ ଭେଟି କିଛି ଚିତ୍ର ଏବଂ ବହି ମଧ୍ୟ ଭେଟି ଦେଇଛନ୍ତି ।

ପ୍ରକାଶଥାଉ କି, ଜାଞ୍ଜଗିରି-ଚାମ୍ପା ଜିଲ୍ଲାରେ ୮୦ ଫୁଟ ଗଭୀର ବୋରୱେଲ ଭିତରେ ୧୧ ବର୍ଷୀୟ ରାହୁଲ ଖସିପଡିଥିଲା । ମୃତ୍ୟୁ ସହ ଦୀର୍ଘ ୫ ଦିନ ସଂଘର୍ଷ କରିବା ପରେ ତାକୁ ଉଦ୍ଧାର କରିଥିଲେ ରେସ୍କ୍ୟୁ ଟିମ୍ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *