‘ବାହାରେ ଚପଲ ଜଣଙ୍କର ଭିତରେ ସୋଇଛି ଆଉ ଜଣେ…’ Rashmi Rekha ଙ୍କ ମାମଲାରେ ଏମିତି କହିଲେ ଅଭିନେତା Hara Ratha, ଦେଖନ୍ତୁ Video

ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟାକୁ ନେଇ ସମୟ ଗଡିବା ସହ ସନ୍ଦେହ ମଧ୍ୟ ବଢିବାରେ ଲାଗିଛି । ରଶ୍ମିଙ୍କ ମୃତଦେହ ଦେଖି ତାଙ୍କ ପରିବାର ଲୋକେ ସେ ଆତ୍ମହତ୍ୟା କରିଥିବା ବିଶ୍ବାସ କରି ପାରୁନାହାନ୍ତି । ରଶ୍ମିଙ୍କ ସଂପୂର୍ଣ୍ଣ ମୁହଁ କଳା ପଡିବା ସହ ମୁଣ୍ଡ ଫୁଲିଯାଇଛି ଓ ଆଖି ଏବଂ ନାକରୁ ରକ୍ତ ମଧ୍ୟ ବାହାରୁଛି । ଯେଉଁଥି ପାଇଁ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ କରୁଛନ୍ତି ରଶ୍ମିଙ୍କ ପରିବାର । ରଶ୍ମିଙ୍କ ଘରୁ କିନ୍ତୁ ଏକ ସୁଇସାଇଡ ନୋଟ ମିଳିଛି ।

ଯେଉଁଥିରେ ରଶ୍ମି ଲେଖିଛନ୍ତି କି ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି । ଖାସ କରି ସନ୍ତୋଷଙ୍କୁ କେହି କିଛି ନ କହିବାକୁ ସେ ଲେଖିଛନ୍ତି । ତେବେ ରଶ୍ମି ତାଙ୍କ ମୃତ୍ୟୁର କାରଣ ସେଥିରେ ଲେଖି ନାହାନ୍ତି । ଏନେଇ ରଶ୍ମିଙ୍କ ସହ ଗୋଟିଏ ସିରିଏଲରେ କାମ କରିଥିବା ଅଭିନେତା ହର ରଥ ମଧ୍ୟ ବଡ ମନ୍ତବ୍ୟ ଦେଇଛନ୍ତି । ରଶ୍ମିଙ୍କୁ ଶୁଟିଙ୍ଗ ସେଟରୁ ସେ ଅଳ୍ପ ବହୁତ ଜାଣିଥିବା କହିଛନ୍ତି । ରଶ୍ମି ବହୁତ ମିଶାଣିଆ ସ୍ଵଭାବ ଓ ହସ ହସ ମୁହଁର ଝିଅ ଥିଲେ ।

ସେ କେବେ ହେଲେ ତାଙ୍କୁ ମନ ମଳିନ କରିଥିବା ଦେଖି ନାହାନ୍ତି । କିଛିଦିନ ପୂର୍ବରୁ ରଶ୍ମି ଶୁଟିଙ୍ଗ ସେଟକୁ ନ ଆସିବାର ଦେଖି ପଚରାଉଚରା କରିବାରୁ ଶୁଣିବାକୁ ପାଇଥିଲେ କି ରଶ୍ମି ତାଙ୍କ ପ୍ରେମିକ ରାଜାଙ୍କୁ ବିବାହ କରିବେ ଶୁଟିଙ୍ଗ ଛାଡିଦେଲେ । ରାଜାଙ୍କ ନାଁ କରିଥିବା କଥା ମଧ୍ୟ ସେ ଜାଣିଥିଲେ । କିନ୍ତୁ ହଠାତ ଯେତେବେଳେ ସେ ଦେଖିଲେ କି ରଶ୍ମି ସୁଇସାଇଡ କରିଛନ୍ତି ସେ ଏହାକୁ ବିଲକୁଲ ଗ୍ରହଣ କରିନାହାନ୍ତି ।

ସେ କହିଛନ୍ତି କେହିବି ଖାଲିଟାରେ ସୁଇସାଇଡ କରିବ ନାହିଁ । ଏଥିପାଇଁ ତାଙ୍କୁ ହୁଏତ ମାନସିକ ଚାପ ପକାଯାଇଛି । ରଶ୍ମିଙ୍କ ଘରୁ ମିଳିଥିବା ସୁଇସାଇଡ ନୋଟକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ହର । ଚିଠିଟି ହୁଏତ କେହି ତାଙ୍କୁ ଜବରଦସ୍ତ ଲେଖାଇ ଥାଇପାରେ । ଏହାର ଫରେନସିକ ଯାଞ୍ଚ ହେବା ଉଚିତ । କିଛିଦିନ ପୂର୍ବରୁ ସମସ୍ତେ ଜାଣିଥିଲେ କି ରଶ୍ମି ରାଜାଙ୍କ ସହ ଅଛନ୍ତି କିନ୍ତୁ ଏବେ ଜଣାପଡୁଛି କି ସେ ସନ୍ତୋଷ ପାତ୍ରଙ୍କ ସହ ରହୁଥିଲେ ।

ଯେଉଁଥି ପାଇଁ ସେ କହିଛନ୍ତି କି ଚପଲ ଜଣଙ୍କର ଅଛି ଆଉ ଭିତରେ ଆଉ ଆଉ କିଏ ଶୋଇଛି । ଅନେକ ସନ୍ଦେହଜନକ ସ୍ଥିତି ନଜର ଆସୁଥିବାରୁ ଉଚିତ ତଦନ୍ତ ହୋଇ ରଶ୍ମିଙ୍କୁ ନ୍ୟାୟ ମିଳୁ ବୋଲି ହର ଚାହାଁନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *