ଖେଳ ହେଲା ଓଲଟା, Anubhav ଙ୍କୁ ଲାଗିଲା ବଡ ଝଟକା, ବର୍ଷା ଆଉ ଛାଡିବେନି ଶାଶୁଘର !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବାଜି ପୁରା ପଲଟି ଯାଇଛି । ଅନୁଭବ ଙ୍କୁ ଲାଗିଛି ବଡ଼ ଝଟକା । ଅନୁଭବ ଙ୍କୁ ଝଟକା ଦେଇଛନ୍ତି ଜିଲ୍ଲା ଜଜ୍ । ଏହି ନିଷ୍ପତ୍ତି ଉପରେ ଅନୁଭବ ଙ୍କୁ ଝଟକା ଲାଗିଛି । ତେବେ ବର୍ଷା ଙ୍କୁ ଅନୁଭବ ଘର ଛାଡ଼ି ଯେଉଁ ନିର୍ଦେଶ ଓ ରୋକ ଲାଗିଛି ଏହାକୁ ନେଇ ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅନୁଭବ ଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ପାଇଁ କୋର୍ଟ ନିର୍ଦେଶ ଦେଇଥିଲା ଏବଂ ମାସିକ ତିରିଶ ହଜାର ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଥିଲା ।

ନିର୍ଦେଶ ପାଇବାର ଦୁଇ ମାସ ପରେ ବର୍ଷା ଘର ଛାଡ଼ିଥିଲେ ଏବଂ ଟଙ୍କା ବି ଦେଇଥିଲେ ଅନୁଭବ । କିନ୍ତୁ ହଠାତ ଏମିତି ଝଟକା କେମିତି ଲାଗିଲା ଅନୁଭବ ଙ୍କୁ । ତେବେ ବର୍ଷା କୋର୍ଟ ର ନିଷ୍ପତ୍ତି ଉପରେ ଜିଲ୍ଲା ଜଜ୍ ଙ୍କ କୋର୍ଟ ରେ ଆପିଲ କରିଥିଲେ ଏବଂ ଏହି ଆପିଲ ରେ ଆସିଛି ଷ୍ଟେ ଅର୍ଡର । ତେବେ ଏହି ମାମଲା ର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୪ ତାରିଖରେ କରାଯିବ ବୋଲି ଶୁଣିବାକୁ ମିଳୁଛି ।

ଘରଭଡ଼ା ବାବଦକୁ ମାସିକ ଅନୁଭବ ତିରିଶ ହଜାର ଟଙ୍କା ବି ଦେଇଥିଲେ । କୋର୍ଟ ର ନିଷ୍ପତ୍ତି ଅନୁସାରେ ଅନୁଭବ ଙ୍କ ପୈତୃକ ଘର ହେଉଛି ସେଇଠି ଯେଉଁଠାରେ ବର୍ଷା ରହୁଛନ୍ତି । ଅନୁଭବ ଙ୍କ ବାପା ଓ ମାଆ ବୃଦ୍ଧ ହୋଇଯିବା କାରଣରୁ ତାଙ୍କର ବାପା ଓ ବଡବାପା ସେଠାରେ ରହିବାକୁ ଚାହୁଁଛନ୍ତି । ସେହି ଆଧାର ରେ ବର୍ଷା ଙ୍କୁ ଇକ୍ୱଲ ଷ୍ଟେଟସ ରେ ଘର ଭଡ଼ା ଦେବା ପାଇଁ କୁହା ଯାଇଥିଲା ।

ଯାହାକୁ ମାନ୍ୟ କରି ଅନୁଭବ ବର୍ଷା ଙ୍କ ଆକାଉଣ୍ଟ କୁ ପଇସା ମଧ୍ୟ ଦେଇଥିଲେ । କିନ୍ତୁ ଏବେ ଯେଉଁ ଖବର ଟି ଆସୁଛି ତାହା ନିଶ୍ଚିତ ଭାବରେ ଅନୁଭବ ଙ୍କ ପାଇଁ ଝଟକା ସଦୃଶ । ତେବେ ବର୍ଷା କହିଛନ୍ତି ତାଙ୍କର କେହି ଭାଇ ନାହାନ୍ତି । ସେ ତାଙ୍କ ଭଉଣୀ କୁ ନେଇ ରହିଛନ୍ତି ଏବଂ ତାଙ୍କ ମାଆ ବି ଅସୁସ୍ଥ ରହିଛନ୍ତି । ତେଣୁ ଏଭଳି ଅବସ୍ଥାରେ ଅନ୍ୟତ୍ର କେଉଁଠି ଯାଇ ରହିବା ତାଙ୍କ ପକ୍ଷରେ ଅସମ୍ଭବ ଅଟେ ।

ଯେଉଁ କାରଣରୁ ତାଙ୍କୁ ସେହି ଘରେ ରହିବାର ଅନୁମତି ଦିଆଯାଉ ବୋଲି ସେ ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଥିଲେ । ତେବେ ଜିଲ୍ଲା ଜଜ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି । ଅନ୍ୟ ପକ୍ଷରେ କୁହାଯାଉଛି ଯେ, ସ୍ୱାମୀ ଓ ସ୍ତ୍ରୀ ର ଏହି ବାଜି ରେ ସ୍ତ୍ରୀ ଏବେ ଆଗକୁ ବଢ଼ିଛନ୍ତି । ସ୍ୱାମୀ ଙ୍କ ପାଇଁ ବାଜି ସମ୍ପୂର୍ଣ୍ଣ ରୂପରେ ପଲଟି ଯାଇଛି । ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ, ପୁଣି କଣ ପଟ ପରିବର୍ତ୍ତନ ହେଉଛି କୋର୍ଟ ର ନିର୍ଦ୍ଦେଶ ରେ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *