ବନ୍ଧୁଗଣ, ସୂଚନା ଅନୁଯାୟୀ ଗତକାଲି ରାତି ୧୧.୩୦ ରୁ ୧୨ ଟା ସୁଦ୍ଧା ଜିଲ୍ଲାପାଳ କହିଥିଲେ ଯେ ଖୁବ ଅଳ୍ପ ସମୟର ପ୍ରତିକ୍ରିୟା ଅଛି ସମସ୍ତେ ମଧ୍ୟ ଅପେକ୍ଷା କରି ରହିଥିଲେ ରାତି ୧ ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ତାହା ପରେ ଦେଖାଗଲା ଯେ ଉଦ୍ଧାର ପ୍ରକ୍ରିୟା ବିଳମ୍ବିତ ହେଉଛି । ତାହାର କାରଣ ଆଜି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ ଯେତେବେଳେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ, ପିଲାଟି ଯେଉଁ ଜାଗାରେ ଅଛି ତଥା ଯେଉଁ ଗାତରେ ଫସିକି ଅଛି ।
ସେଠାରୁ ପାଖାପାଖି ୪ ଫୁଟ ଓସାରର କଠିନ ପଥର ର ଏକ ଆସ୍ତରଣ ରହିଥିଲା । ଏହି ପଥର ର ଆସ୍ତରଣ କୁ ଭେଦ କରି ପିଲା ନିକଟରେ ପହଁଞ୍ଚିବା ଏକ କଠିନ ବ୍ୟାପାର ରହିଥିଲା ଯେମିତି ଆଶା କରାଯାଉଥିଲା ଯେହେତୁ ସେମାନେ ସମାନ୍ତର ଭାବରେ ପିଲାଟି ଯେଉଁଠାରେ ଅଟକି ରହିଅଛି ଏବଂ ତାକୁ ଯେଉଁ ବିକଳ୍ପ କରାଯାଉଥିଲା ସେହି ବିକଳ୍ପ ଜରିଆରେ ସେମାନେ ତାହାର ପାଖାପାଖି ପହଁଞ୍ଚିଥିଲେ ।
ମଝିରେ ଯେଉଁ ପଥରର ଆସ୍ତରଣ ରହିଥିଲା ତାହାକୁ ରାତି ତମାମ ଫଟାଇବା ନିମନ୍ତେ ଚେଷ୍ଟା କରଯାଇଥିଲା କିନ୍ତୁ ସଫଳତା ମିଳି ନଥିଲା । ଗତକାଲି ଠାରୁ ଯେଉଁ ପ୍ରକ୍ରିୟା ଚାଲିଥିଲା ସେହି ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏହି ଅଞ୍ଚଳରେ ସଂପୂର୍ଣ୍ଣ ଧୂଆଁଳିଆ ପରିବର୍ତ୍ତନ ସୃଷ୍ଟି ହୋଇଥିଲା ଜିଲ୍ଲାପାଳ ଆଉ ଏକ କଥା ସ୍ପଷ୍ଟ କରିଛନ୍ତି ଯେ ଗତକାଲି ରାତିରେ ରାହୁଲ କିଛି ଖାଇ ନାହିଁ ।
ଯେତେକ ଖାଦ୍ୟ ଦିଆଯାଇଥିଲା ସେ କିଛି ଖାଇ ନାହିଁ ଏବଂ ଆଜି ସୂଚନା ଅନୁଯାୟୀ ରାହୁଲ ଆଖି ପତା ପକାଉଥିଲା । ଅର୍ଥାତ ରାହୁଲ ବର୍ତ୍ତମାନ ସତେଜ ଅଛି ତଥା ଠିକଠାକ ଅଛି । ରାହୁଲ ପାଖକୁ ନିରନ୍ତର ଅକ୍ସିଜେନ ସପ୍ଲାଇ କରାଯାଉଅଛି । ଏବଂ ଏହା ସହିତ ସେହି ଗାତପଟେ ଖାଦ୍ୟ ମଧ୍ୟ ପଠାଯାଉଅଛି । ରାହୁଲ ଯେଉଁ ଅଞ୍ଚଳରେ ରହୁଛନ୍ତି ସେହି ଅଞ୍ଚଳ ଟି ସମ୍ପୂର୍ଣ୍ଣ କଠିନ ପଥରରେ ପରିପୂର୍ଣ୍ଣ ।
ହେବି ମେସିନ ର ପ୍ରୟୋଗ ରେ ଏହି ଜାଗାକୁ ଖୋଳିବାରେ ସେମାନେ ସକ୍ଷମ ହୋଇଛନ୍ତି । ମାତ୍ର ପଥର କାଟି ରାହୁଲ ପାଖରେ ପହଞ୍ଚି ତାକୁ ଉଦ୍ଧାର କରିବା ସମୟରେ ଯେମିତି ତାହାର ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରକାରର ପ୍ରଭାବ ନ ପଡିବ ସେଥିପ୍ରତି ମଧ୍ୟ ପ୍ରାଥମିକତା ଦିଆଯାଉଅଛି । ଭଗବାନ ଙ୍କ ନିକଟରେ ପ୍ରାର୍ଥନା ଯେ ରାହୁଲ ଯଥାଶୀଘ୍ର ଉଦ୍ଧାର ହୋଇଯାଉ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।