ଅପେକ୍ଷାର ଅନ୍ତ ଘଟିଲା ! 80 ଫୁଟ ବୋରୱେଲରୁ ସୁରକ୍ଷିତ ଉଦ୍ଧାର ହେଲେ Rahul ! ଦେଖନ୍ତୁ Exclusive ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ୮୦ ଫୁଟର ଗଭୀର ଗାତରୁ କେତେବେଳେ ବାହାରିବ ୧୦ ବର୍ଷର ଛୁଆ ରାହୁଲ ସାହୁ ? ବାସ୍ତବରେ ବୋରୱେଲ ଗାତ ଭିତରେ କେମିତି ଅବସ୍ଥାରେ ଅଛି ମାନସିକ ଅନଗ୍ରସର ଶିଶୁ ରାହୁଲ ? କେବେ ସରିବ ଅପରେସନ ରାହୁଲ ? ଶୁକ୍ରବାରରୁ ସୋମବାର ହୋଇଗଲା, ଲାଗିରହିଛି ସସ୍‌ପେନ୍ସ । ୭୨ ଘଣ୍ଟା ବିତିଗଲା, ଅପରେସନ ରାହୁଲକୁ ନେଇ ଯେତିକି ଆଶା ଦେଖାଦେଇଛି, ସେତିକି ଆଶଙ୍କା ବି ଲାଗିରହିଥିଲା । କିନ୍ତୁ ଏବେ ସେ ସବୁର ଅନ୍ତ ଘଟିଛି ।

ରାହୁଲ କୁ ସୁରକ୍ଷିତ ଭାବେ ଉଦ୍ଧାର କରା ଯାଇଛି । ତୁରନ୍ତ ତାହାକୁ ଆମ୍ବୁଲାନ୍ସ ଜରିଆରେ ନିକଟସ୍ଥ ବିଳାସପୁର ହସ୍ପିଟଲ ରେ ଭର୍ତ୍ତି କରା ଯାଇଛି । ଉଦ୍ଧାର କାରୀ ଟୀମ ଙ୍କ ପ୍ରଚେଷ୍ଟା ବଳରେ ଆଜି ରାହୁଲ ସୁରକ୍ଷିତ ଫେରି ପାରିଛନ୍ତି । ତେବେ ଆଜିକୁ ୩ ଦିନ ଧରି ଜାରି ରହିଥିବା ଅପରେସନ୍ ଆଜି ସଫଳ ହୋଇଛି । ଉଧାରକାରୀ ଟୀମ କୁ ବଡ ସଫଳତା ମିଳିଛି । ଇତିମଧ୍ୟରେ ସମାନ୍ତରାଳ ଭାବେ ପ୍ରାୟ ୮୦ ଫୁଟ ତଳକୁ ଗାତ ଖୋଳାସରି ସୁଡ଼ଙ୍ଗ ଖୋଳା ହୋଇଥିଲା ।

ରାୟପୁରରୁ ଆସିଥିବା ହେଭି ମେସିନାରୀ ସହ ରକ୍ ବ୍ରେକର ସହାୟତାରେ ସୁଡ଼ଙ୍ଗ ଖୋଳା ଯାଇଥିଲା । ଷ୍ଟୋନ ବ୍ରେକର ସହାୟତାରେ ପଥରକୁ ଭେଦି ଏନ୍‌ଡିଆରଏଫ୍ ଏବଂ ଏସ୍‌ଡିଆରଏଫ୍ ଯବାନ ରାହୁଲ କୁ ଉଦ୍ଧାର କରିଛନ୍ତି । ପ୍ରାୟ ୫ଫୁଟ ଲମ୍ବର ସୁଡ଼ଙ୍ଗ ଖୋଳିବା ପରେ ସେହି ବାଟ ଦେଇ ରାହୁଲ ନିକଟରେ ଯବାନ ପହଞ୍ଚିଥିଲେ ଓ ରାହୁଲ କୁ ଉଦ୍ଧାର କରିଛନ୍ତି । କିନ୍ତୁ ଅପରେସନରେ ପ୍ରତିବନ୍ଧକ ସାଜିଥିଲା ପଥର ଖଣ୍ଡ । ତେଣୁ ଟନେଲ୍ ତଥା ସୁଡ଼ଙ୍ଗ ଖୋଳାରେ ବିଳମ୍ବ ହୋଇଥିଲା । ଏପରିକି କାଳେ ମାଟି ଧସିବ, ତେଣୁ ଅତି ସତର୍କତାର ସହ ଟନେଲ୍ ଖୋଳା ହୋଇଥିଲା ।

ରାହୁଲ କୁ ବଞ୍ଚେଇବା ଉଧାରକାରୀ ଟୀମ ପାଇଁ ସ୍ବାଉଠୁ ବଡ ଚାଲେଞ୍ଜ ହୋଇଥିଲା । ଗାତ ଭିତରେ ଥିବା ରାହୁଲକୁ ଧୈର୍ଯ୍ୟ ଆଉ ସାହସକୁ ମଧ୍ୟ ମାଣିବାକୁ ପଡିବ ଯାହା ପାଇଁ ଆଜି ସେ ଜୀବିତ ଫେରି ଆସିଛନ୍ତି । ନିୟମିତ ବ୍ୟବଧାନରେ ତାପାଖକୁ ଖାଦ୍ୟ ପଦାର୍ଥ ଯଥା କଦଳୀ, ସେଓ ସହ ଓଆର୍‌ଏସ୍‌ ପଠା ଯାଉଥିଲା । କେବଳ ଖାଦ୍ୟ ନୁହେଁ, ପାଇପ୍ ଜରିଆରେ ଅମ୍ଲଯାନ ପଠାଯାଉଥିଲା । ତାସହ ୨୪ ଘଣ୍ଟା ସିସିଟିଭି ଜରିଆରେ ମନିଟରିଂ କରାଯାଉଥିଲା।

ତେବେ ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁର ୧୦ ବର୍ଷର ପିଲା ରାହୁଲ ସାହୁ ଗତ ଶୁକ୍ରବାର ଅପରାହ୍ନ ୪ଟାରେ ଖେଳୁ ଖେଳୁ ଖୋଲାଥିବା ବୋରୱେଲ ଗାତରେ ଗଳି ପଡ଼ିଥିଲା । ତେବେ ବର୍ତ୍ତମାନ ସମସ୍ତଙ୍କ ପାର୍ଥନା ହିଁ କାମ ଦେଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *