ବନ୍ଧୁଗଣ, ସୂଚନା ଅନୁଯାୟୀ ରାତି ସାରା ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ରାହୁଲ ନିମନ୍ତେ ଉଦ୍ଧାରକାରୀ ଟିମ । ୮୦ ଘଣ୍ଟା ର ଅପରେସନ, ମାତ୍ର ରାହୁଲ କୁ ଉଦ୍ଧାର କରି ପାରିନାହାଁନ୍ତି ଉଦ୍ଧାରକାରୀ ଦଳ । ୮୦ ଫୁଲ ଗଭୀରରେ ବର୍ତ୍ତମାନ ପର୍ଯ୍ୟନ୍ତ ରାହୁଲ ଜୀବନ ସହିତ ସଂଘର୍ଷ କରୁଅଛି । କିଏ କହୁଥିଲେ ରାହୁଲ ର ସ୍ଵର ଶୁଭୁଛି ଆଉ କିଏ କହୁଥିଲେ ଯେ ଆମ୍ଭେ ପହଁଞ୍ଚିଗଲୁଣି ରାହୁଲ ପାଖରେ, ଆଉ ମାତ୍ର କିଛି ସମୟ ପରେ ରାହୁଲ ଉଦ୍ଧାର ହୋଇଯିବ ।
ଏହାପର ଠାରୁ ରାହୁଲ ଅପରେସନ କୁ ଚାହିଁ ରହିଛନ୍ତି ଅଧିକାଂଶ ଲୋକେ । କିଏ ମୋବାଇଲ ରେ ତ ଆଉ କିଏ ଟିଭି ପରଦାରେ । ରାତିସାରା ଅନିଦ୍ରା ରହି ଭଗବାନ ଙ୍କ ନାମ ଜପ କରୁଥିଲେ । କହୁଥିଲେ ହେ’ ପ୍ରଭୁ ରାହୁଲ କୁ ଉଦ୍ଧାର କର । ମାତ୍ର ବିରାଟକାୟ ପଥର ରାହୁଲ କୁ ଉଦ୍ଧାର କରିବାରେ ବାଧା ସୃଷ୍ଟି କରିଛି । ରାହୁଲ ଙ୍କ ମା’ ବାପା ତଥା ସମ୍ପର୍କୀୟ ସମସ୍ତେ ଆବାକ ହୋଇଯାଇଛନ୍ତି ।
ତାଙ୍କ ପାଟିରୁ କଥା ବାହାରୁନାହିଁ । ଆଖିରେ ଆଖିଏ ଲୁହ ଏବଂ ମନରେ କୋହ, ସତରେ କ’ ଣ ରାହୁଲ ଏତେବଡ ଦୁର୍ଘଟଣା ରୁ ବର୍ତ୍ତିଯିବ । ଛତିଶଗଡ ର ଯାଞ୍ଜଗିରି ଚମ୍ପାର ଗ୍ରାମ ରେ ଶୋକାକୁଳ ପରିବେଶ । ଛତିଶଗଡ ସରକାର ରାହୁଲ ର ଉଦ୍ଧାର ନିମନ୍ତେ ସମସ୍ତ ଉଦ୍ୟଗୋ ଜାରି ରଖିଛନ୍ତି । ଶୁକ୍ରବାର ଦିନ ୪ ଟାରୁ ଅପରେସନ ଆରମ୍ଭ କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ଶେଷ ହୋଇପାରିନାହିଁ ।
ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଡାକ୍ତରୀ ଟିମ ସମସ୍ତେ ଜଗି ରହିଛନ୍ତି ଏପରିକି ରାହୁଲ ନିମନ୍ତେ ଗ୍ରୀନକରିଡର ମଧ୍ୟ କରିଛି ଜିଲ୍ଲା ପ୍ରଶାସନ । ପାଖରେ ଥାଇ ମଧ୍ୟ ରାହୁଲ ବହୁତ ଦୂରରେ କିଛି ଖାଇନାହିଁ ଏ ପର୍ଯ୍ୟନ୍ତ । କିନ୍ତୁ ରାହୁଲ ର ପାଟି ଟିକିଏ ଟିକିଏ ଶୁଭୁଛି । ଏତେ ପଥର ରହିଅଛି ଯେ ଉଦ୍ଧାରକାରୀ ଟିମ ପାଇଁ ତାହା ବହୁତ କଷ୍ଟ ହୋଇଛି ।
ରାହୁଲ ଉଦ୍ଧାର କାର୍ଯ୍ୟ କୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଯେ କେତେବେଳେ ଉଦ୍ଧାର ହେବ ରାହୁଲ ? ରାହୁଲ ଙ୍କ ମା’ କାନ୍ଦି କାନ୍ଦି ବେହୋସ ହୋଇଯିବାର ସୂଚନା ମିଳିଥିଲା । ତେବେ ବର୍ତ୍ତମାନ ରାହୁଲ ଙ୍କ ପରିବାର ସଦସ୍ୟଙ୍କୁ ଧର୍ଯ୍ୟ ର ସହିତ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବାକୁ ହେବ ଯେ ଯଥାଶୀଘ୍ର ରାହୁଲ ଉଦ୍ଧାର ହୋଇଯାଉ । ବନ୍ଧୁଗଣ ଏହି ମର୍ମାହତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।