ବନ୍ଧୁଗଣ, ସୂଚନା ଅନୁଯାୟୀ ରାହୁଲ ଏବଂ ତାଙ୍କ ପରିବାର ଲୋକେ ନିଜ ବୋହୂ କୁ ପାଇ ବର୍ତ୍ତମାନ ବହୁତ ଖୁସି ଅଛନ୍ତି । ତେବେ ଆସନ୍ତୁ ରାହୁଲ ଙ୍କ ବାପା ନିଜ ବୋହୂ ନିଖୋଜ ହେବା ମାମଲାକୁ ନେଇ କ’ଣ ମତାମତ ଦେଉଛନ୍ତି ଜାଣିନେବା । ରାହୁଲ ଙ୍କ ବାପା କହିଛନ୍ତି ଯେ କିଡନାପ ମୋ ବୋହୂ ର ମାମୁଁ, ମା’ ଏବଂ ବାପା ନିଶ୍ଚିତ ଭାବରେ କରିଛନ୍ତି । ଏବଂ ଏହି ମି-ଡି-ଆ ଆଗରେ ବୋହୂ ହରପ୍ରିୟ ର ବାପା କହିଛନ୍ତି ଯେ ମୁଁ ମୋ ବୋହୂ କୁ ମାରି କୁଆଡେ ଗାୟବ କରିଦେଇଛି ।
ମାତ୍ର ମୋ ବୋହୂ କୁ ଯେତେବେଳେ ପଚାରିଲି ମୋ ବୋହୂ କହୁଛି ଯେ ମୁଁ ଏ ବିଷୟରେ କିଛି ଜାଣିନାହିଁ ମତେ ନିଶା ଦେଇ ଅଜ୍ଞାନ ହିସାବରେ ମୁଁ ଯାଇ ସେଠାରେ ପହଞ୍ଚିଲି ଏବଂ ସେହି ଘର ହେଉଛି ମୋ ମାମୁଁ ଘର । ବୋହୂ ଏହା ମଧ୍ୟ କହିଛନ୍ତି ଯେ ମତେ କିଏ ନେଇ ଯାଇଛନ୍ତି ମୁଁ ଜାଣିନାହିଁ ।
ବୋହୂ ର ମାମୁଁ ମାଇଁ ସାହାଡ ର ଡିଗି ରେ ଯେଉଁ ଜଗନ୍ନାଥ ମନ୍ଦିର ଅଛି ସେଠାକୁ ବୋହୂ କୁ ନେଇ ଆସିଥିଲି ଦ୍ଵିତୀୟ ବିବାହ ଅଥବା କେଉଁ ଉଦ୍ଧେଶ୍ୟ ନିମନ୍ତେ ତାହା ମଧ୍ୟ ସ୍ପଷ୍ଟ ଭାବରେ ଜାଣିନାହୁଁ । ମାତ୍ର ଧୂଷୁରି ଥାନା ବାଲା ମତେ ହେଲ୍ପ କରିଛନ୍ତି ତଥା ଆମ୍ଭର ଯିଏ ସରପଞ୍ଚ ଅଛି ସେ ସଂପୂର୍ଣ୍ଣ ଭାବରେ ମତେ ସାହାର୍ଯ୍ୟ କରିଛି । ଏହା ଫଳରେ ମୁଁ ଖବର ପାଇଲି ଯେ ମୋ ବୋହୂ ଏଠାକୁ ଆସୁଛି ବିବାହ କରିବା ନିମନ୍ତେ ।
ମୋ ବୋହୂ ପାଖରେ ଫୋନ ମଧ୍ୟ ନଥିଲା ସେ କିଛି ଉପାୟ କରି ପାରୁନଥିଲା । ତା’ ଠାରୁ ସବୁ ଫୋନ ଛଡାଇ ନେଇ ଯାଇଥିଲେ । ମାତ୍ର ମୁଁ ଖବର ପାଇ ସାରିଥିଲି ସବୁ ସେମାନେ କେଉଁଠିକୁ ଯିବେ କ’ଣ କରିବେ କ’ଣ ନାହିଁ ? ସବୁର ଖବର ପାଇ ସାରିଥିଲି । ଏହାପରେ ଯେତେ ସାହାଡା ଗ୍ରାମ ର ପିଲାମାନେ ଏବଂ ବୋହୂ ର ମାମୁଁ ଘର ମଇତା ପୁର ର କିଛି ଲୋକ ଏ ସମସ୍ତଙ୍କ ସହାୟତାରେ ମୁଁ ମୋ ବୋହୂ କୁ ଉଧାର କରିଛି ।
ଆଉ ମୋ ବୋହୂ ଟି ଏତେ ଭଲ ଯେ ମୋ ପୁଅ କୁ ଦେଖି ତା ମାମୁଁ ହାତ ଛଡାଇ ମୋ ପୁଅ ପାଖକୁ ଦଉଡି ପଳାଇ ଆସିଛି । ଏବଂ ମୁଁ ବହୁତ ଖୁସି ଅଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।