ବିବାହ କରିବେ South ର ଲୋକପ୍ରିୟ ଅଭିନେତ୍ରୀ Sai Pallavi, ଦେଖନ୍ତୁ କେଉଁ ହୀରୋଙ୍କୁ କରିବେ ସେ ବିବାହ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ବିବାହ ବନ୍ଧରେ ଆବଦ୍ଧ ହେବେ ସାଉଥ ଚଳଚିତ୍ର ର ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବୀ । ସେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଅଛନ୍ତି । ସାଇ ଙ୍କ ପାଇଁ ଜଣେ ଉତ୍ତମ ଜୀବନସାଥୀ ଖୋଜିବାରେ ଲାଗିପଡିଛନ୍ତି ତାଙ୍କ ପିତାମାତା । ଆଗକୁ ରିଲିଜ ଅପେକ୍ଷାରେ ଥିବା ତାଙ୍କର ଏକ ସିନେମା ର ରିଲିଜ ପରେ ସେ ବିବାହ କରିବେ ବୋଲି ସୂଚନା ମିଳିଛି । ତେବେ ସେ କାହାକୁ ବିବାହ କରିବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସାଇ ପଲ୍ଲବୀ ମେଡିକାଲ ଷ୍ଟୁଡେଣ୍ଟ ଥାଇ ମଧ୍ୟ ସିନେମା ଜଗତରେ ବେସ ଖ୍ୟାତି ପାଇ ପାରିଛନ୍ତି । ସେ ଖୁବ କମ ସମୟରେ ତେଲୁଗୁ ସିନେ ଜଗତରେ ସଫଳତା ହାସଲ କରିଛନ୍ତି ସାଇ ପଲ୍ଲବୀ । ନିଜର ଅପକମିଙ୍ଗ ସିନେମା କୁ ନେଇ ବର୍ତ୍ତମାନ ଚର୍ଚ୍ଚା ରେ ଅଛନ୍ତି ସାଇ । ଏହି ଚଳଚିତ୍ର ରେ ସାଇ ଙ୍କ ସହିତ ବାହୁବଲି ଫେମଆକ୍ଟର ରାଣାଦଗବତୀ ମଧ୍ୟ ନଜର ଆସିବେ ।

ସାଇ ଙ୍କୁ ତାଙ୍କର ସୁନ୍ଦରତା ଏବଂ ସୁନ୍ଦର ହସ ନିମନ୍ତେ ସମସ୍ତେ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି । ପଲ୍ଲବୀ ଙ୍କୁ ସିମ୍ପଲ ଲୁକ ନିମନ୍ତେ ମଧ୍ୟ ବହୁତ ଦର୍ଶକେ ପସନ୍ଦ କରିଥାନ୍ତି । ସାଇ ପଲ୍ଲବୀ ୧୯୯୨ ମସିହା ମଇ ମାସ ୯ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ । ସାଇ ପିଲା ଦିନୁ ଉତ୍ତମ ପାଠ ପଢିବା ସହିତ ଅଭିନୟ ମଧ୍ୟ କରି ଆସିଛନ୍ତି । ତାଙ୍କୁ ଡ୍ୟାନ୍ସ କରିବାକୁ ବହୁତ ଭଲ ଲାଗେ ।

ସାଇ ପଲ୍ଲବୀ ବର୍ତ୍ତମାନ ସାଉଥ ସିନେମା ରେ ବହୁତ ବଡ ଷ୍ଟାର ବନି ଗଲେଣି । ସାଇ ପଲ୍ଲବୀ କୌଣସି ପ୍ରକାର ବିଶେଷ ମେକଅପ ର ପ୍ରୟୋଗ ନ କରୁଥିବାରୁ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ନ୍ୟାଚୁରାଲ ବିଉଟି ର ନାମ ମଧ୍ୟ ଦେଇଛନ୍ତି । ତେବେ ବର୍ତ୍ତମାନ ସାଇ ପଲ୍ଲବୀ ବିବାହ କରିବାକୁ ଯାଉଛନ୍ତି ।

ଏହି ଖବର କୁ ଶୁଣିବା ପରେ ସାଇ ଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ଏବଂ ନିଜର ଅବିଷ୍ମୟ ଅଭିନୟ ଯୋଗୁଁ ଆଜି ମଧ୍ୟ ସାଇ ଫ୍ୟାନ୍ସ ମାନଙ୍କ ହୃଦୟରେ ରାଜ କରୁଛନ୍ତି । ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ପ୍ରାଏ ସାଇ ଙ୍କୁ ଚଳଚିତ୍ର ରେ ଦେଖିବାକୁ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *