ବାରବାଟୀରେ ସେଦିନ ଏମିତି କଣ ହୋଇଥିଲା କି ରାଗିକି ଦର୍ଶକ କରିଥିଲେ ବୋତଲ ମାଡ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ, ବାରବାଟୀ ରେ ମ୍ୟାଚ ଆସିଲେ ମନେପଡେ ବୋତଲମାଡ । ତେବେ ସେଦିନ ହୋଇଥିଲା କ’ଣ ? କାହିଁକି ଉତକ୍ଷପ ହୋଇଥିଲେ ଦର୍ଶକ ? ତେବେ ସବୁଥର ଭଳି ସେଥର ମଧ୍ୟ ମ୍ୟାଚ କୁ ନେଇ ବେସ ଉତ୍ସାହିତ ଥିଲେ ଦର୍ଶକ । ଟସ ପଡିଲା ଏବଂ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା ଟିମ ଇଣ୍ଡିଆ । ମାତ୍ର ସୂତାଖିଅ ଭଳି ଗୋଟିଏ ପରେ ଗୋଟିଏ ୱିକେଟ ପଡିଚାଲିଲା । ମାତ୍ର କେତେ ଆଶା ନେଇ ବାରବାଟୀ ଷ୍ଟାଡିୟମ କୁ ମ୍ୟାଚ ଦେଖିବାକୁ ଆସିଥିଲେ ଦର୍ଶକ ।

ହେଲେ ଦକ୍ଷିଣ ଆଫ୍ରିକାର ବୋଲିଂ ଆଗରେ କୌଣସି ଖଳାଳୀ ମଧ୍ୟ ତିଷ୍ଠି ପରି ନଥିଲେ । ସୂଚନା ଅନୁଯାୟୀ ରୋହିତ ସର୍ମା ଏବଂ ସୁରେଶ ରେନା ଏହି ଦୁହିଜଣ ଖେଳାଳି ହିଁ ୨୨ ରନ କରିବାକୁ ସମର୍ଥ ହୋଇଥିଲେ ଏବଂ ମାତ୍ର ୯୨ ରନ ରେ ଭୁଷୁଡି ପଡିଥିଲା ଭାରତୀୟ ଦଳ । ଏହାପରେ ମଧ୍ୟ ଧର୍ଯ୍ୟ ର ସହିତ ମ୍ୟାଚ ଦେଖୁଥିଲେ ଦର୍ଶକ ।

ମାତ୍ର ଯେତେବେଳେ ଦକ୍ଷିଣ ଆଫ୍ରିକା ମ୍ୟାଚ ଜିତିଗଲା, ଦରସକେ ନିଜ ଭାବ ପ୍ରବଣତାକୁ ସମ୍ଭାଳି ପାରିଲେ ନାହିଁ । ଉତକ୍ଷିପ୍ତ ଦର୍ଶକ ଷ୍ଟାଡିଅମ ଭିତରକୁ ପାଣି ବୋତଲ ଫିଙ୍ଗିବାକୁ ଲାଗିଥିଲେ । ସେତେବେଳେ ଏହି ଘଟଣା ସାରା କ୍ରିକେଟ ଜଗତରେ ବାରବାଟୀ କୁ ବଦନାମ କରିଦେଇଥିଲା । ଏଥି ନିମନ୍ତେ OCA କୁ ମଧ୍ୟ ଉତ୍ତର ରଖିବାକୁ ପଡିଥିଲା ।

ବାରବାଟୀ କ୍ରିକେଟ ଷ୍ଟାଡିୟମ ରେ ପ୍ରଥମ ଟି ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲ ମ୍ୟାଚ ଏହିଭଳି ବିବାଦୀୟ ଭାବରେ ଆରମ୍ଭ ହୋଇଥିଲା । ତେବେ ବାରବାଟୀ ରେ ଯେତେବେଳେ ମଧ୍ୟ ମ୍ୟାଚ ହୁଏ ନ ଚାହିଁଲେ ମଧ୍ୟ ଏହି ଘଟଣା ଟି ସାମ୍ନା କୁ ଚାଲିଆସେ । ଏହି ଘଟଣା ଟି ୨୦୧୫ ମସିହାର ଘଟଣା ଅଟେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ତାହା ତାଜା ହୋଇ ସମସ୍ତଙ୍କ ମନରେ ବର୍ତ୍ତମାନ ପର୍ଯ୍ୟନ୍ତ ରହିଅଛି । ଅବଶ୍ୟ ବର୍ତ୍ତମାନ ସେଭଳି ସ୍ଥିତି ନାହିଁ । ଶୃଙ୍ଖଳିତ ମ୍ୟାଚ ଆୟୋଜନ ନେଇ OCA ବହୁତ ଭଲ ପଦକ୍ଷପ ସବୁ ଗ୍ରହଣ କରିଛି ।

ତେବେ କ୍ରିକେଟ ପ୍ରେମୀ ଙ୍କ ମନରେ ଖେଳ କୁ ନେଇ ବହୁତ ଆଶା ତଥା ବହୁତ ଉତ୍କଣ୍ଠା ରହିଅଛି । ବର୍ତ୍ତମାନ ଖେଳାଳୀ ମାନେ ଆସି ପହଞ୍ଚି ସାରିଲେଣି ତେବେ ଆଗକୁ ଖେଳ ମଧ୍ୟ ଗ୍ୟାଲେରୀ ମଧ୍ୟରେ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି OCA । ପୂର୍ବ ଅପେକ୍ଷା କ୍ରିକେଟ ଖେଳ ତଥା ନିଜ ମନ ପସନ୍ଦ ର ଖେଳାଳି ଙ୍କୁ ଦେଖିବାକୁ ଅନେକ କ୍ରିକେଟ ପ୍ରେମୀ ଚାତକ ର ସହିତ ଅନେଇ ବସିଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *