ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ ବପି ଲେହେରି ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କିଛି ସମୟ ପୂର୍ବରୁ ତାଙ୍କର ପରଲୋକ ଘଟିଛି । ବପି ଯିବା ପରେ ବଲିଉଡ ଇଣ୍ଡଷ୍ଟ୍ରିକୁ ଆଉ ଏକ ବଡ ଝଟକା ଲାଗିଛି କାରଣ ଭାରତ ରତ୍ନ ଲତା ମଙ୍ଗେସ୍କରଙ୍କ ବିୟୋଗକୁ ମାତ୍ର କିଛି ଦିନ ହୋଇଛି ଆଉ ଏବେ ବଲିଉଡ ଆଉ ଏକ ସିଙ୍ଗରକୁ ହରାଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି ।
ତେବେ ବନ୍ଧୁଗଣ ବିଭିନ୍ନ ରୋଗରେ ପୀଡିତ ଥିବା ବାପି ଲେହେରିଙ୍କ ଚିକିତ୍ସା ଦୀର୍ଘ ଅନେକ ଦିନ ଧରି ଚାଲିଥିଲା । ଆଉ ଶେଷରେ ୬୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ସେ ଥିଲେ ଡୋସ୍କୋ ମ୍ୟୁଜିକର ବେତାଜ ବାଦଶାହ । ବନ୍ଧୁଗଣ ବପି ଯିବା ପରେ ସାରା ଭାରତ ବର୍ଷରେ ଶୋକର ଛାୟା ଖେଳି ଯାଇଛି ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବପିଙ୍କ ଲାଇଫଷ୍ଟାଇଲ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ବପିଙ୍କ ଅସଲ ନାମ ହେଉଛି ଆଲୋକେଶ ବପି ଲେହେରି ଓ ତାଙ୍କ ନିକ ନେମ ହେଉଛି ବପି ଦା ଡିସ୍କୋ କିଙ୍ଗ ଅଫ ଇଣ୍ଡିଆ । ବପି ଜଣେ ସିଙ୍ଗର, ମୁଜିକ କମ୍ପୋଜର ଓ ଜଣେ ରାଜନୀତିଜ୍ଞ ମଧ୍ୟ ଥିଲେ ।
ବପିଙ୍କ ଜନ୍ମ ୨୭ ନଭେମ୍ବର ୧୯୫୨ ମସିହାରେ ୱେଷ୍ଟ ବଙ୍ଗାଳରେ ହୋଇଥିଲା । ବନ୍ଧୁଗଣ ବପି ନିଜ କାରିୟରର ଆରମ୍ଭ ୧୯୭୩ ମସିହାରେ ମ୍ୟୁଜିକ କମ୍ପୋଜର ରୂପେ ହିନ୍ଦୀ ଫିଲ୍ମ ‘ନହନା ଶିକାରୀ’ରୁ କରିଥିଲେ । ଏହା ପରେ ବପି ଗୋଟେ ପରେ ଗୋଟେ ହିନ୍ଦୀ ଫିଲ୍ମ ମ୍ୟୁଜିକକୁ କମ୍ପୋଜ କରିଥିଲେ ଓ ଅନେକ ଗୀତରେ କଣ୍ଠଦାନ ମଧ୍ୟ କରିଥିଲେ ।
ବପି ହିନ୍ଦୀ ଫିଲ୍ମ ସହିତ କେତେକ ବଙ୍ଗାଳୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ବନ୍ଧୁଗଣ ବପିଙ୍କ ବାପାଙ୍କ ନାମ ହେଉଛି ଅପାରିଶ ଲେହେରି ଯିଏ ପ୍ରଫେସନରୁ ଜଣେ ସିଙ୍ଗର ଥିଲେ । ତାଙ୍କ ମାଙ୍କ ନାମ ବଂଶିରୀ ଲେହେରି ଯିଏ ପ୍ରଫେସନରୁ ଜଣେ ସିଙ୍ଗର ଓ ଡ୍ୟାନ୍ସର ଥିଲେ । ବନ୍ଧୁଗଣ ବପିଙ୍କ ସ୍ତ୍ରୀଙ୍କ ନାମ ହେଉଛି ଚିତ୍ରାନୀ ଲେହେରି ଓ ତାଙ୍କ ପୁଅର ନାମ ହେଉଛି ବପା ଲେହେରି ବପା ମଧ୍ୟ ଜଣେ ସିଙ୍ଗର ଅଟନ୍ତି । ତାଙ୍କ ଝିଅର ନାମ ହେଉଛି ରିନା ଲେହେରି ରିନା ମଧ୍ୟ ଜଣେ ସିଙ୍ଗର ଅଟନ୍ତି ।
ବନ୍ଧୁଗଣ ବପିଙ୍କ ପସନ୍ଦିଆ ଜାଗା ହେଉଛି ଦୁବାଇ, ତାଙ୍କ ଫେବେରେଟ ଖେଳ ହେଉଛି ଫୁଟବଲ, ତାଙ୍କ ଫେବେରେଟ ସିଙ୍ଗର ଥିଲେ କିଶୋର କୁମାର ଓ ଲତା ମଙ୍ଗେସ୍କର । ବନ୍ଧୁଗଣ ବପିଙ୍କୁ ସୁନାର ବହୁତ ସଉକ ଥିଲା ଓ ଗାଡିର ବି । ବପି କେତେ ସୁନା ପିନ୍ଧନ୍ତି ତାହା ବିଷୟରେ ଆପଣ ମାନେ ଜାଣିଛନ୍ତି । ବପିଙ୍କ ପାଖରେ ୫ଟି ଲକ୍ସରି କାର୍ସ ଅଛି ସେଥିମଧ୍ୟରୁ ତାଙ୍କ ପାଖରେ ଅଡି ଓ ବିଏମଡବ୍ଲୁ ଗାଡି ମଧ୍ୟ ଅଛି ।