ବହୁତ ହିଁ ଗରିବ ପରିବାରରୁ ଆସିଛନ୍ତି Bollywood ର ଏହି 4 ଜଣ ସୁପର ଷ୍ଟାର, ଜଣେ ତ ଦୁଇ ବେଳା ଖାଇବା ପାଇଁ ମଧ୍ୟ ପାଉନଥିଲେ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବଲିଉଡ ଇଣ୍ଡଷ୍ଟ୍ରି ରେ ସଫଳତା ପାଇବା ପାଇଁ ହେଲେ ବହୁତ କଷ୍ଟ କରିବାକୁ ପଡେ । ଏହା ପରେ ମଧ୍ୟ କିଛି କଳାକାର ଏଠାରେ ସଫଳ ହୋଇଥାନ୍ତି ତ ଆଉ କିଛି ବିଫଳ । ବଲିଉଡ ରେ ଏମିତି ବି ବହୁତ କଳାକାର ଅଛନ୍ତି ଯେଉଁମାନେ ନିଜ ଜୀବନରେ ବହୁତ ଦରିଦ୍ରତାର ସାମ୍ନା କରିଛନ୍ତି, କିନ୍ତୁ ଏହି ଇଣ୍ଡଷ୍ଟ୍ରି ରେ ସଫଳତା ପାଇବା ପରେ ତାଙ୍କର ଜିଅବନ ବଦଳି ଯାଇଛି ।

ସେମାନେ ଆଜି କୋଟି କୋଟି ଟଙ୍କାରେ ଖେଳୁଛନ୍ତି । ଏବେ ସେମାନଙ୍କ ଜୀବନରେ କୌଣସି ଜିନିଷର ଅଭାବ ନାହିଁ । ତେବେ ଆଜି ଆମେ ସେହି କଳାକାର ମାନଙ୍କ ବିଷୟରେ ଜାଣିବା ଯେଉଁ ମାନେ ବାଲ୍ୟ କାଳ ରେ ବହୁତ ଦାରିଦ୍ର୍ୟତା ଦେଖିଛନ୍ତି । ଖାଇବା, ପିଇବା ଆଦି ରେ ନାନା ପ୍ରକାର ର ଅସୁବିଧା ମାନ ମଧ୍ୟ ଦେଖିଛନ୍ତି । ତେବେ ଚାଲନ୍ତୁ ଜାଣିବା ସେହି କଳାକାର ମାନେ କିଏ?

୧-ପ୍ରଥମ ରେ ହେଉଛନ୍ତି ଜନି ଲିବର । ଜନି ଲିବର ବଲିଉଡ ର ଏକ ପ୍ରସିଦ୍ଧ ଓ ଲୋକପ୍ରିୟ ହାସ୍ୟଅଭିନେତା । କିନ୍ତୁ ତାଙ୍କର ପିଲାଦିନ ବହୁତ ଅସୁବିଧା ରେ ବଢ଼ିଛନ୍ତି ଠିକ ରେ ଖାଇବା ପାଇଁ ସେ ରାସ୍ତାରେ ବୁଲି ଖବର କାଗଜ ବିକି ଛନ୍ତି । ତେବେ ପରେ ସେ ବଲିଉଡ ରେ ନିଜର ଯାଦୁ ନିଜର ଅଭିନୟ ପ୍ରତିଭା ଦେଖାଇ ଲୋକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲେ ।

୨- ଦ୍ଵିତୀୟ ରେ ହେଉଛନ୍ତି ମିଥୁନ ଚକ୍ରବର୍ତ୍ତୀ । ମିଥୁନ ହିନ୍ଦୀ ସିନେମା ସହିତ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ କାମ କରି ଛନ୍ତି ଏବଂ ଲୋକପ୍ରିୟତା ମଧ୍ୟ ହୋଇ ପାରିଛନ୍ତି । ତାଙ୍କ ନିଆରା ନୃତ୍ୟ ଓ ଅଭିନୟ ଲୋକମାନଙ୍କୁ ବହୁତ ଆକର୍ଷଣ କରିଥାଏ । କିନ୍ତୁ ଏଭଳି କଳାକାର ମଧ୍ୟ ପିଲାଦିନେ ଦାରିଦ୍ର୍ୟତା ଦେଖିଛନ୍ତି । ତାଙ୍କ ପାଖରେ ଗୋଟେ ବେଳର ଖାଇବା ପାଇଁ ପଇସା ମଧ୍ୟ ନଥିଲା । ତେବେ ବର୍ତ୍ତମାନ ସେ ଜଣେ ସୁପରଷ୍ଟାର ଏବଂ ଜଣେ ଲୋକପ୍ରିୟ ଅଭିନେତା ମଧ୍ୟ ।

୩- ତୃତୀୟ ରେ ହେଉଛନ୍ତି ନୱାଜୁଦିନ ସିଦିକି । ଏହି ଅଭିନେତା ଜଣ ଙ୍କ ନିଜ ଅଭିନୟ ର ଯାଦୁ ରେ ସମସ୍ତ ଙ୍କ ହୃଦୟ କୁ ଜିଣି ପାରିଥିଲେ । ନୱାଜୁଦିନ ନିଜ ଜୀବନ ରେ ପଇସା ର ବହୁତ ଅଭାବ ଦେଖିଛନ୍ତି ସେ ପରିବା ବିକିଛନ୍ତି ଓ ଲୁଗା ଦୋକାନରେ କାମ ମଧ୍ୟ କରିଥିଲେ । ତେବେ ବର୍ତ୍ତମାନ ଲୋକମାନେ ତାଙ୍କର ଅଭିନୟ କୁ ଖୁବ ପସନ୍ଦ କରୁଛନ୍ତି ଏବଂ ଭଲ ପାଇବା ମଧ୍ୟ ଦେଉଛନ୍ତି ସେ ଆଜି ଅନେକ ଲୋକଙ୍କ ହୃଦୟ ରେ ବାସ କରୁଛନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ସଂଜୟ ମିଶ୍ର । ସଂଜୟ ମିଶ୍ରା ବଲିଉଡ ର ଜଣେ ଲୋକ ପ୍ରିୟ ଓ ପ୍ରସିଦ୍ଧ ହାସ୍ୟାଭିନେତା ସେ ନିଜର ନିଆରା ଅଭିନୟ ରେ ସମସ୍ତଙ୍କ ହୃଦୟ କୁ ଜିତି ପାରିଛନ୍ତି । କିନ୍ତୁ ଏ ମଧ୍ୟ ନିଜ ବାଲ୍ୟକାଳ ରେ ବହୁତ ଅଭାବ ଅନଟନ ଦେଖିଛନ୍ତି । ନିଜ ପେଟ ପୋଷିବା ପାଇଁ ହୋଟେଲ ରେ ବାସନ ମାଜିଛନ୍ତି । ଏବଂ ଅନେକ ଅସୁବିଧା ର ସମ୍ମୁଖୀନ ହୋଇ ଛନ୍ତି । କିନ୍ତୁ ବର୍ତ୍ତମାନ ସେ ଜଣେ ଲୋକପ୍ରିୟ ହାସ୍ୟ କଳାକାର ମାନଙ୍କ ଭିତରୁ ଜଣେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *