ଆରମ୍ଭ ହେଲା ତପସ୍ଵିନୀଙ୍କ ସଂଘର୍ଷର 2 ୟ ଅଧ୍ୟାୟ, ଆସିକା ଚିନିଶିଳ୍ପ ଡାକବଙ୍ଗଳା ଛାଡିଲେ Tapaswini, ଦେଖନ୍ତୁ ଏବେ କେଉଁଠି ହେବ ତପସ୍ଵିନୀଙ୍କ ନୂଆ ଠିକଣା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହ ଇତିମଧ୍ୟରେ ଦିନକୁ ଦିନ ଜଟିଳତର ହେବାରେ ଲାଗିଛି । ପୂର୍ବରୁ ସୁମିତଙ୍କ ପକ୍ଷରୁ ମଗାଯାଇଥିବା ୭ ଦିନିଆ ଟାଇମ୍ ପିରିଅଡ୍ ସମାପ୍ତ ହୋଇଯାଇଥିବା ବେଳେ ଆଜି ଏସଡିଜେଏମଙ୍କ କୋର୍ଟରେ ଥିଲା ଶୁଣାଣି ତାରିଖ । ଏହି ଅବସରରେ ଆଜି ତପସ୍ୱିନୀ ଆସିକା ଚିନିଶିଳ୍ପ ଡାକବଙ୍ଗଳାକୁ ସବୁଦିନ ପାଇଁ ଅଲବିଦା ଜଣାଇଛନ୍ତି । ଏଣିକି ସେ ବ୍ରହ୍ମପୁରରେ ରହି ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି।

ତେବେ ଗତକାଲି ସୁମିତଙ୍କର ଏକ ଅଡିଓ ରେକର୍ଡ ରିଲିଜ୍ ହୋଇଥିଲା । ତପସ୍ୱିନୀ ଅଯଥାରେ ସୁମିତଙ୍କୁ ବଦନାମ କରୁଥିବା ନେଇ ସୁମିତ ଅଡିଓ ମାଧ୍ୟମରେ ଅଭିଯୋଗ କରିଥିଲେ । ଏହାର ଜବାବରେ ତପସ୍ୱିନୀ କହିଥିଲେ ଯେ, ସୁମିତ ଯଦି ଅଯଥାରେ ବଦନାମ ହେଉଛନ୍ତି, ତେବେ ମୋତେ ନ ଜଣାଇ କାହିଁକି କାହିଁକି ଫେରାର ହୋଇଗଲେ । ଗୋଟିଏ ଝିଅର ଜୀବନକୁ ନଷ୍ଟ କରି ସେ କେବେ ବି ଶାନ୍ତିରେ ରହିବେ ନାହିଁ ।

ଏସଡିଜେଏମଙ୍କ ଉପରେ ମୋର ବହୁତ ଭରସା ଅଛି, ସେ ହିଁ ମୋତେ ନ୍ୟାୟ ପ୍ରଦାନ କରିବେ । ପୂର୍ବରୁ ମୋତେ ଗତ ୧୦ ତାରିଖରେ ଡାକ ବଙ୍ଗଳାରୁ ବାହାର କରାଯାଇଥିଲା । ଏତେଦିନ ଧରି ରହିବା ପରେ ଆଜି ମୋର ଶୁଣାଣି ତାରିଖ ଥିବାରୁ ମୁଁ ଏହି ସ୍ଥାନ ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ଆସିକା ଛାଡ଼ିବା ପରେ ମୁଁ ମୋ ଶାଶୂଘରେ ରହିବାକୁ ଚେଷ୍ଟା କରିବି, ବାପଘରକୁ ଯିବାର ପ୍ରଶ୍ନ ଉଠୁନି ।

ଭଗବାନ ତ ଉପରେ ଅଛନ୍ତି, ବର୍ତ୍ତମାନ ଏସଡିଜେଏମ ସାର ମୋର ପ୍ରକୃତ ଭଗବାନ । ସେ ହିଁ ମୋର ଭାଗ୍ୟ ଲେଖିବେ ମୋର କୋର୍ଟ ଉପରେ ବହୁତ ଭରସା ଅଛି। ତେବେ ସୂଚନା ଯୋଗ୍ୟ, କୋର୍ଟ ଉଭୟଙ୍କୁ ଭଡା ଘର ନେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକାଠି ରହିଲେ ଉଭୟଙ୍କ ଭିତରେ ଆତ୍ମିୟତା ବଢିବ ଓ ସମ୍ପର୍କ ସୁଦୃଢ ହେବ ବୋଲି କୋର୍ଟ ଏମିତି ଗୋଟିଏ ନିଷ୍ପତ୍ତି ଶୁଣାଇଥିଲେ।

ହେଲେ ଭଡା ଘର ଖୋଜିବା ବାହାନାରେ ପତ୍ନୀ ଡିମ୍ପଲଙ୍କୁ ଛାଡି ଚମ୍ପଟ ମାରିଲେ ସୁମିତ୍। କିନ୍ତୁ ସୁମିତଙ୍କ ଓକିଲ କହିଥିଲେ ସେ ଫେରାର ହୋଇନାହାନ୍ତି। ତାଙ୍କ ଦେହ ଖରାପ ଅଛି। ସୁମିତ ଏମିତି ମିଛ କଥା କହି ଠକି ଚାଲିଛନ୍ତି ବୋଲି ଗୁରୁତର ଅଭିଯୋଗ କରୁଛନ୍ତି ଡିମ୍ପଲ । ଏହି ଘଟଣାର ଆଗାମୀ ଶୁଣାଣି ୧୭ ତାରିଖରେ ଅର୍ଥାତ ଆଜି କରାଯିବାର ଥିଲା ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *