Taaswini-Sumit ମାମଲାରେ ପୁଣି ଥରେ ମିଡିଆ ଆଗରେ ମୁହଁ ଖୋଲିଲେ Sura ଭାଇ, କହିଲେ ‘ଏ କି ପ୍ରେମ ହୋ…ସେମାନେ ତ ଖାଲି ଛଡାଛଡି ହଉଛନ୍ତି, ହେଲେ …’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସୁମିତ-ତପସ୍ୱିନୀ ବିବାଦ ମାମଲାରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତଙ୍କ ଓକିଲ ଉପର କୋର୍ଟରେ ଆବେଦନ କରିଛନ୍ତି । ଏନେଇ ବ୍ରହ୍ମପୁର ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ ସୁରେନ୍ଦ୍ର କୁମାର ବେହେରା । ପୂର୍ବରୁ ସୁମିତ ଓ ତପସ୍ୱିନୀଙ୍କୁ ଏସଡ଼ିଜେଏମ କୋର୍ଟ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏକାଠି ରହିବା ନିର୍ଦ୍ଦେଶ ଉପରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ ।

ଅନ୍ୟପଟେ ତପସ୍ୱିନୀଙ୍କ ସହ ରହିବା ପାଇଁ ରାଜି ନୁହନ୍ତି ସୁମିତ । ପରିବାର କୋର୍ଟରେ ଛାଡ଼ପତ୍ର ମାମଲା ହୋଇଥିବାରୁ ଏକାଠି ରହିବାକୁ କୋର୍ଟ ବାଧ୍ୟ କରିପାରିବେନି ବୋଲି ସୁମିତଙ୍କ ଓକିଲ କହିଛନ୍ତି । ସୁମିତଙ୍କ ଓକିଲ ସୁରେନ୍ଦ୍ର କୁମାର ବେହେରା ପୂର୍ବରୁ କହିଥିଲେ ଯେ, କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଡା. ସୁମିତ କୌଣସି ପ୍ରକାର ଟିପ୍ପଣୀ ଦେବେ ନାହିଁ ବୋଲି ସ୍ଥିର କରିଥିଲେ ।

କିନ୍ତୁ ନାନା କଥା କହି ବାରମ୍ବାର ତାଙ୍କୁ ଓ ତାଙ୍କ ପରିବାରବର୍ଗଙ୍କ ସମ୍ମାନ ହାନିକରି ମାନସିକ ନିର୍ଯାତନା ଦେବାରୁ ବାଧ୍ୟହୋଇ ସୁମିତ ମୁହଁ ଖୋଲିଛନ୍ତି । ଦରମା ବନ୍ଦ ସମ୍ପର୍କରେ ମଧ୍ୟ ତାଙ୍କର ଓକିଲ କହିଛନ୍ତି ଯେ ଏହା ବିଭାଗୀୟ ନିୟମ ଅନୁସାରେ ହୋଇଥାଏ । ଯାହା ନିୟମ ରହିଛି, ସେ ଅନୁସାରେ ଦରମା ବନ୍ଦ ହୋଇଥିବ ବୋଲି କହିଛନ୍ତି । ଅନ୍ୟପଟେ ତପସ୍ବିନୀ ଦାଶ ଏବେ ବି ଆସିକା ଚିନିକଳ ଆଇବିରେ ରହିଛନ୍ତି ।

ତେବେ ଡାକ୍ତର ସୁମିତ ଦାସ କହିଛନ୍ତି କି ମୁଁ କୁଆଡ଼େ ଯାଇ ନାହିଁ କି ନିଖୋଜ ହୋଇନାହିଁ । ’ ତେଣେ ଗତକାଲି ଏକ ଅଡିଓ ବାର୍ତ୍ତାରେ ଏହିଭଳି ପ୍ରତିକ୍ରିୟା ସହିତ ନିଜର ଅବସ୍ଥିତି ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ତେବେ ସୁମିତଙ୍କ ଅଡିଓ ଟେପ୍ ଭାଇରାଲ୍ ହେବାପରେ ବହୁଚର୍ଚ୍ଚିତ ସୁମିତ-ତପସ୍ବିନୀ ମାମଲା ପୁଣିଥରେ ଭିନ୍ନ ମୋଡ଼ନେଇଛି ।

ତେବେ କଂଗ୍ରେସ ଦଳ ର ବରିଷ୍ଠ ନେତା ସୁର ରାଉତରାୟ ଙ୍କ ଏହା ଉପରେ ନିଜର ମନ୍ତବ୍ୟ ଦେଇ କହିଛନ୍ତି କି ଏମାନେ ଦୁଇ ଜଣ କେଉଁ ଭଳି ପ୍ରେମ କେଜାଣି ଗୋଟିଏ ଘରେ ରହି ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ହୋଇ ପାରିଲା ନାହିଁ ଏବଂ କୋର୍ଟ ର ନିୟମ କୁ ବି ମାନୁ ନାହାନ୍ତି ଏଭଳି ଅବାନ୍ତର ପ୍ରେମ ଦେଖି ନାହିଁ ତେବେ ଏହା ଛଡା ସେ କହିଛନ୍ତି କି ଆମର ପୋଲିସ ପ୍ରଶାସନ ରେ ମଧ୍ୟ ପୋଲିସ ସଂଖ୍ୟା ବହୁତ କମ ଅଛି ।

ସୁରକ୍ଷା କର୍ମୀ ମଧ୍ୟ ଅଭାବ ହେଉଛନ୍ତି । ତେବେ ଏହା ଯୋଗୁଁ ସୁରକ୍ଷା ମଧ୍ୟ ଠିକ ଭାବରେ ହୋଇ ପାରୁ ନାହିଁ ତେଣୁ ଏଥିପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ଅଟେ । ତେବେ ଏହି ଲେଖା ଆପଣଙ୍କ ମତାମତ ନିଶ୍ଚିତ ଆମକୁ କମେନ୍ଟ କରି ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *