ଦୂରରୁ ଦିଶୁନି ବଡ ଦେଉଳ, ଧୂଆଁ ମୟ ସହର, ନିଆଁ ସାଙ୍ଗକୁ ଧୂଆଁରେ ସହର ବନ୍ଦୀ, 12 ଘଣ୍ଟା ବୀତିଲା ଆୟତ ହେଉନି ନିଆଁ । 3 ପଟୁ ବନ୍ଦ ରହିଛି ମାରକେଟ କମ୍ପ୍ଲେକ୍ସ । 12ଟି ଫାୟାର ଟେଣ୍ଡର ନିୟୋଜିତ । ଶିବ ମନ୍ଦିର ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ସ୍ଵତନ୍ତ୍ର କରିଡର । କଟକ ଏବଂ ଭୁବନେଶ୍ବରରୁ ଆସୁଛି ଅଧିକ ଟିମ । ସହରକୁ ଘୁଟି ଗଲା କି ବିପଦ । ହଁ ଦର୍ଶକ ବନ୍ଧୁ 12 ଘଣ୍ଟା ପରେ ବି ପୁରୀ ମରିଚକୋଟ ଛକ ମାରକେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଏ ପର୍ଯ୍ୟନ୍ତ ଆୟତ ହୋଇ ପାରିନି ।
ବରଂ ନିଆଁ ପ୍ରଥମ ମହଲାରୁ ଦ୍ଵିତୀୟ ମହଲା ଯାଏଁ ବାପିଛି । ଦ୍ଵିତୀୟ ମହଲାରେ ବେଙ୍କ ସହ ଅନ୍ୟାନ୍ୟ ଦୋକାନ ସବୁ ରହିଛି । ନିଆଁ ସାଙ୍ଗକୁ ପ୍ରବଳ ଧୂଆଁ ଚାରି ପାଖରେ ଛାଇ ଯାଇଛି । ନିଆଁ ଲିଭାଇକୁ ନାକେ ଦମ୍ ହେଲେଣି ଅଗ୍ନିସମ କର୍ମଚାରୀ । ରାତି ତମାମ ଅଗ୍ନିସମ କର୍ମଚାରୀ କାର୍ଯ୍ୟରେ ଲାଗି ଥିବା ବେଳେ ଅଗ୍ନିକାଣ୍ଡ ସ୍ଥଳରେ ଓଡ୍ରାଫ ଟିମ ବି ପହଞ୍ଚି ଛନ୍ତି ।
ଏବେ ବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ନିଆଁ ଲିଭେଇବା ବେଳେ ତିନି ଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ତେବେ ଦର୍ଶକ ବନ୍ଧୁ ଗତ ରାତି ପ୍ରାୟ 8 ଟା ବେଳେ ଲକ୍ଷ୍ମୀ ମାରକେଟ କମ୍ପ୍ଲେକ୍ସରେ ନିଆଁ ଲାଗି ଥିବା ଖବର ମିଳି ଥିଲା । ଖବର ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲା ଅଗ୍ନିସମ ବାହିନୀ ।
ତେବେ ଉଦ୍ଧାର ବେଳେ ସଂକୀର୍ଣ୍ଣ ପଥ କାରଣରୁ ଧୂଆଁରେ ରୁନ୍ଦି ହୋଇ ତିନି ଜଣ ଅଗ୍ନିସମ କର୍ମଚାରୀ ଅସୁସ୍ଥ ହୋଇ ଗଲେ । ସେମାନଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ମାରକେଟ କମ୍ପ୍ଲେକ୍ସରେ ଥିବା ଏକ ଡ୍ରେସ ଦୋକାନରୁ ପ୍ରଥମେ ନିଆଁ ଲାଗି ଥିଲା । ପରେ ଅନ୍ୟ ଦୋକାନ ମାନଙ୍କରେ ବି ଏହା ବ୍ୟାପୀ ଯାଇଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଥିବା କୁହା ଯାଉଛି ।
ସେପଟେ ନିଆଁ ଲାଗି ଥିବା ସମ୍ରାଟ ହଲରେ 100 ରୁ ଅଧିକ ପର୍ଯ୍ୟଟକ ଥିଲେ । ସମସ୍ତଙ୍କୁ ଉଦ୍ଧାର କରା ଯାଇଥିବା ସୂଚନା ମିଳିଛି । ଏତେ ମାତ୍ରାରେ ଧୂଆଁ ବ୍ୟାପୀ ଯାଇଛି ଯେ ଶ୍ରୀମନ୍ଦିର ବି ଦୂରରୁ ଦୃଶ୍ୟମାନ ହେଉନି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।