ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ଥମୁ ନାହିଁ ବଧୂ ହତ୍ୟା । ଯୌତୁକ ଜୁଇରେ ଜଳିଲା ମିନାକ୍ଷୀ । ଯୌତୁକ ରାକ୍ଷାଶ ନେଲା ନବ ବଧୂର ଜୀବନ । ଜ-ଲ୍ହା-ଦ ସ୍ଵାମୀର ନା-ର-କୀ-ୟ କା-ଣ୍ଡ ସାମାନ୍ୟ ଟଙ୍କା ପାଇଁ ସାଜିଲା ନର ରା-କ୍ଷା-ଶ । ପାଦରୁ ଲିଭିନି ଅଳତା ହେଲେ ଲିଭି ଗଲା ନବ ବଧୂର ଜୀବନ ଶଳିତା । ହାତରେ ମେହେନ୍ଦି ଭଲ ଭାବରେ ଲିଭି ନଥିଲା କାନ୍ଥରେ ଚିତା ସେମିତି ଝଟକୁ ଥିଲା ।
ବିବାହର 12 ଦିନ ପୁରି ସକାଳ ହେଲେ 13 ଦିନ ହୋଇ ଥାନ୍ତା । ହେଲେ ଯୌତୁକ ଜୁଇରେ ଜଳିଲା ତାର ଚିତା । ଆଖିରେ ଆଖିଏ ସ୍ଵପ୍ନ ନେଇ ବାପଘର ଛାଡି ଶାଶୁ ଘରକୁ ଆସିଥିଲା ସୁନାର ସଂସାର ଗଢିବା ପାଇଁ ହେଲେ ଯୌତୁକ ଜୁଇରେ ଜଳି ଗଲା ନବ ବଧୂ । ଯୌତୁକ ପାଇଁ ବୋହୁକୁ ଶେଷରେ ଶାଶୁଘର ଲୋକେ ମା-ରି ଦେଇଛନ୍ତି । ବିଳମ୍ବିତ ରାତିରେ ଏଭଳି କା-ଣ୍ଡ ଘଟାଇ ଛନ୍ତି ବୋହୁର ଶାଶୁ, ଶଶୁର, ନଣନ୍ଦ ବୋଲି ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ମୁତାବକ ଟିଗିରିଆ ଥାନା ଅଧୀନ କରୋଡା ପଲ୍ଲି ଗ୍ରାମର ରୂପାଲି ନାୟକଙ୍କ ଝିଅ ମିନାକ୍ଷୀ ନାୟକ ନରସିଂହ ପୁର ଥାନା ଅଧିକ ନିମ ସାହି ଗ୍ରାମର ବାପି ନାୟକଙ୍କୁ ବୈଦିକ ରୀତିନୀତିରେ ମାତ୍ର 12 ଦିନ ପୂର୍ବେ ବିବାହ କରିଥିଲେ । ହେଲେ ଗତ କାଲି ବିଳମ୍ବିତ ରାତିରେ ମାନସିକ ନି-ଇର୍ଯା-ତ-ଅନା ଦେଇ ବୋହୁକୁ ସ୍ଵାମୀ, ଶଶୁର, ଶାଶୁ, ନଣନ୍ଦ ସମସ୍ତେ ମିଶି ମା-ରି ଦେଇଥିବା ମିନାକ୍ଷୀଙ୍କ ମାଆ ରୂପାଲି ନାୟକ ଅଭିଯୋଗ ଆଣି ଛନ୍ତି ।
ନରସିଂହ ପୁର ଥାନାରେ ଅଭିଯୋଗ ପରେ ନରସିଂହ ପୁର ଥାନାର ଅଧିକାରୀ ଅଭୟ ବେହେରାଙ୍କ ନିର୍ଦ୍ଦେଶରେ ଏକ ଟିମ ନିମ ସାହିରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିବା ସହ ସ୍ଵାମୀଙ୍କ ସମେତ, ଶାଶୁ, ଶଶୁର, ନଣନ୍ଦଙ୍କୁ ନରସିଂହ ପୁର ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି । ତେବେ ଦର୍ଶକ ବନ୍ଧୁ ବିଗତ ଦିନ ମାନଙ୍କରେ ବି ଯୌତୁକ ପାଇଁ ନବ ବଧୂ ବଳି ପଡୁ ଥିବା ନେଇ ଅନେକ ଘଟଣା ସାମ୍ନାକୁ ଆସିଛି ।
ଏବେ ବି କିଛି ଲୋକଙ୍କର କୁଚିନ୍ତା ପାଇଁ ନବବଧୂ ମାନେ ନିଜ ଜୀବନ ହାରୁ ଛନ୍ତି । ତେବେ ଦର୍ଶକ ବନ୍ଧୁ ଏହି ଘଟଣାକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।