ଫେବୃୟାରିରୁ ମାର୍ଚ୍ଚ 32 ଦିନ ଧରି ବାତ୍ୟାର ତାଣ୍ଡବ, ଭାରତ ମହା ସାଗରରେ ବାତ୍ୟା ଫ୍ରେଡିର କରାଳ ରୂପ, ଦୁଇ ଦୁଇ ଥର କରିଛି ଲ୍ୟାଣ୍ଡଫଲ । ସ୍ଥଳଭାଗକୁ ହିଟ କରିବା ପରେ ପୁଣି ବଳ ଗୋଟାଉଛି ଫ୍ରେଡି । ଭାରତ ମହା ସାଗରରେ 32 ଦିନ ରହି ବିଶ୍ଵ ରେକର୍ଡ କରିଛି ବାତ୍ୟା । ହଁ ଦର୍ଶକ ବନ୍ଧୁ ଏହି ଖବରଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏହା ସତ । ଏବେ ନଜର ପକାନ୍ତୁ ଫ୍ରେଡିର ଗତି ପଥ ଉପରେ ଅଷ୍ଟ୍ରେଲିୟା ଉପକୂଳରେ ଫେବୃୟାରି 6 ତାରିଖରେ ଲ୍ୟାଣ୍ଡ ଫଲ କରିଥିଲା ବାତ୍ୟା ।
ଧୀରେ ଧୀରେ ମୁହାଁଇ ଥିଲା ଆଫ୍ରିକା ଉପକୂଳ । ଦୁଇ ଥର ଆଫ୍ରିକା ଉପକୂଳରେ ରଚିଛି ତାଣ୍ଡବ ଥରେ ମାଗାସ୍କର ଆଉ ଥରେ ମୋଜାମ୍ବିକରେ ପିଟି ହୋଇଥିଲା । ଫେବୃୟାରି 21 ତାରିଖରେ ମାଡଗାସ୍କରରେ ପ୍ରଥମ ପିଟି ହୋଇ ଥିଲା ଫ୍ରେଡି । ଏହାର ତିନି ଦିନ ପରେ ମୋଜାମ୍ବିକକୁ ହିଟ କରି ଥିଲା । ବ୍ୟାପକ କ୍ଷତ କ୍ଷତି ଘଟାଇ ଥିଲା ଏବଂ ଦୁଇଟି ଦେଶରେ ଫ୍ରେଡି ନେଇଛି 21 ଜୀବନ ।
ମୋଜାମ୍ବିକରେ ପିଟି ହେବା ପରେ ପୁଣି ଥରେ ସମୁଦ୍ରକୁ ଫେରି ଥିଲା ଫ୍ରେଡି । ବଳ ଗୋଟାଇ ନେଇ ଥିଲା ରୂପ ଆଉ ଦ୍ଵିତୀୟ ଥର ମାଡଗାସ୍କରରେ ମାଡ ହୋଇ ଥିଲା । ସେତେବେଳେ 8 ଜଣଙ୍କର ମୃତ୍ୟୁ ହୋଇ ଥିଲା । ଏହା ପରେ ପୁଣି ଥରେ ଘନୀଭୂତ ହୋଇଛି ଫ୍ରେଡି ଏହା ମୋଜାମ୍ବିକ ଆଡକୁ ଅଗ୍ରଗତି ହେଉଛି 11 ତାରିଖ ବେଳକୁ ଏହା କରିପାରେ ଲ୍ୟାଣ୍ଡ ଫଲ ।
ବାତ୍ୟାର ପ୍ରଭାବରେ ଆସନ୍ତା 36 ଘଣ୍ଟା ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏବେ ଫ୍ରେଡି ବାତ୍ୟା ଦୀର୍ଘ କାଳ ଯାଏଁ ସମୁଦ୍ର ଭିତରେ ରହିଛି । ପାଖାପାଖି 8 ହଜାର କିଲୋମିଟର ଅତିକ୍ରମ କରିଛି ବାତ୍ୟା ।
ପୁରା ଭାରତ ମହାସାଗର ଓ ମାଡଗାସ୍କର ଯାଏଁ ଏହାର ଯାତ୍ରା ବିରଳ । ବାତ୍ୟା ଫ୍ରେଡିର କରାଳ ରୂପ ଦେଖି ସାରା ବିଶ୍ଵ ଚକିତ ହୋଇଛି । ମାଡଗାସ୍କରରେ ବାତ୍ୟା ନେଇଛି 10 ଜୀବନ । ପ୍ରଭାବିତ ହୋଇଛନ୍ତି ପାଖାପାଖି 18 ଲକ୍ଷ ଲୋକ । 8 ହଜାରରୁ ଅଧିକ ବାସହରା ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।