ଖୋଲୁଛି ସବୁ ଗୁମର, ଆଦିତ୍ୟଙ୍କର ବିଦ୍ୟାଶ୍ରୀ ହେଲେ ରାଜ୍ କରୁଛି ବିକାଶ… ଏ ନେଇ କଣ କହୁଛନ୍ତି ମାନବପ୍ରେମୀ Aditya Das ଙ୍କ ମା’, ଦେଖନ୍ତୁ Video

ବନ୍ଧୁଗଣ ଏବେ ପୁଣି ଘନେଇ ବାକୁ ଲାଗିଲାଣି ବିକାଶ ଓ ବିଦ୍ୟାଶ୍ରୀଙ୍କ କଣ୍ଟ୍ରଭର୍ସି । ବିଦ୍ୟାଶ୍ରୀଙ୍କୁ ସହି ପାରୁ ନାହାନ୍ତି ବିକାଶ । ବିଦ୍ୟାଶ୍ରୀଙ୍କ ପାଇଁ ବନ୍ଦ ବୁଦ୍ଧାଶ୍ରମର କବାଟ । ପିପୁଲ ଫର ସେବା ଏବେ ବନ୍ଦ ପଡିଛି ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ସାଙ୍ଗ ବିକାଶଙ୍କ ଭିତରେ । ଆଉ ଅନ୍ୟ ପଟେ ଏମିତି କିଛି ଗୁମର କଥା ବଖାଣି ଛନ୍ତି ଏ ଦୁନିଆ ଛାଡି ଚାଲି ଯାଇଥିବା ଆଦିତ୍ୟଙ୍କ ମା । ପିପୁଲ ଫର ସେବା ହେଉଛି ମୃତ ଆଦିତ୍ୟଙ୍କର ଆଉ ଏକ ଦୁନିଆ ।

ଏହାକୁ ସେ ନିଜ ପରିଶ୍ରମର ବଳରେ ସମାଜର କଲ୍ୟାଣ ପାଇଁ ତିଆରି କରିଥିଲେ । ଏଥିରେ ଧୀରେ ଧୀରେ ସଫଳ ହେବାକୁ ଲାଗିଥିଲେ ଆଦିତ୍ୟ । ହେଲେ ହଠାତ ତାଙ୍କର ମୃତ୍ୟୁ ସବୁ କିଛି ଉପରେ ରୋକ ଲଗାଇ ଦେଇଥିଲା । ଅନାଥ ହୋଇପଡିଥିଲେ ବୃଦ୍ଧାଶ୍ରମରେ ଥିବା ସମସ୍ତ ବୃଦ୍ଧ ବୃଦ୍ଧା । ହେଲେ ଧୀରେ ଧୀରେ ଆଶ୍ରମକୁ କୋଳେଇ ଦେଇଥିଲେ ଆଦିତ୍ୟଙ୍କ କ୍ଳୋଜ ଫ୍ରେଣ୍ଡ ବିକାଶ । ଯଦି ଦେଖିବା ତା ହେଲେ ବିକାଶ ଓ ବିଦ୍ୟାଶ୍ରୀ ବୁଦ୍ଧାଶ୍ରମରୁ ହିଁ ଆଦିତ୍ୟଙ୍କ ସହ ଅଧିକ କ୍ଳୋଜ ହୋଇଥିଲେ ।

ଯାହାପରେ ବିଦ୍ୟାଶ୍ରୀ ଓ ଆଦିତ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ଏବେ ଆଦିତ୍ୟଙ୍କ ମୃତ୍ୟୁ ପରେ ବୁଦ୍ଧାଶ୍ରମର ଚାବି ବିକାଶଙ୍କ ପାଖରେ । ଆଦିତ୍ୟଙ୍କ ମା ଓ ବିଦ୍ୟାଶ୍ରୀ ମଧ୍ୟ ଆଶ୍ରମକୁ ଆସି ବୁଝାବୁଝି କରନ୍ତି । ହେଲେ ବିକାଶଙ୍କୁ କିଛି ଦିନ ପରେ ବିଦ୍ୟାଶ୍ରୀଙ୍କ ଆଶ୍ରମ ଆସିବା ପସନ୍ଦ ହେଲାନି । ସେଥିପାଇଁ ସେ ଆଦିତ୍ୟଙ୍କ ମାଙ୍କ ଜରିଆରେ ବିଦ୍ୟାଶ୍ରୀଙ୍କୁ ବାରଣ କରୁଥିଲେ ।

ହେଲେ ତାଙ୍କ ମା ଏହାକୁ ବିଲକୁଲ ବି ପସନ୍ଦ କରୁ ନଥିଲେ । କିନ୍ତୁ ବିଦ୍ୟାଶ୍ରୀ ଏହାକୁ ନ ମାନି ଆଦିତ୍ୟଙ୍କ ଜନ୍ମ ଦିନ ଓ ବିବାହ ବାର୍ଷିକ ଆଶ୍ରମରେ ଥିବା ଲୋକଙ୍କ ସହ ପାଳନ କରିଥାନ୍ତି । ଆଉ ଏହା ବିକାଶକୁ ବିଲକୁଲ ପସନ୍ଦ ନଥାଏ । ତେଣୁ ଯେତେବେଳେ ବିକାଶ ଆଶ୍ରମରେ ନଥାନ୍ତି ସେତେବେଳେ ବିଦ୍ୟାଶ୍ରୀ ଆଶ୍ରମକୁ ଲୁଚିକି ଆସନ୍ତି । ଏମିତି କିଛି କହିଛନ୍ତି ଆଦିତ୍ୟଙ୍କ ମା ।

ସେ କହିଛନ୍ତି ବିଦ୍ୟାଶ୍ରୀ ହେଉଛନ୍ତି ଆଦିତ୍ୟଙ୍କ ସ୍ତ୍ରୀ । ତାର ପୁରା ହକ୍ ଅଛି ଏହି ବୁଦ୍ଧାଶ୍ରମ ଉପରେ । ସେ କେମିତି ନ ଆସିବ କିନ୍ତୁ ବିକାଶ ତାକୁ ଏଠାକୁ ନ ଆସିବା ପାଇଁ ମନା କରିଛି । ମୁଁ ତାକୁ ଏମିତି କରିବାକୁ ମନା କଲେ ସେ ମୋ ଉପରେ ରାଗୁଛି । ସେଥିପାଇଁ ମୁଁ ତାକୁ ଡରିକି ଆଉ କିଛି କହୁନି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *