ଦର୍ଶକ ବନ୍ଧୁ କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜ ଲାଇଫ ଷ୍ଟାଇଲ ଆଉ ନିଜ କଡା ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ସୁର ଭାଇ ଜଟଣୀ ଜିଲ୍ଲାର ବିଧାୟକ ଅଟନ୍ତି । ସେ ଜନସାଧାରଣଙ୍କ ସେବା ପାଇଁ ସବୁବେଳେ ଆଗେଇ ଆସନ୍ତି । ତେବେ ଗତ କାଲି ସୁର ଭାଇ ବିଜୁ ପଟ୍ଟନାୟକଙ୍କ ଡାକୋଟା ଏୟାରପ୍ଳେନ ଦେଖିବାକୁ ଯାଇଥିଲେ । ଡାକୋଟା ବିମାନ ଦେଖିବା ପରେ ସୁର ଭାଇ ଭାବ ବିହୁଳ ହୋଇ ପଡିଥିଲେ ।
ତେବେ ସେହି ସମୟର ଏକ ସାକ୍ଷାତ୍କାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ସେହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇ ଗଣମାଧ୍ୟମ ଆଗରେ କହିଛନ୍ତି-‘ବିଜୁ ବାବୁ ଯେଉଁ ଲୋକ ଓଡିଶାର 13 ପ୍ରତିଶତ ଆମେ ହେଉଛି 61 ପ୍ରତିଶତ ଓବିସି ବାଲା ।
ଖଣ୍ଡାୟତ, କ୍ଷେତ୍ରୀୟ, ତେଲୁଗୁ, ଓଡିଆ ଠାରୁ ଧୋବା ଇତ୍ୟାଦି ହାଁ । ଆମେ ସାହାର୍ଯ୍ୟ କରୁଛୁ ବୋଲି ସରକାର ଅଛନ୍ତି ନା ଆମେ ପୂଜା କରୁଛୁ । ବିଜୁ ବାବୁ ଏ ଜାହାଜ ଉଡାଉ ଥିଲେ ରଖି ଦିଅ ଆଉ ସଜାଡି ଦିଅ । ଡାକୋଟା ଏବଂ ଲୋକେ ଦେଖନ୍ତୁ । ଗୋଟେ ସମ୍ମାନ ପାଇଁ ଥୋଇ ଦେଲୁ । ଆଉ ଦ୍ଵିତୀୟ ନବୀନ ବାବୁ ଯଦି ମୁଖ୍ୟମନ୍ତ୍ରୀ ନଥାନ୍ତେ ଏମିତି ବାନା ଉଡୁ ଥାନ୍ତା ।
ମୋ ବୋପା ଗୋପବନ୍ଧୁଙ୍କ ବୋପା ଇଏ ଛି ଛି ଛି । ଡାକୋଟା ତ ଥୁଆ ସରିଲାଣି । ଏ ଯେଉଁ ତିନିଟା ଜିଲ୍ଲାରେ ଏବେ ହେଲିକପ୍ଟର ଓଲ୍ହେଇବା ଲୋକଙ୍କୁ ଡାକି ଗଦେଇବା । ବିଜୁ ବାବୁଙ୍କ ନାଁରେ ସବୁ ଗଦେଇବା ଆରେ କଂଗ୍ରେସ ସସ୍ଥା କାମ କରିବନି । ଲୋକଙ୍କ ପାଖକୁ ଯାଇଛି ଯାଉଛି । ଦେଶ ସ୍ଵାଧୀନତା ଆଣିଛି କଂଗ୍ରେସ ଯାହା ଭାରତବର୍ଷ ହେଇଛି କଂଗ୍ରେସ ।
ଏ ରାଜ୍ୟରେ କଣ ଟା କରିଛନ୍ତି କି ସେହି କଂଗ୍ରେସ କରିଛି । ରାଉରକେଲାକୁ କିଏ ଷ୍ଟିଲ କରିଛି ସେହି କଂଗ୍ରେସ । ପାରାଦୀପ ବନ୍ଦର କିଏ କରିଛି ସେହି କଂଗ୍ରେସ । ତେଣୁ ସେହି କଂଗ୍ରେସ ପଛରେ ଲୋକ ଅଛନ୍ତି ଆଉ ଆଗକୁ ବି ରହିବେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।