ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଟିଭି ଧାରାବାହିକ ‘ସୁନା ଝିଅ’ ନିଶ୍ଚିତ ଦେଖିଥିବେ । ଏହି ସିରିଏଲଟି ଅତି କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିପାରିଛି । ଏହି ସିରିଏଲଟିକୁ ଦେଖିବା ପାଇଁ ମଧ୍ୟ ଓଡିଶାବାସୀ ବେସ ପସନ୍ଦ କରୁଛନ୍ତି । ତେବେ ଦର୍ଶକ ବନ୍ଧୁ ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀ ହେଉଛନ୍ତି ଅର୍ପିତା ଯାହାଙ୍କ ଜବରଦସ୍ତ ଅଭିନୟ ଏବଂ ସୁନ୍ଦରତା ଆପଣ ମାନେ ନିଶ୍ଚିତ ଦେଖିଥିବେ ।
ତା ହେଲେ ଗତ କିଛି ସମୟ ହେବ ଅର୍ପିତାଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏହି ସାକ୍ଷାତ୍କାରରେ ଅର୍ପିତା କହିଛନ୍ତି-‘ମୁଁ ସମସ୍ତଙ୍କୁ ନମସ୍କାର ଜଣାଉଛି ଆଉ ଆପଣ ମାନେ ବି ଆମକୁ ଏମିତି ଭଲ ପାଇବା ଦିଅନ୍ତୁ ।
ଏଇଟା ହେଉଛି କେମିତି କହିଲେ ଯେମିତି ଆମେ ବର୍ଷ ସାରା ପାଠ ପଢିଥାଉ ଆଉ ରେଜଲ୍ଟ ମିଳେ ଠିକ ସେହି ଭଳି ସବୁ ସପ୍ତାହରେ ଯେତେବେଳେ ସୁନା ଝିଅ ଟିଭିରେ ପ୍ରସାରିତ ହେଲା ଆମେ ମାନେ ବହୁତ ଡରିକି ଥିଲୁ କି କଣ ହେବ କଣ ନାହିଁ ।ତା ପରେ ଟିଆରପି ହେଲା ଯେତେବେଳେ ଟିଆରପିରେ ସିରିଏଲ ଏକ ନମ୍ବର ହେଇ ଥିଲା ଆମେ ବହୁତ ପରିଶ୍ରମ କରିଥିଲୁ । ସାବିତ୍ରୀ ସମୟରେ ଏତେ ପରିଶ୍ରମ ହୋଇଥାଏ ଯେ ମୁଁ ଘରକୁ ସାବିତ୍ରୀ ପୂଜା କରିବା ପାଇଁ ମଧ୍ୟ ଯାଇ ପାରେ ନାହିଁ ।
ମୁଁ ଦିନ ସାରା ସୁଟିଙ୍ଗରେ ବ୍ୟସ୍ତ ଥାଏ ୧୦ ଟାରେ ମୁଁ ଘରକୁ ଯାଇ ଟିକେ ପୂଜା କରି ପଳେଈ ଆସେ । ଏହି ପରିଶ୍ରମର ଫଳ ଯେତେବେଳେ ଆମେ ପାଇଲୁ ସେଇ ଦିନ ଠାରୁ ନମ୍ବର ୱାନ ଟ୍ରାକରେ ସବୁ ଚାଲିଛି ।ଏମିତି ନାହିଁ କି ପରିଶ୍ରମ ସରି ଯାଇଛି ପରିଶ୍ରମ ସେମିତି ଚାଲିଛି କଥାରେ ଅଛି ପ୍ରଥମ ଦିନରେ ଯଦି ଆପଣ ଭଲ କରିଦେବେ ତା ହେଲେ ଲୋକ ମାନେ ସେହି ଆଶାରେ ଦେଖିବେ । ଆଜିର ସମୟରେ ଝିଅ ମାନେ ବହୁତ ସଫଳ ହେଲେ ପୁଅ ମାନେ ବହୁତ ସପୋର୍ଟ କରନ୍ତି ।
ମୋ ସ୍ଵାମୀଙ୍କ ସପୋର୍ଟ ପାଇଁ ମୁଁ ଆଜି ନମ୍ବର ୱାନରେ ଅଛି । ଯେତେବେଳେ ମୋର ତିନି ତିନୋଟି ଝିଅ ରହିଲେ ସିରିଏଲରେ ଆମେ ବହୁତ ଖୁସି ହେଇଗଲୁ କାରଣ ଆମେ ଝିଅ ଚାହୁଁ ଥିଲୁ କିନ୍ତୁ ମୋର ପୁଅ ହେଇଗଲା । ସେମାନେ ମୋ ଠାରୁ କମ ବୟସ ଝିଅ ମାନେ ସବୁ ଆମେ ସବୁ ଭଉଣୀ ପରିକା ରାହୁଛୁ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅର୍ପିତା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।