ଦର୍ଶକ ବନ୍ଧୁ ଦମନ ଆଉ ପ୍ରତୀକ୍ଷା ଫିଲ୍ମ ପରେ ଏବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଉ ଗୋଟେ ବଡ ସଫଳତା ମିଳିଛି । ତେବେ ଗତ କାଲି ଓଡିଆ ଚଳଚିତ୍ର ‘ବାପା ସୁପର ମ୍ୟାନ’ ଥିଏଟରରେ ରିଲିଜ ହୋଇଛି । ଏହି ଚଳଚିତ୍ରଟି ଏକ ମୌଳିକ କାହାଣୀକୁ ନେଇ ହୋଇଛି । ତେବେ ଏହି ଚଳଚିତ୍ରଟି ରିଲିଜ ହେବା ପରେ ହଜାର ହଜାର ଦର୍ଶକ ଏହି ଫିଲ୍ମ ଦେଖିବାକୁ ଯାଉଛନ୍ତି । ସମସ୍ତ ଦର୍ଶକ ଏହି ଫିଲ୍ମ ଦେଖି ଖୁସି ହେବା ସହ ବାପାର ମହତ୍ଵ କଣ ଏହି ଫିଲ୍ମରେ ଦର୍ଶା ଯାଇଛି ବୋଲି କହୁଛନ୍ତି ।
ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ଏହି ଫିଲ୍ମର କାହାଣୀକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା ଯାହା ବିଷୟରେ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ କ୍ରୀଷ୍ଣା ନାମକ ଜଣେ ବ୍ୟକ୍ତି ଆସି ବିବାଦ ସୃଷ୍ଟି କରିଥିଲେ । ତେବେ କ୍ରୀଷ୍ଣା ଟ୍ରେଲର ଦେଖିବା ପରେ କହିଥିଲେ ଯେ ଏହି ଷ୍ଟୋରିଟି ତାଙ୍କର ଯାହା ସେ କଲେଜ ଟାଇମରେ ଫିଲ୍ମର ନିର୍ମାତା ପ୍ରକାଶ ଜେନାଙ୍କୁ କହିଥିଲେ ।
ଆଉ ପ୍ରକାଶ ଏହି କାହାଣୀଟି କପି କରି ଫିଲ୍ମ କରିଛନ୍ତି । ହେଲେ ଫିଲ୍ମରେ କୃଷ୍ଣାଙ୍କ ନାମ ରଖି ନାହାନ୍ତି । ତେବେ ଏହା ପରେ କ୍ରୀଷ୍ଣା କୋର୍ଟର ଦ୍ଵାରସ୍ଥ ହେବେ ବୋଲି ମଧ୍ୟ କହିଥିଲେ । କିନ୍ତୁ ଅନ୍ୟ ପକ୍ଷେ ପ୍ରକାଶ ଜେନା ଗଣମାଧ୍ୟମ ଆଗରେ କହିଥିଲେ ଯେ, ଏହି ଫିଲ୍ମର କାହାଣୀ କପି ହେଇନି କାହାଣୀକୁ ଲୋକପ୍ରିୟ ଲେଖକ ପ୍ରିୟବ୍ରତ ପଣ୍ଡା ଲେଖି ଛନ୍ତି ।
କ୍ରୀଷ୍ଣା ପାଗଳ ହେଇ ଯାଇଛି ଟ୍ରେଲର ଦେଖି ସେ ଫିଲ୍ମ ଦେଖିବା ପରେ ଆହୁରି ପାଗଳ ହେଇଯିବ । କିନ୍ତୁ ଦର୍ଶକ ବନ୍ଧୁ ଫିଲ୍ମ ରିଲିଜ ହେବା ପରେ କ୍ରୀଷ୍ଣା ନିଜେ ଯାଇ ଫିଲ୍ମ ଦେଖି ଛନ୍ତି ଆଉ ଗତ କାଲି ସେ ସମସ୍ତଙ୍କୁ କହିଛନ୍ତି ଏହି ଫିଲ୍ମର କାହାଣୀ ତାଙ୍କର ନୁହେଁ । ଏହା ସହ ସେ ସମସ୍ତଙ୍କୁ ଭୁଲ ମଧ୍ୟ ମାଗିଛନ୍ତି ।
ତେବେ ଏହାରି ମଧ୍ୟରେ ବାପା ଫିଲ୍ମର ଟାଇଟଲ ଗୀତ ଗାଇଥିବା ଜଣେ ଶିଶୁ କଳାକାର ଗଣମାଧ୍ୟମ ସାମ୍ନାକୁ ଆସି ନିଜର କଣ୍ଠ ପଦର୍ଶନ କରିଛନ୍ତି । ସେ ବାପା ଫିଲ୍ମର ଟାଇଟଲ ଗୀତ ଗାଉ ଥିବାର ନଜର ଆସୁଛନ୍ତି ଯାହା ସମସ୍ତଙ୍କୁ ପସନ୍ଦ ଆସିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।