ଦର୍ଶକ ବନ୍ଧୁ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର ଶେଷ ହେବା ପରେ ଏବେ ଓଡିଶାରେ ତାଙ୍କ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ କାଲି ପୁରୀ ସ୍ଵର୍ଗଦ୍ଵାରରେ ପିଣ୍ଟୁଙ୍କ ଶେଷ କୃତ୍ୟ ହୋଇଛି । ତେବେ ମେଡିକାଲରେ ପିଣ୍ଟୁ ଥିବା ବେଳେ ପତ୍ନୀ କି ଛୁଆ କେହି ବି ତାଙ୍କୁ ଦେଖା କରିବାକୁ ଆସି ନଥିଲେ । ହେଲେ ପିଣ୍ଟୁ ଯିବା ପରେ ସମସ୍ତେ ତାଙ୍କ ଶେଷ କୃତ୍ୟରେ ଥିଲେ । ଏହା ସହ ପିଣ୍ଟୁଙ୍କ ପତ୍ନୀ ଏବଂ ଦୁଇ ଛୁଆ ବି ବହୁତ କାନ୍ଦି ଛନ୍ତି ।
ପିଣ୍ଟୁ ଲିଭର ଶିରୋସିସ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ଏହାରି ମଧ୍ୟରେ ଜଣେ ଓଡିଆ ଅଭିନେତା ଗଣମାଧ୍ୟମ ସାମ୍ନାକୁ ଆସି ନିଜର ଦୁଃଖ ପ୍ରକାଶ କରିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ଅଭିନେତା ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି-‘ପିଣ୍ଟୁ ଭାଇ ମୋର ବଡ ଭାଇ ସେ ମୋ ଗୁରୁ ମୋ ଗଡ ଫାଦର । ସିନେମା ଲାଇନରେ ଯଦି ମୋର ନିଜର ବୋଲି କିଏ ସେ ହେଉଛି ପିଣ୍ଟୁ ନନ୍ଦ । ଏମିତି କୌଣସି କାମ ନାହିଁ ଯେଉଁଥିରେ ସେ ମୋଟ ନ ଖୋଜେ ।
ମୋ ଝିଅକୁ ଆଜ୍ଞା ସେ ଝିଅ କରିଥିଲା । ସେ ମୋ ଝିଅକୁ ଝିଅ କରିଥିଲା ମତେ କହିଥିଲା ତୋର ଦୁଇଟି ଝିଅ ତୁ ବାହା କରିପାରିବୁନି ମୁଁ ତୋ ବଡ ଝିଅକୁ ନେଇ ଯାଉଛି । ମୋ ବଡ ଝିଅକୁ ଝିଅ କରିଥିଲା ହେଲେ ମୋତେ ଠକି ଦେଇ ଅଧାରୁ ଚାଲି ଗଲା । ତାର ମୋର ସ୍ମୃତି ସବୁବେଳେ ରହିଛି ରହିଥିବ । ଭାଉଜ ଆସିଥିଲେ ଏବେ ଦେଖା କରି କାନ୍ଦିକି ଗଲେ ।
ତାଙ୍କ ମୁହଁକୁ ଆଉ ଅନେଇ ହେଲାନି ମୁଁ ଭାବିଲି ଆଉ ତ ଏ ଟାଇମରେ କିଛି କହି ହେବନି ନହଲେ ମୁଁ କହିଥାନ୍ତି ଭାଉଜ ଯଦି ତମେ ତା ସାଙ୍ଗରେ ଥାନ୍ତ ହୁଏତ ସେ ଆଜି ମରି ନଥାନ୍ତେ । ସତ କଥା ହେଉଛି ଭାଇ-ଭାଉଜ ଅଲଗା ହେଇ ଥିଲେ ଆଜିକୁ ବର୍ଷେ ହେବ । ସେହି ଭାବନାରେ ବୋଧ ହୁଏ ଭାଇ ଶୀଘ୍ର ଜଗନ୍ନାଥଙ୍କ ପାଖକୁ ପଳେଇଲେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।