ପ୍ରଥମ ଥର ପାଇଁ ଦେଖନ୍ତୁ Pintu Nanda ଙ୍କ ଗାଁ ଘର, ବାପା-ମା ଓ ଭଉଣୀ…

ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଆଉ ନାହାନ୍ତି । ତେବେ ଦର୍ଶକ ବନ୍ଧୁ ଅଭିନେତା ପିଣ୍ଟୁ ନନ୍ଦଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର ଗତ କାଲି ଶେଷ ହୋଇ ଥିଲା। ତେବେ ପିଣ୍ଟୁ ନନ୍ଦ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ଏବଂ ଷ୍ଟାଇଲକୁ ଦର୍ଶକ ଖୁବ ଅଧିକ ପସନ୍ଦ କରନ୍ତି ।

ତେବେ ପିଣ୍ଟୁଙ୍କ ଜୀବନରେ ସବୁ କିଛି ଠିକ ଥିଲା ହେଲେ ମଦ ତାଙ୍କ ଜୀବନ ପାଇଁ କାଳ ହେଇ ଗଲା । ଦର୍ଶକ ବନ୍ଧୁ ପିଣ୍ଟୁଙ୍କର ମଦ ପିଇବା ହେତୁ ତାଙ୍କର ଲିଭର ନଷ୍ଟ ହେଇଗଲା । ଯାହାଫଳରେ ତାଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ କରିବା ନିହାତି ଆବଶ୍ୟକ ଥିଲା ହେଲେ ଏଥିରେ ଅର୍ଥ ବାଧକ ସାଜି ଥିଲା । ସାରା ଓଡିଶାବାସୀ ଏବଂ ଓଡିଆ ଇଣ୍ଡଷ୍ଟ୍ରି ପିଣ୍ଟୁଙ୍କୁ ଆର୍ଥିକ ସହାୟତା କରିଥିଲେ ।

ପିଣ୍ଟୁଙ୍କୁ ପ୍ରଥମେ ଦିଲ୍ଲୀ ଆଉ ପରେ ହାଇଦ୍ରାବାଦ ନିଆ ଗଲା ହେଲେ ସେଠାରେ ତାଙ୍କୁ ଲିଭର ଡୋନର ମିଳିଲା ନାହିଁ । ଆଉ ଅନ୍ୟ ପକ୍ଷେ ପିଣ୍ଟୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଗୁରୁତ୍ଵର ହେଇ ଚାଲିଲା । ବନ୍ଧୁଗଣ ଶେଷରେ ଗତ ତିନି ଦିନ ତଳେ ହାଇଦ୍ରାବାଦର ଯଶୋଦା ମେଡିକାଲରେ ରାତି ପ୍ରାୟ ୧୧ ଟା ୨୫ ମିନିଟରେ ପିଣ୍ଟୁ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ପିଣ୍ଟୁ ଯିବା ପରେ ଏବେ ଶୋକାକାଳ ପରିସ୍ଥିତି ସୃଷ୍ଟି ହୋଇଛି ।

ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ପିଣ୍ଟୁଙ୍କ ଗାଁ, ଘର ଏବଂ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ତେବେ ପିଣ୍ଟୁ ନନ୍ଦ ଜନ୍ମଙ୍କ ୭ ଜୁଲାଇ ୧୯୭୭ ମସିହାରେ ଓଡିଶାର ଜଗତସିଂହ ପୁର ଜିଲ୍ଲାରେ ହୋଇଥିଲା । ତେବେ ୧୯୯୬ ମସିହାରେ ପିଣ୍ଟୁ ଫିଲ୍ମ ଜଗତରେ ପାଦ ଦେଇଥିଲେ ।

ପିଣ୍ଟୁ ନନ୍ଦଙ୍କ ପରିବାର କହିଲେ ତାଙ୍କ ଗାଁ ହେଉଛି ଜଗତସିଂହ ପୁର । ସେଠାରେ ତାଙ୍କ ବାପା, ମାଆ, ବଡ ଭାଉ ଏବଂ ଭାଉଜ ରୁହନ୍ତି । ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ଭୁବନେଶ୍ଵରରେ ରୁହନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *