ଭାଇରେ ଏଥର ଭଲ ହେଇଗଲେ ତୋ ଭାଉଜ ପାଖରେ ରହିବି ଆଉ ସାନ ପୁଅଟା ମୋର ଭାରି ମନ ପଡୁଛି ରେ । ହଁ ଦର୍ଶକ ବନ୍ଧୁ ପିଣ୍ଟୁ ନନ୍ଦଙ୍କ ପରିବାର ପିଣ୍ଟୁ ନନ୍ଦଙ୍କ ପତ୍ନୀ ଆଉ ପିଣ୍ଟୁ ନନ୍ଦଙ୍କ ଦୁଇ ପୁଅ । ଶୁଣିବାକୁ ମିଳୁଛି ପିଣ୍ଟୁ ନନ୍ଦ ଆଉ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଅଦିନିଆ ଝଡ ଉଠି ଥିଲା ଆଉ ତାଙ୍କ ସ୍ଵପ୍ନର ଘର ଭାଙ୍ଗି ରୁଜି ଚୁରମାର ହୋଇ ଯାଇଥିଲା । ପିଣ୍ଟୁ ନନ୍ଦଙ୍କ ପାଖରେ ତାଙ୍କ ବଡ ପୁଅ ରହୁଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ପାଖରେ ରହୁଥିଲେ ପିଣ୍ଟୁ ନନ୍ଦଙ୍କ ସାନ ପୁଅ ।
ଆଉ ପିଣ୍ଟୁ ନନ୍ଦଙ୍କ ସାନ ପୁଅଟି ଦେଖିବାକୁ ଖୁବ ଡଉଲ ଡାଉଲ । ବାପାଙ୍କ ଦେହ ଖରାପ ସାନ ପୁଅ ବି ବୁଝି ପାରୁଛି । ମା ସହିତ ଜିଦି କରି ମାକୁ ଆଣି କୁଆଡେ ହସ୍ପିଟାଲ ଆସିଥିଲା । ହଁ ଦର୍ଶକ ବନ୍ଧୁ ଦିଲ୍ଲୀ ହସ୍ପିଟାଲରେ ବାପା ଆଉ ସ୍ଵାମୀଙ୍କୁ ଭେଟି ଥିଲେ ପିଣ୍ଟୁ ନନ୍ଦଙ୍କ ପତ୍ନୀ ଆଉ ତାଙ୍କ ସାନ ପୁଅ ।
ଏଠି କହି ରଖିବା ପାଇଁ ଚାହିଁବୁ ପାରିବାର ଝଡ ଉଠିବା ପରେ ପିଣ୍ଟୁ ନନ୍ଦ ଆଉ ତାଙ୍କ ପତ୍ନୀ ଅଲଗା ରହୁଥିଲେ ସତ କିନ୍ତୁ ଉଭୟଙ୍କ ମଧ୍ୟରେ ଭଲ ପାଇବା ସେମିତି କୁଆଡେ ନିବିଡ ଥିଲା । ଆଉ ପିଣ୍ଟୁ ନନ୍ଦ କୁଆଡେ କହୁଥିଲେ ଯାହା ବିଶେଷ ସୂତ୍ରରୁ ଖବର ମିଳିଛି ଯେ ଏଥର ଭଲ ହେଲେ ତୋ ଭାଉଜ ପାଖରେ ରହିବି ସାନ ପୁଅ ଟା କଥା ଭାରି ମନ ପଡୁଛି । ଏମିତି କିଛି କଥା ଅଭିନେତା ପିଣ୍ଟୁ ନନ୍ଦ କହି ଥିଲେ ।
ଆଉ ଏମିତି କି ହାତ ଯୋଡି ଠାକୁରଙ୍କୁ କହିଥିଲେ ହେ ପ୍ରଭୁ ମତେ ଏଥିରୁ ଉଦ୍ଧାର କର ମୁଁ ଶେଷ ଜୀବନ ମୋ ପିଲା ଆଉ ମୋ ସ୍ତ୍ରୀ ସହ ବିତେଇବାକୁ ଚାହୁଁଛି । ଏବେ ଏମିତି କିଛି କଥା ଚର୍ଚ୍ଚା ହେବାକୁ ଲାଗୁଛି । ହଁ ଦର୍ଶକ ବନ୍ଧୁ ବିଶେଷ ସୂତ୍ରରୁ ମିଳି ଥିବା ଏ ଖବର ଯେତେବେଳେ ଆମେ ଶୁଣିଲୁ ଆମ ଆଖିରେ ବି ଲୁହ ରହିଲା ନାହିଁ ।
କାରଣ ଯେଉଁ ପରିବାର ଭାଙ୍ଗି ଯାଇଥିଲା ସେହି ପରିବାର କୁ ପୁଣି ଯୋଡିବା ପାଇଁ ଚାହୁଁ ଥିଲେ ପିଣ୍ଟୁ ନନ୍ଦ । ହେଲେ ତାଙ୍କର ସବୁ ଇଛା ଶେଷ ହେଇଗଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।