ଅଧା ରହିଗଲା Pintu ଙ୍କ ଶେଷ ଇଚ୍ଛା, ଶେଷ ସମୟରେ ସେ ଚାହୁଁଥିଲେ ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ଟିକିଏ …

କଥାରେ ଅଛି ବାବାରେ ଦୁନିଆକୁ ଏକା ଆସିଛୁ ଏକା ହିଁ ଯିବୁ । ଆଉ ଏବେ ତାହା ହିଁ ହେଲା ନା ହେଉଛି ବିଶ୍ଵାସ ନା ବୁଝୁଛି ମନ ସେହି ହସ ହସ ଚେହେରା ଆଉ ରାଜକୀୟ ଠାଣି ଲାଇଭ କ୍ୟାମେରା ଆକ୍ସନ ସହ ଅଙ୍ଗେ ଅଙ୍ଗେ ଜଡିତ । କିନ୍ତୁ ଏବେ ଆଉ ପଛକୁ ଫେରିବନି ସମୟ । ସବୁ ମୋହ ମାୟା ତୁଟାଇ ଆପଣାଇଲେ ଗୋଟିଏ ରାସ୍ତା ଶେଷ ସମୟରେ ନା କିଏ ସାଥ ଦେଲା ନା ନିଜ ଶେଷ ଇଛା ପୂରଣ ହେଲା ।

ଅନେକ ଇଛା କରିଥିଲେ ଶେଷ ସମୟରେ ନିଜ ସ୍ତ୍ରୀ ଆଉ ଦୁଇ ପୁଅକୁ ଦେଖିବେ । କୁଣ୍ଢେଇ ଧରି ଅନେକ କଥା କହିବେ ପୁଅକୁ କୋଳେଇ ନେବେ ଆଉ ମୁଣ୍ଡରେ ହାତ ବୁଲେଇ ଢେର ସାରା ଆଶୀର୍ବାଦ କରିବେ । ସାନ ପୁଅ ଭାରି ଗେଲହା ଆଉ ବଡ ପୁଅ ଭାରି ଜିଦ ଖୋର । ଆଉ ସ୍ତ୍ରୀ ଭାରି ଅଭିମାନୀ ।

ସବୁ ଅଭିମାନକୁ ପଛରେ କରି ସ୍ତ୍ରୀରେ କୋଳରେ ଟିକେ ମୁଣ୍ଡ ରଖି ଅସରନ୍ତି କଥା ହେଇଥାନ୍ତେ ହେଲେ ସବୁ ଇଛା ଇଛାରେ ହିଁ ରହିଗଲା । ଶେଷ ସମୟରେ କେହି ବି ସାଥ ଦେଲେନି । ପାଖରେ ନା ଥିଲେ ସ୍ତ୍ରୀ ନା ଥିଲେ ଦୁଇ ପୁଅ ଆଉ ଜୀବନ ସହ ସଂଘର୍ଷ କରି ଚାଲି ଗଲା ଜୀବନ । ଜଗତସିଂହ ପୁର ଜିଲ୍ଲାରେ ଜନ୍ମିତ ପିଣ୍ଟୁ ଏସକେ ଏକାଡେମିରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ ।

ଟେଲି ଫିଲ୍ମ ଜରିଆରେ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ପିଣ୍ଟୁ । 1996 ମସିହାରେ ପିଣ୍ଟୁ ଓଡିଆ ଇଣ୍ଡଷ୍ଟ୍ରିରେ ସବୁ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଜଟିଳ ହେବାକୁ ଲାଗିଲା । କିଛି ଭାବିବା ଆଗରୁ ସ୍ୱାସ୍ଥ୍ୟ ଏତେ ଜଟିଳ ହେଇଗଲା ଯେ ଆଜି ଏହି ଦିନ ଦେଖିବାକୁ ପଡିଲା । ମାତ୍ର 45 ବର୍ଷ ହୋଇଥିଲା ଆଉ ଏତେ ଶୀଘ୍ର ଦୁନିଆ ଛାଡି ଚାଲି ଗଲେ ପିଣ୍ଟୁ ।

ସମସ୍ତେ ଆପ୍ରାଣ ଉଦ୍ୟମ ଚଳାଇ ଥିଲେ ଆଉ ଟଙ୍କା ମଧ୍ୟ ଯୋଗାଡ ଚାଲି ଥିଲା ହେଲେ ଲିଭର ଡୋନର ମିଳୁ ନଥିଲେ । ଡାକ୍ତର ତାଙ୍କୁ ବଞ୍ଚେଇବା ପାଇଁ ସବୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *