ଦର୍ଶକ ବନ୍ଧୁ ଆଜି ଓଡିଶା କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି କାରଣ ଆଜି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଆମ ମାନଙ୍କ ଗହଣରେ ନାହାନ୍ତି । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ତେବେ ପିଣ୍ଟୁ ନନ୍ଦଙ୍କୁ ଆପଣ ମାନେ ଅନେକ ଫିଲ୍ମ ଏବଂ ଆଲବମରେ ଦେଖିଥିବେ । ସେ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଏବଂ ସାରା ଓଡିଶାରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି ।
ହେଲେ ଗତ କିଛି ଦିନ ହେବ ପିଣ୍ଟୁ ଲିଭର ଜନିତ ସମସ୍ୟାରେ ପୀଡିତ ଥିଲେ ଏନେଇ ତାଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ କରିବା ନିହାତି ଆବଶ୍ୟକ ଥିଲା । ହେଲେ ତାଙ୍କ ପାଖରେ ଅର୍ଥର ଅଭାବ ଥିବାରୁ ସେ ଲିଭର ଟ୍ରାନ୍ସପ୍ଳାଣ୍ଟ କରିପାରୁ ନଥିଲେ । କିନ୍ତୁ ଓଡିଶାବାସୀ ଏବଂ ଓଡିଆ ଇଣ୍ଡଷ୍ଟ୍ରିର ଆର୍ଥିକ ସହାୟତା ଯୋଗୁଁ ପିଣ୍ଟୁଙ୍କୁ ଦିଲ୍ଲୀର ଏକ ହସ୍ପିଟାଲ ନିଆ ଯାଇଥିଲା ସେଠାରେ ତାଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ କରା ଯାଇଥାନ୍ତା ।
ହେଲେ ଲିଭର ଡୋନର ନ ମିଳିବା ହେତୁ ଗତ ପାଞ୍ଚ ଦିନ ତଳେ ତାଙ୍କୁ ହାଇଦ୍ରାବାଦର ଯଶୋଦା ମେଡିକାଲକୁ ସ୍ଥାନାନ୍ତରିତ କରା ଗଲା । ସେଠାରେ ମଧ୍ୟ ତାଙ୍କର ଚିକିତ୍ସା ଚାଲିଲା ଆଉ ଲିଭର ଡୋନରକୁ ଖୋଜା ଚାଲି ଥିଲା । ହେଲେ ଗତ କାଲି ରାତି 11 ଟାରେ ପିଣ୍ଟୁ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ପିଣ୍ଟୁ ନନ୍ଦଙ୍କ ବିୟୋଗ ଓଡିଆ ଇଣ୍ଡଷ୍ଟ୍ରି ପ୍ରତି ଏକ ଅପୂରଣୀୟ କ୍ଷତି ଯାହା ଆପଣ ମାନେ ସମସ୍ତେ ଜାଣି ଛନ୍ତି ।
ପିଣ୍ଟୁ ଯିବା ପରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ଆଉ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ଯାତ୍ରା ସ୍ଟେଜରେ ପିଣ୍ଟୁ ନନ୍ଦଙ୍କ ପାଇଁ ଶୋକ ସଭା ଚାଲିଛି । ଯାତ୍ରା ଏଙ୍କର କ୍ରୀଷ୍ଣା କୁମାର ଏନେଇ ସ୍ଟେଜ ଉପରେ ଛିଡା ହୋଇ ପିଣ୍ଟୁଙ୍କୁ ନେଇ ଦୁଃଖ ପ୍ରକାଶ କରୁଛନ୍ତି । ଗତ କାଲି ରାତିରେ ଯାତ୍ରା ଚାଲି ଥିଲା ଆଉ ପିଣ୍ଟୁ ଯିବା ପରେ ପ୍ରଥମ ଥର ଏହି ଯାତ୍ରା ସ୍ଟେଜରେ ଶୋକ ସଭା ହୋଇଥିଲା । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।