ଦର୍ଶକ ବନ୍ଧୁ ନବ ଦାସ ଯିବା ପରେ ଏବେ ଝାରସୁଗୁଡା ଜିଲ୍ଲାରେ ଉପ ନିର୍ବାଚନ ହେବାକୁ ଯାଉଛି । ତେବେ କୁହା ଯାଉଛି ବିଜେଡି ନବଙ୍କ ଝିଅ ଦୀପାଳି ଦାସଙ୍କୁ ଟିକେଟ ଦେଇ ପାରେ । ଅନ୍ୟ ପକ୍ଷେ ନବ ମଧ୍ୟ ନିଜ ଝିଅକୁ ରାଜନୀତିରେ ଏଣ୍ଟ୍ରି କରିବା ପାଇଁ କହୁଥିଲେ । ସେଥିପାଇଁ ସେ ସମସ୍ତ ସଭା ସମିତିରେ ନିଜ ଝିଅ ଦୀପାଳିକୁ ସାମିଲ କରୁଥିଲେ । ଏବେ ଦୀପାଳି ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ।
ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ଦୀପାଳି କହିଛନ୍ତି-‘ମୁଁ ସମସ୍ତଙ୍କୁ ନମସ୍କାର ଜଣାଉଛି ଆଜି ମୋ ପୂଜ୍ୟ ବାପା ଶ୍ରୀ ନବ ଦାସଙ୍କର ଏମିତି ଆକସ୍ମିକ ଦେହାନ୍ତ ପରେ ଆମେ ସମସ୍ତେ ବହୁତ ମର୍ମାହତ ଅଛୁ । ଆମେ କେବେ ଭାବି ବି ନଥିଲୁ ଏମିତି କେବେ ହେବ ବୋଲି ।
ଏଭଳି ସଙ୍କଟ ସମୟରେ ଯେଉଁ ଭଳି ଭାବରେ ଓଡିଶାବାସୀ ଆମ ପରିବାର ସାଙ୍ଗରେ ଯେମିତି ସଂବେଦନ ଦେଖାଇ ଛନ୍ତି ସେଥିପାଇଁ ମୁଁ ସମସ୍ତଙ୍କ ସାମ୍ନାରେ ହାତ ଯୋଡି କୃତଜ୍ଞତା ଜଣାଇବି । ଆଉ ଗୋଟେ କଥା ହେଲା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ବାପା ଗଲା ପରେ ଆମ ପରିବାର ସହ ଗୋଟେ ପିତା ଭଳି ଛିଡା ହୋଇଛନ୍ତି । ଆଉ ସେ ଆମ ମୁଣ୍ଡ ଉପରେ ଗୋଟେ ଆଶୀର୍ବାଦର ଛାୟା ଦେଇଛନ୍ତି ।
ସେଥିପାଇଁ ମୁଁ ଏବଂ ମୋର ପୁରା ପରିବାର ସର୍ବଦା ତାଙ୍କୁ କୃତଜ୍ଞ ଜଣାଇବୁ । ଆପଣ ସମସ୍ତେ ଜାଣିଥିବେ ଏହି ଦୁଃଖତ ସମୟରେ ଝାରସୁଗୁଡା ବାସୀ ବିଜୁ ଜନତା ଦଳ ଏବଂ ଅନ୍ୟ ଦଳ ଯେଉଁ ଭଳି ଭାବରେ ଆମକୁ ସଂବେଦନା ଜଣାଇ ଛନ୍ତି ସେଥିପାଇଁ ମଧ୍ୟ ଆମେ ତାଙ୍କୁ କୃତଜ୍ଞତା ଜଣାଇବୁ । ମୁଁ ଆପଣ ସମସ୍ତଙ୍କୁ କହିଦେବାକୁ ଚାହେଁ କି ମୁଁ ଆଉ ମୋ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ରଖିଛୁ ଏବଂ ଭରସା ରଖିଛୁ ଯେ ଆମ ପରିବାରକୁ ନ୍ୟାୟ ମିଳିବ ।
ମୁଁ ଗୋଟେ କଥା ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ, ମୋ ବାପାଙ୍କର ଏହି ବିଷୟକୁ ଗୋଟେ ରାଜନୈତିକ ପ୍ରସଙ୍ଗ ନ କରାଯାଉ । ସେଥିପାଇଁ ମୋ ପରିବାର ତରଫରୁ ମୁଁ ସମସ୍ତଙ୍କୁ ହାତ ଯୋଡି ନିବେଦନ କରୁଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।