‘ତା ସ୍ତ୍ରୀର ଯଦି ଇତିହାସ ଖୋଲି ଦେବି ସେ ବି ଜେଲ୍ ଯିବ…’ ଦେଖନ୍ତୁ କାହାକୁ ଓ କାହିଁକି ଏପରି କହିଲେ ମିନତୀ ବହିଦାର

ଦର୍ଶକ ବନ୍ଧୁ ଓଡିଶାର ପୂର୍ବତ୍ତମ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ସାରା ଓଡିଶାରେ ଶୋକର ମାହୋଲ ରହିଛି ।  ନବଙ୍କର ଝାରସୁଗୁଡା ଜିଲ୍ଲାରେ ତାଙ୍କର ବହୁତ ପ୍ରଭାବ ଥିଲା । ନବ ଦାସ ଜଣେ ବରିଷ୍ଠ ନେତା ହେବା ସହ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ । ତେବେ ନବ ଦାସ ଯିବା ପରେ ଝାରସୁଗୁଡା ଜନସାଧାରଣ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । ଆଉ ଅନ୍ୟ ପକ୍ଷେ ଆଗାମୀ ମାର୍ଚ୍ଚ ମାସରେ ଝାରସୁଗୁଡା ଜିଲ୍ଲାରେ ଉପ ନିର୍ବାଚନ ହେବାକୁ ଯାଉଛି ।

ତେବେ ଏହି ଉପ ନିର୍ବାଚନ ପାଇଁ ନବଙ୍କ ଝିଅ ଦୀପାଳିଙ୍କୁ ବିଜେଡି ଟିକେଟ ଦେଇପାରେ ବୋଲି ଆଲୋଚନା ହେଉଛି । ତେବେ ନବ ଦାସ ହତ୍ୟାକାଣ୍ଡରେ ଯେଉଁଠି ସାରା ସାରା ଓଡିଶାବାସୀ ଦୁଃଖିତ ଅଛନ୍ତି ସେଇଠି ମିନତୀ ବହିଦାର ବହୁତ ଖୁସି ଅଛନ୍ତି । ନବ ଦାସଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା ହେଲେ ତାଙ୍କ ଭାଇଙ୍କୁ କୁଆଡେ ନବ ଦାସ ହତ୍ୟା କରିଥିବାରୁ ତାଙ୍କୁ ଭଗବାନ ଶାସ୍ତି ଦେଇଛନ୍ତି ବୋଲି ମିନତୀ କହିଥିଲେ ।

ମିନତୀଙ୍କ କହିବା କଥା ତାଙ୍କ ଭାଇଙ୍କୁ କୁଆଡେ ନବ ଦାସ ହତ୍ୟା କରିଥିଲେ ତେଣୁ ଗୋପାଳ ଭଗବାନ ଶ୍ରୀ କୃଷ୍ଣଙ୍କ ଭେଶରେ ଆସି ନବଙ୍କୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି । ଏବେ ମିନତୀ ପୁଣି ଏକ ବଡ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ମିନତୀ ଏଥର ନିଜ ଭାଇର ପତ୍ନୀଙ୍କ ବିଷୟରେ ଏକ ବଡ ବୟାନ ଦେଇଛନ୍ତି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଦର୍ଶକ ବନ୍ଧୁ ମିନତୀଙ୍କ କହିବା ମୁତାବକ-‘ମୋ ଭାଇର ସ୍ତ୍ରୀ ନାଁରେ ବାହାର କରିବେ ଏଇଟା । ତୁ କେମିତି ତୋ ସ୍ଵାମୀର ସବୁ କାଗଜ ପତ୍ର ପୋଡି ଦେଲୁ । ମୋ ଭାଇର ଏଲଆଇସି ସବୁ ନେଲା ତାର କାଗଜ ପତ୍ର ଜାଳି ଦେଲା ।

ତୁ କାହିଁକି ଉଠେଇଲୂନି ଥାନାକୁ ଗଲୁନି ତୋ ସ୍ଵାମୀକୁ କିଏ ମାରିଛି । ତୁ ଏ କଥା ଉଠେଇ ଥିଲେ ମୁଁ ତୋ ପଛରେ ଯାଇଥାନ୍ତି । ତାର ଯଦି ଇତିହାସ ଖୋଲିବି ନା ତା ସ୍ତ୍ରୀ ମଧୁମିତା ସୁରେନର ସେ ବି ଜେଲ ଯିବ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମିନତୀ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *