ଭିକୁଙ୍କୁ ଖୁମ୍ପି ଥିବା ନାୟିକା ମୀନା ଏବେ କେଉଁଠି ? ଦେଖନ୍ତୁ Meena ଙ୍କୁ ନେଇ କଣ କହିଲେ ଯାତ୍ରା ଭିଲେନ Viku Seth, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ଅପେରା ବା ଯାତ୍ରା ଓଡ଼ିଶା ଏବଂ ପଶ୍ଚିମ ବଙ୍ଗରେ ଏକ ଲୋକ କଳା । ଏହା ଏକ ଭ୍ରମଣ କାରି ନାଟକ ପ୍ରଦର୍ଶନ କରୁଥିବା ଦଳକୁ ବୁଝାଏ । ଯାତ୍ରାରେ ପ୍ରଦର୍ଶିତ ହେଉଥିବା ନାଟକଗୁଡ଼ିକ ଜନ ଜୀବନର କାହାଣୀଦ୍ୱାରା ପ୍ରଭାବିତ ହୋଇଥାଏ । ଯାତ୍ରାର ମୁଖ୍ୟ ଆକର୍ଷଣ ଏହାର ସଂଳାପ ଏବଂ ନୃତ୍ୟ ଗୀତ । ଓଡ଼ିଶାର ସବୁ ମେଳା ମହୋତ୍ସବରେ ଯାତ୍ରା ଦଳଗୁଡିକ ନିଜର ନାଟକ ପ୍ରଦର୍ଶନ କରିଥାନ୍ତି ।

ରଙ୍ଗୀନ, ଜକମକ ବେଶଭୁଷା, ଆକର୍ଷଣୀୟ ନୃତ୍ୟ ତଥା ସଙ୍ଗୀତର ସମାରୋହ ଯାତ୍ରାକୁ ଲୋକପ୍ରିୟ କରିବାରେ ସାହାଯ୍ୟ କରିଛି । ତେବେ ଆପଣ ମାନେ ଯାତ୍ରା ଅଭିନେତା ବିକୁ ସେଠ ଙ୍କ ବିଷୟରେ ଆଲୋଚନା କରିବା । ତେବେ ସେ ଜଣେ ଓଡ଼ିଆ ଯାତ୍ରା କଳାକାର ଥିଲେ । ତାଙ୍କର ପ୍ରକୃତ ନାମ ହେଉଛି ମହେନ୍ଦ୍ର ଦାସ । ସେ ଏକ ଯାତ୍ରା ନାଟକ ଶାଗୁଣା ବସିଛି ଡେଣା ମେଲାଇର ତାଙ୍କ ଭୂମିକା ଭିକୁ ସେଠ୍ ପାଇଁ ଏହି ନାମରେ ଲୋକପ୍ରିୟତା ଅର୍ଜନ କରିଥିଲେ ।

୨୦୨୦ ମସିହାରେ ଭିକୁ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ । ତେବେ ଭିକୁ ସେଠ୍ ଓଡ଼ିଆ ଯାତ୍ରା ଜଗତର ଜଣେ ଜଣାଶୁଣା ଖଳାନାୟକ ଥିଲେ । ସେ ଓଡ଼ିଆ ଯାତ୍ରା ଜଗତ ସମେତ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ୧୯୯୬ ମସିହାରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଯଶୋଦାରେ ଭିକୁ ଖଳନାୟକ ଭାବରେ ଅଭିନୟ କରିଥିଲେ ।  ସେ ୩୦ ବର୍ଷ ଧରି ଯାତ୍ରା ଜଗତରେ ସକ୍ରିୟ ଅଭିନେତା ଭାବରେ କାର୍ଯ୍ୟ କରୁଥିଲେ ।

୧୯୮୪ ମସିହାରେ ଭିକୁ ସାତଶଙ୍ଖ ଅପେରାରେ ପ୍ରଥମେ ଅଭିନୟ କରିଥିବା ଆରମ୍ଭ କରିଥିଲେ ।  ଜନତା ଗଣନାଟ୍ୟର ନାଟକ ଶାଗୁଣା ବସିଛି ଡେଣା ମେଲାଇରେ ସେ ଭିକୁ ସେଠ୍ ଭୂମିକାରେ ଅଭିନୟ କରିଥିଲେ । ଏହି ନାଟକରେ ତାଙ୍କର ଲୋକପ୍ରିୟ ସଂଳାପ ଥିଲା, “ନାଁଟା ତା’ହେଲେ ମୀନା, ଭଲ ନାଚିଲ… । ” ତାଙ୍କର ଅନ୍ୟ ଏକ ଲୋକପ୍ରିୟ ସଂଳାପ ଥିଲା, “ଭଲକୁ ଭଲ କହିବା କ’ଣ ଖରାପ ! ଓ “ଖୁମ୍ପିଦେଲୁ, ଭଲ କଲୁ… ଧେତ୍ ।

ସେ ଧଉଳୀ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ ଆଦିରେ ସେ ଅଭିନୟ କରିଥିଲେ । ତେବେ ସେ ସାତଶଙ୍ଖ ଅପେରା, ଧଉଳୀ ଗଣନାଟ୍ୟ,ପାର୍ବତୀ ଗଣନାଟ୍ୟ,ଗୌରୀ ଗଣନାଟ୍ୟ,କଳିଙ୍ଗ ଗଣନାଟ୍ୟ,ଜନତା ଗଣନାଟ୍ୟ ରେ କାମ କରିଛନ୍ତି । ତେବେ ତାଙ୍କୁ ଇନ୍ଟର୍ଭିୟୁ ରେ ମିନା ବିଷୟରେ ପଚରା ଯାଇଥିଲା କି ଆପଣ ଙ୍କୁ ଖୁମ୍ପି ଥିବା ମିନା ବର୍ତ୍ତମାନ କେଉଁଠି ।

ତେବେ ସେ କହିଥିଲେ ସେହି ଚରିତ୍ର ଜଣେ ପୁରୁଷ ହିଁ କରିଥିଲେ ଯାହାଙ୍କ ନାଁ ହେଉଛି ବଟକୃଷ୍ଣ ଜେନା । ତେବେ ସେ ବର୍ତ୍ତମାନ ଆଉ ଅଭିନୟ କରୁ ନାହାନ୍ତି ସେ ବର୍ତ୍ତମାନ ଘରେ ହିଁ ଅଛନ୍ତି । ତେବେ ସେ ଚାଷ କରି ନିଜ ପେଟ ପୋଷୁଛନ୍ତି । ତେବେ ଶେଷ ରେ ସେ ସମସ୍ତଙ୍କୁ ଏତେ ଭଲ ପାଇବା ଦେବା ପାଇଁ ଧନ୍ୟବାଦ ଜଣାଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *