ଗୁଜରାଟରୁ ଆସି ପହଁଚିଛି ରୋବୋଟିକ ଟିମ୍ , ଏହା ସହ ଉଦ୍ଧାର କାର୍ଯ୍ୟରେ ଲାଗିଲା ନୂଆ ମେସିନ, କୌଣସି ମୁହୂର୍ତ୍ତରେ ମିଳିବ ଖୁସି ଖବର…

ବନ୍ଧୁଗଣ କଳେ ବଳେ କୌଶଳେ ରାହୁଲକୁ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରୟାସ । ଏନଡିଆରଏଫ, ଏସଡିଆରଏଫ ଓ ରୋବୋଟିକ ଟିମ ନିଜକୁ ବାଜି ଲଗାଇ ଦେଇଛନ୍ତି । କିଭଳି ଭାବରେ ରାହୁଲକୁ ଉଦ୍ଧାର କରିବେ, କିଭଳି ଭାବେ ସଫଳ ହେବ ଅପରେସନ ରାହୁଲ ତାକୁ ନେଇ ସମସ୍ତ ଉଦ୍ୟମ ଚାଲିଛି । ଗୋଟେ ପଟେ ରାହୁଲଙ୍କ ଉଦ୍ଧାର କାର୍ଯ୍ୟ ଚାଲି ଥିବା ବେଳେ ଅନ୍ୟ ପଟେ ଚାଲିଛି ରାହୁଲଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା ।

ଉଦ୍ଧାରକାରୀ ଦଳଙ୍କ କହିବା କଥା ବୋରୱେଲ ଭିତରୁ ରାହୁଲଙ୍କୁ ଉଦ୍ଧାର କରିବା ସମୟରେ ବଡ ପଥର ବାଧା ଦେଉଛି । ଆଉ ଏଥିପାଇଁ ଏବେ ନୂଆ ମେସିନ ବ୍ୟବହାର କରିଛି ଉଦ୍ଧାରକାରୀ ଦଳ । ଏବେ ଆଉ ଏକ ନୂଆ ମେସିନକୁ ଉଦ୍ଧାର କାର୍ଯ୍ୟରେ ଲଗାଇଛି ଉଦ୍ଧାରକାରୀ ଦଳ । ଏହି ମେସିନ ସାହାର୍ଯ୍ୟରେ ବଡ ବଡ ପଥରକୁ ସହଜରେ ଖଣ୍ଡ କରିହେବ । ଆଉ ତା ପରେ ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିବ ।

ସେପଟେ ଉଦ୍ଧାର କାର୍ଯ୍ୟକୁ ତ୍ବରାଣିତ କରିବା ପାଇଁ ଗୁଜୁରାଟରୁ ଆସି ପହଞ୍ଚିଛି ରୋବୋଟିକ ଟିମ । ରୋବୋର୍ଟରୁ ମିଳୁ ଥିବା ତଥ୍ୟ ଆଧାରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ରାହୁଲ ବୋରୱେଲରେ ଫସିବା ଘଟଣାକୁ 4 ଦିନ ବୀତି ଯାଇଛି । ଗତ ଶୁକ୍ରବାର ଦିନ ରାହୁଲ ବୋରୱେଲ ଭିତରେ ଫସି ଯାଇଥିଲା ଆଉ ଆଜି ହେଉଛି ମଙ୍ଗଳବାର । ଗାତ ଭିତରେ କେମିତି ରାହୁଲ ରହିଛି ଆଉ ରାହୁଲର ସ୍ଥିତି କିଭଳି ରହିଛି ତା ଉପରେ କଡା ନଜର ରଖାଯାଇଛି ।

ବନ୍ଧୁଗଣ ସବୁଠାରୁ ବଡ କଥା ହେଉଛି ରେସକ୍ୟୁ ଅପରେସନକୁ ମନିଟର କରାଯାଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଙ୍ଘେଲଙ୍କୁ ପ୍ରତି ସମୟରେ ଖବର ମଧ୍ୟ ଦିଆଯାଉଛି । ଏସବୁ ମଧ୍ୟରେ ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି । ରାହୁଲଙ୍କୁ ଉଦ୍ଧାର କରିବାକୁ ସମସ୍ତ ପ୍ରୟାସ ଜାରି । ୮୦ ଫୁଟ ଗାତ ତଳେ ଫସି ରହିଛି ରାହୁଲ । ଅନ୍ୟ ପଟରେ ଧୀରେ ଧୀରେ ଧର୍ଜ୍ୟହରା ହେଇ ଯାଉଛନ୍ତି ରାହୁଲ ।

ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁରେ ଏବେ ଶୋକାକାଳ ପରିବେଶ ସୃଷ୍ଟି ହୋଇଛି । ରାହୁଲର ମା, ବାପା ଓ ସମ୍ପର୍କୀୟ ସମସ୍ତେ ଆବାକ ହୋଇଯାଇଛନ୍ତି । ସମସ୍ତ ଲୋକ ମଧ୍ୟ ରାହୁଲଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *