‘ସେ ଆଉ ହଲୁନି…ଶୋଇଛି ବୋଲି କହୁଛନ୍ତି, ହେଲେ ସେ ଯଦି…’ କାନ୍ଦି କାନ୍ଦି କିଛି ଏମିତି କହିଲେ Rahul ଙ୍କ ଆଣ୍ଟି, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରାଏ ୫ ଦିନ ହେବ ବୋରୱେଲ ରେ ଫସି ରହିଛି ୧୨ ବର୍ଷୀୟ ରାହୁଲ ଙ୍କ ଜୀବନ । NDRF ଟିମ ଲଗାତାର ଚେଷ୍ଟା ଚଳେଇଛନ୍ତି ରାହୁଲ ଙ୍କୁ ଉଦ୍ଧାର କରିବା ନିମନ୍ତେ । ଛତିଶଗଡ ର ରାହୁଲ ବାରି ପଛପଟେ ଖେଳୁ ଖେଳୁ ଫସିଯାଇଥିଲା ବୋରୱେଲ ଭିତରେ । ଏହା ପ୍ରାଏ ୮୦ ଫୁଟ ଗଭୀର ଅଟେ । ମାତ୍ର ରାହୁଲ ଏଭଳି ଅବସ୍ଥାରେ ସେଠାରେ ଫସି ଅଛି ଯାହାକୁ ଦେଖିଲେ ପତିରୁ ଆହାଃ ଶବ୍ଦ ଟି ନିଶ୍ଚିତ ବାହାରିଯିବ ।

ସ୍ଥାନୀୟ ଲୋକେ ସମେତ ସମସ୍ତେ ବହୁତ ଚିନ୍ତିତ ଅଛନ୍ତି ଉଦ୍ଧାରକାର୍ଯ୍ୟ ଲାଗି । ଲଗାତାର ୫ ଦିନ ହେବ ରାହୁଲ ଙ୍କୁ ଅକ୍ସିଜେନ ଯୋଗାଇ ଦିଆଯାଉଅଛି । ଖାଇବାକୁ ଫଳ ଏବଂ ଜୁଷ ମଧ୍ୟ ଦିଆଯାଉଅଛି । ମାତ୍ର ସୂଚନା ଅନୁଯାୟୀ ଗତ କାଲିଠାରୁ ରାହୁଲ କିଛି ଖାଇନାହିଁ ଏବଂ ଆଖିପତା ଧୀରେ ଧୀରେ ଝପକାଉ ଥିବାର ମନିଟର ରେ ଦେଖିବାକୁ ମିଳିଛି । ତାଙ୍କ ପରିବାର ଲୋକେ ବହୁତ ଚିନ୍ତିତ ହୋଇଯାଇଛନ୍ତି ।

ସେମାନଙ୍କ ଆଖିରୁ ନିଦ ଏବଂ ପେଟରୁ ଭୋକ ପ୍ରାୟ ଶେଷ ହୋଇଯାଇଅଛି । ରାହୁଲ ଙ୍କ ପରିବାର ସଦସ୍ୟା କହିଛନ୍ତି ଯେ ରାହୁଲ ଏଭଳି ଅବସ୍ଥାରେ ଅଛି ଯାହାକୁ ଦେଖିଲେ ଆମ୍ଭେ ଧର୍ଯ୍ୟହରା ହୋଇଯାଉଅଛୁ । ୮୦ ଫୁଟ ତଳେ ପଥର ମଝିରେ ପାଣି କାଦୁଅ ମଧ୍ୟରେ ରାହୁଲ ଫସି ରହିଛି । ଏହାକୁ ଦେଖିଲେ ଆମ୍ଭ ହୃଦୟ ଫାଟିଯାଉଥିଲେ ସତ୍ବେ ଆମ୍ଭେ ନିରୁପାୟ । ନିରନ୍ତର ଭଗବାନ ଙ୍କୁ ପ୍ରାର୍ଥନା କରୁଛୁ ଯେ ରାହୁଲ ଯଥାଶୀଘ୍ର ଉଦ୍ଧାର ହୋଇଯାଊ ।

ବୋରୱେଲ ରେ ରାହୁଲ ଜାକି ହୋଇ ରହିଛି । ଏବଂ ଜିଲ୍ଲା ପ୍ରଶାସନ ଙ୍କ ସୂଚନା ଅନୁଯାୟୀ ରାହୁଲ ସେଠାରେ ଶୋଇ ପଡିଛି ଯାହା ଫଳରେ ସେ ଆଉ ହଲଚଲ ହେବାର ନଜର ଆସୁନଥିଲା । ମାତ୍ର କିଛି ସମୟ ପରେ ସେ ନିଜର ଆଖିପତା ଝପକାଉଥିବାର ପରିଲକ୍ଷିତ ହେଲା । ଏହା ଦେଖି ଅଳ୍ପ ସନ୍ତୁଷ୍ଟି ଲାଗୁଥିଲେ ମଧ୍ୟ ପରିବାର ଲୋକଙ୍କ ମନ ସମ୍ଭାଳୁ ନାହିଁ ।

କିନ୍ତୁ ଧର୍ଯ୍ୟର ସହିତ ସମସ୍ତେ ଅପେକ୍ଷା କରିଛନ୍ତି ଯେ ରାହୁଲ ଉଦ୍ଧାର ହୋଇଯାଉ । ୫ ଦିନ ହେବ ପରିବାର ଲୋକେ ଖିଆପିଆ ଠିକ ରେ କରି ନାହାଁନ୍ତି । ଏବଂ ରାହୁଲ ଙ୍କ ମା’ ନିଜ ପୁଅ ଚିନ୍ତା ରେ କାନ୍ଦି କାନ୍ଦି ବେହୋସ ହୋଇଯାଉଛନ୍ତି ବୋଲି ସୂଚନା ମିଳିଛି । ତେବେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା ଯେ ରାହୁଲ କିଭଳି ଯଥାଶୀଘ୍ର ଉଦ୍ଧାର ହୋଇଯାଆନ୍ତୁ । ବନ୍ଧୁଗଣ ଏହି ମର୍ମାହତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *