Rahul ଓ ତା’ର ମା’ଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କହିଲେ କିଛି ଏମିତି…ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ୮୦ ଫୁଟ ବୋରୱେଲରୁ ଉଦ୍ଧାର ହୋଇଥିବା ରାହୁଲ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ମେଡିକାଲ ବୁଲେଟିନ୍ ଅନୁସାରେ ରାହୁଲର ଚର୍ମର ଅନେକ ସ୍ଥାନରେ ଇନ୍ଫେକ୍ସନ୍ ରହିଛି । ଲଗାତର ପାଣିରେ ରହିଥିବାରୁ ବ୍ଲଡରେ ମଧ୍ୟ ଇନଫେକସନ୍ ରହିଛି । ଜୀବାଣୁ ଜନିତ ସଂକ୍ରମଣ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ଅନେକ ରିପୋର୍ଟ ଆସି ସାରିଛି ଆଉ କିଛି ରିପୋର୍ଟ ଆସିବା ବାକି ରହିଛି ।

ରାହୁଲର ଚିକିତ୍ସା ପାଇଁ ଇନ୍ଦ୍ରପ୍ରସ୍ଥ ଆପୋଲୋ ଡାକ୍ତରଙ୍କ ପରାମର୍ଶ ନିଆଯାଉଛି । ୭ ଦିନ ପର୍ଯ୍ୟନ୍ତ ରାହୁଲ ଉପରେ ନଜର ରଖାଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । କାରଣ ଡାକ୍ତରଙ୍କ ସୂଚନା ଅନୁସାରେ ଏପ୍ରକାର ସଂକ୍ରମଣ ଆଗକୁ ବିପଦ ସୃଷ୍ଟି କରିପାରେ । ତେବେ ବିଳାସପୁର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାହୁଲକୁ ସାମାନ୍ୟ ଜ୍ୱର ହୋଇଛି ।

୫ରୁ ୬ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନଜରରେ ଚାଲିଛି ରାହୁଲର ଚିକିତ୍ସା । ଆପୋଲୋ ହସ୍ପିଟାଲରେ ରାହୁଲକୁ ଭେଟିବା ପରେ ଏନେଇ ସୂଚନା ଦେଇଛନ୍ତି ବିଳାସପୁର ସିଡିଏମ୍ଓ ପ୍ରମୋଦ ମହାଜନ । ଆଜି ସକାଳୁ ଉଠିବା ପରେ ରାହୁଲ ଜଳଖିଆ ଖାଇଛି । ଡିହାଇଡ୍ରେସନ୍ ଯୋଗୁ ସୋଡିୟମ୍ ଲେବୁଲ ସାମାନ୍ୟ କମ୍ ରହିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସେ ଆଇସିୟୁରେ ରହିବେ ବୋଲି ସିଡିଏମ୍ଓ ସୂଚନା ଦେଇଛନ୍ତି ।

୫ ଦିନ ବୋରୱେଲରେ ଫସି ରହିବା ପରେ କାଲି ମଧ୍ୟରାତିରେ ରାହୁଲଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏଠାରେ ଛତିଶଗଡ଼ ର ଜଣେ ବିଧାୟକ ମଧ୍ୟ ରାହୁଲ କୁ ଦେଖିବାକୁ ଆସିଥିଲେ । ତେବେ ରାହୁଲ କୁ ଭେଟିବା ପରେ ସେ ରାହୁଲ ର ମାଆ ଙ୍କ ସହ ମଧ୍ୟ ଭେଟି ଥିଲେ ଏବଂ ତାଙ୍କୁ ପ୍ରଣାମ ଜଣାଇଥିଲେ ଏବଂ ଶୁଭେଚ୍ଛା ପ୍ରଦାନ ମଧ୍ୟ କରିଥିଲେ ।

ତେବେ ସେ କହିଥିଲେ କି ଆପଣ ଏକ ଏଭଳି ସାହାସୀ ପିଲା କୁ ଜନ୍ମ କରିଛନ୍ତି ତାର ମାଆ ହେବାର ସୌଭାଗ୍ୟ ପାଇଛନ୍ତି । ତେବେ ଆପଣ ଙ୍କୁ ମଧ୍ୟ ଧନ୍ୟବାଦ ଜଣେ ଏଭଳି ସାହାସୀ ପିଲାକୁ ଜନ୍ମ ଦେଇଛନ୍ତି ବୋଲି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *