ବନ୍ଧୁଗଣ ନମସ୍କାର, ତେବେ କଳିଙ୍ଗ ଷ୍ଟାଡିୟମ ଗୋଟିଏ ଆନ୍ତର୍ଜାତିକ କ୍ରୀଡା ଷ୍ଟାଡିୟମ ଭାବରେ ପରିଚିତ ହୋଇଗଲାଣି । ସେଠାରେ ଚାଲିଥିଲା ଆନ୍ତର୍ଜାତିକ ମହିଳା ଫିଫା ବିଶ୍ୱକପ । ଯେଉଁଠିକି ଯାଇଥିଲେ ଭୁବନେଶ୍ୱର ଆଥଲେଟିକ ଆସୋସିଏଟ ସଭାପତି ଭାବରେ ସୁରେଶ ରାଉତରାୟ । ସେଠାରେ ତାଙ୍କୁ ଅପମାନ ମିଳିଛି । ତେବେ ଏହି ସମ୍ବନ୍ଧରେ ସେ ନିଜର କଣ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ତେବେ ଏହି ସମ୍ବନ୍ଧରେ କଂଗ୍ରେସ ସାଂସଦ ସୁର ରାଉତରାୟ କହିଛନ୍ତି ଯେ, ଯେତେବେଳେ ସେ କଳିଙ୍ଗ ଷ୍ଟାଡିୟମରେ ପ୍ରବେଶ କରିଲେ ସେତେବେଳେ ଜଣେ ଫରେନର ଆସି ତାଙ୍କ ହାତକୁ ଧରି ପକାଇଲା । କେବଳ ଓଡ଼ିଶା ଓ ନବୀନ ପଟ୍ଟନାୟକ ଙ୍କ ଇଜ୍ଜତ ପାଇଁ ସେ ଉକ୍ତ ସ୍ଥାନ ରୁ ଫେରି ଆସିଲେ । ନଚେତ ସେ ସେହି ବ୍ୟକ୍ତି ର ବତୀଶ ଟା ଦାନ୍ତ କୁ ମାରି ଭାଙ୍ଗି ଦେଇଥାନ୍ତେ ଏବଂ ତା’ ହାତରେ ଧରେଇ ଆସିଥାନ୍ତେ ।
କେବଳ ଓଡ଼ିଶା ର ମାନ ସମ୍ମାନ ପାଇଁ ସେ ସେଠାରୁ ଫେରି ଆସିଲେ । ଓଡ଼ିଶା ପୋଲିସ ତାଙ୍କୁ ସମ୍ମାନ ର ସହିତ ଷ୍ଟେଜ ଉପରକୁ ନେଇଗଲେ । କିନ୍ତୁ ସେଠାରେ ଗୋଟିଏ ଫରେନର ଆସି ତାଙ୍କୁ ଟିକେଟ ମାଗିଲା । ସୁର ତାଙ୍କୁ ପାସ ଦେଖାଇବାରୁ ସେ ତାଙ୍କ ବାହୁ କୁ ଧରି ପକାଇଲା ।
ସେତେବେଳେ ସେ ଅତ୍ୟନ୍ତ ଉତ୍ତେଜିତ ହୋଇଗଲେ ଏବଂ ସେହି ସ୍ଥାନ ରୁ ଆସିଗଲେ । ଓଡ଼ିଶା ପୋଲିସ କିନ୍ତୁ ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି । ଏଭଳି କିଛି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ଯେହେତୁ ସେ ବ୍ୟକ୍ତି ଜଣକ ବିଦେଶୀ ଥିଲେ ସେହି ଦୃଷ୍ଟି ରୁ ସୁରେଶ ରାଉତରାୟ ନିଜକୁ ଆୟତ୍ତ ରେ ରଖିଲେ ।
ତାଙ୍କ ପାଖରେ ସ୍ୱତନ୍ତ୍ର ପାସ ଥିଲା । ଏହି ସମ୍ବନ୍ଧରେ ବିଭାଗୀୟ ସଚିବ ମଧ୍ୟ ଫୋନ କରି କଥା ହୋଇଛନ୍ତି । ତେବେ ସୁରେଶ ରାଉତରାୟ ଏହି ବାବଦରେ ନିଜର ଅସନ୍ତୋଷ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।