‘ମୁଁ ଆଉ sahi ପାରୁନି ଦିନେଶ…ମୋ ଆଗରେ ବିଞ୍ଚା ହେଉଥିବ ଖଇ କଉଡି ରାମନାମ ସତ୍ୟ ହେ କହି ମୋତେ ନେଇଯାଉଥିବେ ଲୋକେ ଆଉ ତୁ…’ କଣ କହିଲେ Deepika

” ମୁଁ ତୋ ଜୀବନ ରୁ ଚାଲି ଯାଉଛି । ତୁ ଖୁସି ରେ ରହ ଦିନେଶ । ଏଇଠାରୁ ମୋର କୋକେଇ ଉଠିବ । ତୋ ଦ୍ୱାର ମୁହଁ ରୁ ହିଁ ମୁଁ ଛଅ ଖଣ୍ଡ କାଠ କୋକେଇ ରେ ଯିବି । ରାମ ନାମ ସତ୍ୟ ହେ କହି ମୋତେ ନେଇ ଯାଉଥିବେ ଘର ଲୋକେ । ମୋ ଦେହ ରେ ପଡ଼ିଥିବ ଧଳା ଲୁଗା ଆଉ ଲୁଗା ଉପରେ ପଡିଥିବ ସିନ୍ଦୁର । ମୁଁ ମଲା ପରେ ମୋତେ ସଧବା ବେଶ କରାଇବେ । ନାଲି ଶାଢ଼ୀ ଓ ନାଲି ଚୁଡ଼ି ପିନ୍ଧାଇବେ । ପାଦରେ ଅଳତା ହାତରେ ମେହେନ୍ଦୀ ଲଗାଇବେ ।

ଯେତେବେଳେ ମୋ ମଥାରେ ସିନ୍ଦୂର ଦେବା ବେଳ ଆସିବ ସେତେବେଳେ ତୁ ଆସିବୁ ଦିନେଶ । ମୋ ମଥାରେ ତୁ ହିଁ ସିନ୍ଦୂର ଦେବୁ । ଏହା ମୋର ଶେଷ ଇଚ୍ଛା ବୋଲି ଭାବିବୁ । ଆଉ ମୋର କୋକେଇ ରେ ଟିକେ କାନ୍ଧ ଦେବୁ । ଯେତେବେଳେ କୋକେଇ ରେ ମୁଁ ଯାଉଥିବି ସେତେବେଳେ ତୁ ମୋ ଆଗେଆଗେ ଯାଉଥିବୁ । ମୋତେ ମଶାଣି ନେଇ ସେଠାରେ ଟେକି ଜୁଇ ରେ ଶୁଆଇବୁ ।

ତୋ ହାତର ସ୍ପର୍ଶ ପାଇ ମୁଁ ଜୁଇ ରେ ଶାନ୍ତି ରେ ସୋଇଯିବି । ମୋ ପୁଅ କୁ କହିବୁ ମୋତେ ମୁଖାଗ୍ନି ଦେବ । ତୁ ସେତେବେଳେ ମୋ ପୁଅ ର ହାତକୁ ଧରି ଥିବୁ । ମୁଁ ହସିହସି ଏହି ଦୁନିଆ ରୁ ବିଦାୟ ନେବି । ସବୁଦିନ ପାଇଁ ତୋ ପାଖରୁ ଦୁରେଇ ଯିବି । କିଛି ଦିନ ପରେ ଓଡ଼ିଶା ବାସୀ ବି ଭୂଲିଯିବେ ଦିନେଶ ଓ ଦୀପିକା ର ପ୍ରେମ କାହାଣୀ । ସେତେବେଳେ ତୋତେ କହିବାକୁ ତୋ ପାଖରେ ତୋ ଦୀପୁ ନଥିବ ।

ଏବେ ମୁଁ ସମସ୍ତଙ୍କ ପାଇଁ ଖରାପ । ସମସ୍ତଙ୍କ ନଜର ରେ ମୁଁ ଏବେ ଚରିତ୍ର ହୀନା । ମୁଁ ଆଉ କେତେ ସହିବି? ସେଦିନ ତୋ ବାପା ଓ ମାଆ ମୋତେ ମାରିଲେ ଓ ଅଶ୍ଳୀଳ ଭାଷା ରେ ଗାଳି କରିଲେ । ମୁଁ ଭଲ ରେ ବୁଝିଗଲି ତୋ ପ୍ରେମ କୁ । ଧନ୍ୟବାଦ ଦିନେଶ ମୋ ଜୀବନ ବର୍ବାଦ କରିଥିବାରୁ । ”


ତେବେ ଏହି ଭଳି କିଛି ଭାବନା ନିଶ୍ଚିତ ଭାବରେ ଦୀପିକା ଙ୍କ ମନରେ ଆସୁଥିବ । ଆଗକୁ ସେ କଣ ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା । ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *