‘ଟୋକାକୁ କାହିଁକି ବଦନାମ କରୁଛ, ନବୀନ ବାବୁ ତୁମେ…’ ଦେଖନ୍ତୁ ଏମିତି କାହିଁକି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କିଛି ଦିନ ହେବ ବିଧାୟକ ବିଜୟ ଦାସ ବର୍ତ୍ତମାନ ଚର୍ଚ୍ଚା ରେ ଅଛନ୍ତି । ଅଭିଯୋଗ ପୁଣି ବିଜୟ ଙ୍କ ପ୍ରେମୀକା କରିଛନ୍ତି । ପ୍ରେମିକା ଙ୍କ କହିବା ଅନୁଯାୟୀ ବିଜଯ ତାଙ୍କୁ ବିବାହ ନିମନ୍ତେ ପ୍ରତିଶୃତି ଦେଇଥିଲେ । ଏବଂ ୧୭ ତାରିଖରେ ଉଭୟ ଙ୍କ ର କୋର୍ଟ ମ୍ୟାରେଜ ହୋଇଥାନ୍ତା ଏବଂ ଏହାପରେ ସେ ରାତିରେ ରିଙ୍ଗସେରିମନୀ ମଧ୍ୟ କରିଥାନ୍ତେ ବୋଲି କହିଛନ୍ତି । ମାତ୍ର ସଠିକ ସମୟ ବେଳକୁ ବିଧାୟକ ଆସି କୋର୍ଟ ମ୍ୟାରେଜ ନିମନ୍ତେ ଉପସ୍ଥିତ ନଥିଲେ ।

ଏହାପରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ ଯେ ବିଜୟ ଙ୍କ ସହିତ କୋର୍ଟ ମ୍ୟାରେଜ ଥିଲା ମାତ୍ର ସେ ଆସି ନାହାନ୍ତି ତାଙ୍କ ଘରେ ତାଙ୍କ ଦାଦା ଙ୍କ ପରିବାର ମଧ୍ୟ ଜାଣିଛନ୍ତି ବିବାହ କଥା । ଓଲଟା ବିଜୟ ଙ୍କ ଦାଦା ଧମକ ଦେଉଛନ୍ତି ଯେ ଯାହା କରିବା କଥା କରେ କେହି ଯିବେନି । ଏବଂ ବିଜୟ ବର୍ତ୍ତମାନ ଯୁବତୀ ଙ୍କ ଫୋନ ରିଷିଭ କରୁ ନାହାଁନ୍ତି ବୋଲି କହିଛନ୍ତି ।

ଏହା ପରେ ଯୁବତୀ ପୁଣି ଜଗସିଂହପୁର ଥାନା ରେ ଆଉ ଏକ ଅଭିଯୋଗ କରିଥିଲେ ଯେ ବିଜୟ ଏବଂ ତାଙ୍କ ସହକର୍ମୀ ମିଶି ସେକ୍ସ ରାକେଟ ଚଳଉଛନ୍ତି । ଏବଂ ଝିଅ ଙ୍କୁ ବ୍ୟବହାର କରି ନିଜ କାମ ସରିଗଲା ପରେ ପର ପୁରୁଷ ଙ୍କ ପାଖକୁ ଯିବାକୁ କହୁଛନ୍ତି ଏବଂ ସେଥିରେ ସେ ଅନେକ ଟଙ୍କା ମଧ୍ୟ ଉପାର୍ଜନ କରୁଛନ୍ତି । ତେବେ ଏହିସବୁ ଘଟଣା କୁ ଦେଖି ବର୍ତ୍ତମାନ କିଛି ଏଭଳି କହିଛନ୍ତି ସାଂସଦ ସୁର ରାଉତରାୟ । ତେବେ ଆସନ୍ତୁ ଜାଣିନେବା ଯେ ସୁର ବାବୁ କ’ଣ କହିଛନ୍ତି ଏ ସମ୍ବନ୍ଧରେ ?

ସୁର କହିଛନ୍ତି ଯେ ନବୀନ ବାବୁ, ଡିଜି ପୋଲିସ, ହୋମ ସେକ୍ରେଟାରୀ ଚିପ ସେକ୍ରେଟାରୀ ଗୋଟିଏ ଷ୍ଟ୍ରଙ୍ଗ ଇନକ୍ଵାରୀ କରାଯାଉ । ସେହି ଯେଉଁ ସଙ୍ଘିନ ଅଭିଯୋଗ ଅଣାଯାଇଅଛି ଏବଂ ଯଦି ସେ ଇନଭଲ୍ବ ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯାଉ । ଏବଂ ଯଦି ଇନଭଲ୍ବ ନାହିଁ ତେବେ ଟୋକାଟାକୁ ବଦନାମ କରା ନଯାଉ । ସରକାର କ୍ଲିୟର କରି ଦିଅନ୍ତୁ ଯେ ଏ କିଛି କରି ନାହିଁ ।

ତା’ ହେଲେ ବୋଧ ହୁଏ ଭଲ ହେବ ନଚେତ ଟୋକାଟିର ଜୀବନ ସଂପୂର୍ଣ୍ଣ ଭାବରେ ବରବାଦ ହୋଇଯିବ । ଝିଅ ର ଜୀବନ ତ ବରବାଦ ହୋଇସାରିଛି । ଏଣୁ ସୁର କହିଛନ୍ତି ଯେ ମୁଁ ଭାବୁଛି ଦୁଇଜଣ ଜାକ ଙ୍କୁ ଯଦି ମୁଁ ଭାବୁଛି ଗୋଟିଏ ଘରେ ପୁରାଇ ଦେବେ ଏବଂ ତାଙ୍କୁ ଘଣ୍ଟେ ପର୍ଯ୍ୟନ୍ତ ଗପିବାକୁ ସୁଯୋଗ ଦିଆଯାଉ ତେବେ ସେମାନେ ଯଦି ଏକାଠି ହୋଇଯିବେ ତେବେ ତାହା ବହୁତ ଭଲ କଥା । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *