ହେ ଭଗବାନ ! କି ଭୟଙ୍କର ଦୃଶ୍ୟ, ଜଗି ବସିଥିଲା ଯମ କିନ୍ତୁ ଅଳ୍ପକେ ଵର୍ତିଗଲେ ସ୍ଵାମୀ ସ୍ତ୍ରୀ, Video ଦେଖିଲେ ଲୋମ ଟାଙ୍କୁରି ଉଠିବ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜୀବନ ଯାଉ ଯାଉ ଅଳ୍ପକେ ବଞ୍ଚି ଗଲେ ସ୍ୱାମୀ ଓ ସ୍ତ୍ରୀ । ସୋସିଆଲ ମିଡିଆ ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓ ଟି କୁ ଆପଣ ମାନେ ଦେଖିଲେ ଜାଣି ପାରିବେ ଯେ, କିପରି ସ୍ୱାମୀ ଓ ସ୍ତ୍ରୀ ମରୁ ମରୁ ବଞ୍ଚିଗଲେ । ଏହି ଭିଡିଓ କୁ ଦେଖିବା ମାତ୍ରେ ଆପଣଙ୍କ ଛାତି ର ସ୍ପନ୍ଦନ ବି ଅଟକି ଯିବ । ଭିଡିଓ ରେ ଦେଖିବାକୁ ମିଳୁଛି ଯେ, ବର୍ଷା ହେଉଛି ଓ ଏହା ସହିତ ସବୁଆଡ଼େ ବର୍ଷାଜଳ ଭରି ହୋଇ ରହିଛି ।

ଏମିତି ହଠାତ ଦୁର୍ଘଟଣା ଘଟିବ ବୋଲି ବୋଧହୁଏ କେହିବି କେବେ ଭାବି ନଥିବେ । ଦେଖନ୍ତୁ ଏହି ଦୃଶ୍ୟ କିଭଳି ସ୍ୱାମୀ ଓ ସ୍ତ୍ରୀ ଗୋଟିଏ ସ୍କୁଟି ରେ ଆସୁଛନ୍ତି ଏବଂ ହଠାତ ସ୍କୁଟର ଟି ପାର୍କିଂ କରିବାକୁ ଯାଉଥିବା ବେଳେ କେମିତି ଘଟୁଛି ଅଘଟଣ । ସ୍ୱାମୀ ସ୍ତ୍ରୀ ଏକା ସାଙ୍ଗରେ ସ୍କୁଟି ସହିତ ପାଣିରେ ବୁଡ଼ି ଯାଉଛନ୍ତି ।

ଭିଡିଓ ରେ ଦେଖିଲେ ଆପଣ ଜାଣି ପାରିବେ ଯେ, କିଭଳି ବର୍ଷା ରେ ଜମି ଥିବା ପାଣି ରେ କିଭଳି ବୁଡ଼ି ଯାଉଛନ୍ତି ସ୍ୱାମୀ ଓ ସ୍ତ୍ରୀ । ଏହି ଘଟଣା କୁ ଦେଖିବା ପରେ ପାଖରେ ଛିଡ଼ା ହୋଇଥିବା ସମସ୍ତେ ଦୌଡ଼ି ଆସୁଛନ୍ତି । ଏହି ଘଟଣା ଟି ହେଉଛି ଉତ୍ତରପ୍ରଦେଶ ଆଲିଗଡ଼ ର ଦୃଶ୍ୟ । ତେବେ ସ୍ୱାମୀ ଜଣକ ହେଉଛନ୍ତି ଜଣେ ପୋଲିସ ଅଫିସର ଏବଂ ସେ ନିଜ ସ୍ତ୍ରୀ ଙ୍କୁ ଧରି ଡାକ୍ତର ଙ୍କ ସହିତ ମିଶିବାକୁ ଯାଉଥିଲେ ।

ଆଉ ଏଭଳି ଦଶା ଏବେ ତାଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରୁଥିବେ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଉଦ୍ଧାର କରିବାକୁ ସମସ୍ତେ ଦୌଡ଼ି ଆସୁଛନ୍ତି । କିନ୍ତୁ ସ୍ୱାମୀ ସ୍ତ୍ରୀ ଉଦ୍ଧାର ତ ହୋଇଗଲେ ଶେଷରେ ସ୍କୁଟର ଟି ପାଣି ରେ କୁଆଡ଼େ ହଜି ଗଲା । ତେବେ ଲଗାତାର ବର୍ଷା ଯୋଗୁଁ ଏଭଳି ରାସ୍ତା କଡ଼ରେ ଗାତ ହୋଇଯାଇଛି ଅଥବା ଅନ୍ୟ କୌଣସି କାରଣ ତା’ର ସ୍ପଷ୍ଟ ସୂଚନା ମିଳୁ ନାହିଁ ।

କିନ୍ତୁ ଟ୍ୱିଟର ରେ କିଛି ୟୁଜର୍ସ ଲେଖିଛନ୍ତି ଯେ, ଏହା ବୋଧହୁଏ ଅଣ୍ଡର ଗ୍ରାଉଣ୍ଡ ପାର୍କିଂ ପାଇଁ ଏଭଳି କରିଛନ୍ତି । ଆଉ ଜଣେ ୟୁଜର ଲେଖିଛନ୍ତି ପ୍ରଧାନମନ୍ତ୍ରୀ ସ୍ୱିମିଂ ପୁଲ ର ଏହା ହେଉଛି ଗୋଟିଏ ଯୋଜନା । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *