ଥଣ୍ଡା, ଜ୍ଵର, କଫ ଓ କାଶ ଗୋଟିଏ ଦିନରେ ଭଲ ହୋଇଯିବ, କରନ୍ତୁ ଏହି ଘରୋଇ ଉପଚାର ! (Cold and Cough Home Remedy)

ଶୀତ ଦିନରେ ଥଣ୍ଡା, ଜ୍ଵର, କଫ, ଛିଙ୍କ ଭଳି ସମସ୍ଯା ସାଧାରଣ କଥା ଅଟେ । ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବଡ ଲୋକମାନେ ସମସ୍ତେ ଏହିଭଳି ରୋଗର ଶିକାର ହୋଇଥାନ୍ତି । କିଛି ଲୋକମାନଙ୍କୁ ତ ଶୀତ ଦିନ ଥିବା ପର୍ଯ୍ୟନ୍ତ ଏହି ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ପ୍ରାୟତଃ ଲୋକମାନେ ବିଭିନ୍ନ ପ୍ରକାରର ଔଷଧ ଖାଇ ରହି ଯାଆନ୍ତି । କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନ ଥାଏ । କାରଣ ବେଳେ ବେଳେ ଏହି ସବୁ ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ବି ହୋଇଥାଏ ।

ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଏହା ଏକ କାଢା ଅଟେ । ଯାହାର ସେବନ ଦ୍ଵାରା ଆପଣଙ୍କ ଥଣ୍ଡା, କାଶ, ଜ୍ଵର, କଫ, ଥଣ୍ଡା କାରଣରୁ ମୁଣ୍ଡ ବିନ୍ଧିବା ଓ ନାକରୁ ପାଣି ବୋହିବା ବି ବନ୍ଦ ହୋଇଯିବ । ଏହି କାଢାକୁ ତିଆରି କରିବା ପାଇଁ ପ୍ରଥମେ ଆପଣ ଗୋଟିଏ ପାତ୍ରକୁ ଗ୍ଯାସରେ ରଖି ସେଥିରେ ଏକ ଗ୍ଳାସ ପାଣି ଦିଅନ୍ତୁ ଓ ପାଣିକୁ ଅଳ୍ପ ଗରମ କରି ଦିଅନ୍ତୁ ।

ଏହା ପରେ ଏଥିରେ ୧୦ ରୁ ୧୨ ଟି ଗୋଲମରୀଚକୁ ଗୁଣ୍ଡ କରି ପକାନ୍ତୁ । ସେହିଭଳି ଦୁଇଟି ଲବଙ୍ଗକୁ ବି ଗୁଣ୍ଡ କରି ଏଥିରେ ମିଶାନ୍ତୁ । ଏକ ଚାମଚ ଜୁଆଣୀ ମିଶାନ୍ତୁ । ଅଧ ଚାମଚ ସୁଣ୍ଠି ପାଉଡର ମିଶାନ୍ତୁ । ୫ ରୁ ୬ ଟି ତୁଲସୀ ପତ୍ର ମିଶାନ୍ତୁ । କଞ୍ଚା ହଳଦୀକୁ ଗୁଣ୍ଡ କରି ଏକ ଚାମଚ ମିଶାନ୍ତୁ । ଏକ ଚାମଚ ଗୁଡ ବି ମିଶାନ୍ତୁ ।

ଦୁଇଟି ଗୁଜୁରାତିକୁ ଛେଚି ଏଥିରେ ମିଶାନ୍ତୁ । ବର୍ତ୍ତମାନ ଏହି ସବୁ ଜିନିଷକୁ ଭଲ ଭବାରେ ମିକ୍ସ କରି ଦିଅନ୍ତୁ ଓ ଗରମ କରନ୍ତୁ । ଏହି କାଢାକୁ ସେହି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ ଯେଉଁ ସମୟ ପର୍ଯ୍ୟନ୍ତ ଏହା ଅଧା ନ ହୋଇ ଯାଇଛି ଓ ଏହାର ରଙ୍ଗ ବଦଳି ନ ଯାଇଛି । ଆପଣ ଏକ ଗ୍ଳାସ ପାଣି ଢାଳି ଥିଲେ ଯାହାକି ଫୁଟି ଫୁଟି ଅଧ ଗ୍ଳାସ ହୋଇଯିବ । ଏହାକୁ ଏକ ପାତ୍ରରେ ଢାଳି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।

ଯଦି ଆପଣ କୌଣସି ବଡ ଲୋକଙ୍କୁ ଏହି କାଢା ଦେଉଛନ୍ତି ତେବେ ଦିନକୁ ତିନି ଥର ଦୁଇ ଚାମଚ ଏହି କାଢା ଦେଇ ପାରିବେ । ଛୋଟ ପିଲାମାନଙ୍କୁ ଦିନକୁ ଦୁଇ ଥର ଏକ ଚାମଚ ଦେଇ ପାରିବେ । ଥଣ୍ଡା, କାଶ ଓ ଜ୍ଵର ଓ କଫ ପାଇଁ ଏହା ବହୁତ ପ୍ରଭାବୀ ଅଟେ । ବଜାରରେ ମିଳୁଥିବା ଔଷଧ ଅପେକ୍ଷା ଏହା ବହୁତ ଭଲ ହୋଇଥାଏ । ଏହା ଦ୍ଵାରା କୌଣସି ବି ପ୍ରକାରର ପାର୍ଶ୍ଵପ୍ରତିକ୍ରିୟା ବି ଦେଖିବାକୁ ମିଳି ନ ଥାଏ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *