ସ୍ଵାମୀଙ୍କ ଠାରୁ ଅଲଗା ହୋଇ ଏକୁଟିଆ ହିଁ ନିଜ ପିଲାଙ୍କୁ ପାଳୁଛନ୍ତି TV ର ଏହି 6 ଜଣ ଫେମସ Actress, 4 ନମ୍ବର Actress ଙ୍କ ନାମ ଶୁଣିଲେ ଆପଣ ଚମକି ପଡିବେ !

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ବିବାହର ପବିତ୍ର ବନ୍ଧନ ପ୍ରେମ, ଭରସା ଓ ବୁଝାମଣା ଉପରେ ନିର୍ଭର କରେ । ଯଦି ଏଥିରୁ କୌଣସି ଗୋଟିଏ ବି କମ୍‌ ହୋଇଯାଏ ତବେ ବର୍ଷ ବର୍ଷର ସମ୍ପର୍କ ଭାଙ୍ଗିଯାଏ । ଏମିତି କିଛି ହୋଇଛି ଟିଭିରେ ସାଜିଥିବା ଏହି ଦମ୍ପତିଙ୍କ ସହ । କହିବାକୁ ଗଲେ ଏହି ଦମ୍ପତିମାନେ ଲଭ୍‌ ମ୍ୟାରେଜ୍‌ ତ କରିଛନ୍ତି । ହେଲେ ସେମାନଙ୍କ ବିବାହକୁ ଏମିତି କିଛି କାରଣରୁ ବାନ୍ଧି ରଖିପାରି ନାହାଁନ୍ତି ।

ଫଳରେ ଲଭ୍‌ ମ୍ୟାରେଜ୍‌ ସତ୍ତ୍ୱେ ସେମାନେ ସବୁ ଦିନ ପାଇଁ ଅଲଗା ହୋଇଯାଇଛନ୍ତି। ଏହା ସହ ବର୍ତ୍ତମାନ ଏହି ଅଭିନେତ୍ରୀ ମାନେ ସିଙ୍ଗଲ ମଦର ଅଛନ୍ତି ନିଜେ ହିଁ ନିଜ ପିଲାଙ୍କ କଥା ବୁଝୁଛନ୍ତି ଏବଂ ତାଙ୍କର ଲାଳନ ପାଳନ କରୁଛନ୍ତି। ତେବେ ଆସନ୍ତୁ ଜାଣିନେବା ସେହି ଭଳି କିଛି ଅଭିନେତ୍ରୀ ଙ୍କ ବିଷୟ ରେ।

୧- ପ୍ରଥମ ଅଭିନେତ୍ରୀ ହେଲେ ଜୁହି ପରମାର। ଜୁହି ଛୋଟ ପରଦାର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀ। ସେ ନିଜର ଅଭିନୟ ଓ ନିଆରା ଅନ୍ଦାଜ ରେ ସମସ୍ତଙ୍କ ହୃଦୟରେ ଯାଗା କରି ପାରିଥିଲେ। ସେ ୨୦୦୯ ରେ ଅଭିନେତା ସଚିନ ଙ୍କ ସହ ବିବାହ କରିଥିଲେ। ଏବଂ ୨୦୧୩ ରେ ତାଙ୍କର ଏକ କୁନି ଝିଅ ହୋଇଥିଲା ଯାହାର ନାମ ସମାରା।୨୦୧୯ ରେ ଦୁଇ ଜଣ ଙ୍କ ମଧ୍ୟ ରେ କିଛି ଭୁଲ ବୁଝାମଣା ଯୋଗୁଁ ସେମାନେ ଅଲଗା ହୋଇଗଲେ। ଓ ଛାଡପତ୍ର ପରେ ଏବେ ଏକୁଟିଆ ହିଁ ନିଜ ଝିଅକୁ ପାଳନ କରୁଛନ୍ତି।

୨- ଦ୍ଵିତୀୟ ରେ ହେଉଛନ୍ତି ଅଭିନେତ୍ରୀ ହେଲେ ଦିଲଜିତ କୋର। ଦିଲଜିତ ଛୋଟ ପରଦାରେ ଏକ ଲୋକପ୍ରିୟ ଚେହେରା। ୨୦୦୯ ରେ ସେ ଅଭିନେତା ଶାର୍ଲିନ ଙ୍କ ସହ ବିବାହ କରିଥିଲେ। ଏବଂ ତାଙ୍କର ଏକ ପୁତ୍ର ମଧ୍ୟ ଅଛି ଯାହାର ନାମ ଜେଡେନ। କିନ୍ତୁ ଘରୋଇ ହିଂସା ଯୋଗୁଁ ସେ ୨୦୧୫ ରେ ଛାଡପତ୍ର ନେଇ ଅଲଗା ହୋଇ ଯାଇଥିଲେ। ଏବଂ ସେ ଏବେ ଏକୁଟିଆ ତାଙ୍କ ପୁଅଙ୍କ ର ଲାଳନପାଳନ କରୁଛନ୍ତି।

୩- ତୃତୀୟ ରେ ହେ ଉଛନ୍ତି ଅଭିନେତ୍ରୀ ହେଲେ ଚାହତ ଖନ୍ନା। ଚାହାତ ନିଜ ବୟଫ୍ରେଣ୍ଡ ଫରାନ ମିର୍ଜା ଙ୍କ ସହିତ ୨୦୧୩ ରେ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ମଧ୍ୟ ଅଛି। ଲଗାତାର ମାନସିକ ଓ ଶାରୀରିକ ନିର୍ଯାତନା ଯୋଗୁଁ ୨୦୧୮ ରେ ସେ ନିଜ ସ୍ୱାମୀ ଙ୍କ ଠାରୁ ଛାଡପତ୍ର ନେଇ ଏବେ ଅଲଗା ରହୁଛନ୍ତି। ଏବଂ ନିଜର ଦୁଇ ଝିଅ ଙ୍କ ଲାଳନପାଳନ ଏବେ ସେ ଏକୁଟିଆ କରୁଛନ୍ତି।

୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ଜେନିଫର ୱିଙ୍ଗେଟ। ଜେନିଫର ଟିଭି ଇଣ୍ଡଷ୍ଟ୍ରିରେ ନିଜର ସଫଳତାକୁ ହାସଲ କରିସାରିଛନ୍ତି । ସେ କରନ ସିଂହ ଗ୍ରୋବରଙ୍କୁ ବିବାହ କରି ଲାଇମ ଲାଇଟରେ ବହୁତ ସମୟ ପର୍ଯ୍ୟନ୍ତ ରହିଥିଲେ । ହେଲେ ବିବାହର ୨ ବର୍ଷ ପରେ ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଥିଲା । ଖବର ଅନୁସାରେ ଜଣା ପଡିଛି ଜେନିଫର ଏକ ପୁଅକୁ ଆଡପ୍ଟ କରିଛନ୍ତି । ହେଲେ ଏହି କଥାର ଖୁଲାସା ବର୍ତ୍ତମାନ ପର୍ଯ୍ୟନ୍ତ ଜେନିଫର କରି ନାହାନ୍ତି।

୫- ପଞ୍ଚମ ରେ ହେଉଛନ୍ତି ଦୀପଶିଖା ନାଗପାଲ। ତେବେ ଦୀପଶିଖା ପ୍ରଥମେ ଜିତ ଉପେନ୍ଦ୍ରଙ୍କୁ ବିବାହ କରିଥିଲେ।  ଦୁଇଜଣଙ୍କର ମାତା, ସେ ଜୀବନରେ ବହୁତ ସନ୍ତୁଷ୍ଟ ଥିଲେ କିନ୍ତୁ ସେ ଜାଣି ନଥିଲେ ଯେ ତାଙ୍କ ସୁଖ ଅଳ୍ପ ସମୟର ଅଟେ |  ଜିତ ସହିତ ତାଙ୍କର ୧୦ ବର୍ଷର ବିବାହ ପରେ ଦୁଇଜଣ ଙ୍କ ଭିତରେ ମତାନ୍ତର ହେବା ଯୋଗୁଁ ସେମାନଙ୍କ ର ଛାଡପତ୍ର ହୋଇଥିଲା |  ସେ ଏକାକୀ ନିଜ ପିଲାମାନଙ୍କର ଯତ୍ନ ନେଉଥିଲେ।ଏବଂ ତା’ପରେ ୟେ ଡୋରିୟାନଙ୍କ ସେଟରେ ସେ କେଶବ ଙ୍କୁ ଭେଟିଥିଲେ। ଏହା ପରେ ୨୦୧୨ ରେ ଦୁହେଁ ବିବାହ କରି ବର୍ତ୍ତମାନ ଖୁସି ରେ ଅଛନ୍ତି।

Leave a Reply

Your email address will not be published. Required fields are marked *