Sumit ଙ୍କ ଘରୁ ଚାଲିଯିବେ Tapaswini ? ସୁମିତ-ତପସ୍ଵିନୀ ଙ୍କ ବିବାଦରେ ପଡିବ ପୂର୍ଣ୍ଣଛେଦ ? ଏମିତି କଣ ହେଲା କି…

ବନ୍ଧୁଗଣ, ସୂଚନା ଅନୁଯାୟୀ ସୁମିତ ତପସ୍ଵିନୀ ଙ୍କୁ ଡିଭୋର୍ସ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କିନ୍ତୁ ତପସ୍ଵିନୀ କୌଣସି ମତେ ଡିଭୋର୍ସ ଦେବାକୁ ପ୍ରସ୍ତୁତି ନାହାଁନ୍ତି । ତେବେ ଏଠାରେ ବଡ ପ୍ରଶ୍ନ କ’ଣ ଜଣଙ୍କ ବିନା ଅନୁମତି ରେ ହୋଇପାରିବ ଡିଭୋର୍ସ ? ମାତ୍ର ଏହା ମଧ୍ୟ ଆଇନ କହୁଛି ଯେ ଯେତେବେଳେ ଜଣେ ଜଣଙ୍କ ସହିତ ରହିବାକୁ ଚାହୁଁନାହିଁ ହୁଏତ ମନ ମତାନ୍ତର ହେଉ ଅବା ଡୋମାଷ୍ଟିକ ଭାଓଲାନ୍ସ କୌଣସି କାରଣରୁ ମଧ୍ୟ ସେ ଅଲଗା ରହିବା ପାଇଁ ନିୟମ ର ସହାୟତା ନେଇ ପାରିବେ ।

ତେବେ କଣ ସତରେ ତପସ୍ଵିନୀ ଆଉ ସୁମିତ ଙ୍କ ମିଳନ ଆଉ ସମ୍ଭବ ନୁହେଁ ? ଯେଉଁ ସ୍ତ୍ରୀ ଙ୍କ ପଛରେ ସ୍ଵାମୀ ସୁମିତ ଙ୍କ ନାମ ଯୋଡି ହୋଇ ରହିଥିଲା ସେହି ସ୍ତ୍ରୀ ଙ୍କର କଣ ଅଲଗା ହେବା ଏତେ ସହଜ ? ନା ଅଲଗା ହୋଇ ନୂଆ ଦୁନିଆ ବସାଇବା ତାହା ପାଇଁ ସହଜ ହେବ । ତେବେ ବର୍ତ୍ତମାନ ସବୁ ଚେଷ୍ଟା ବିଫଳ ହେଲା ।

ନା କୋର୍ଟ ର ଚେଷ୍ଟା, ନା ମଧ୍ୟସ୍ଥତା କେନ୍ଦ୍ର, ନା ପିତା ମାତା ଙ୍କ ପରାମର୍ଶ । କିଛି ମଧ୍ୟ କାମ କରିଲା ନାହିଁ । ଅଭିମାନ ହେଉ କିଅବା ରାଗ ସବୁ ସେସ କରିବାକୁ ଶେଷରେ ଜିଦ କରି ଶେଷରେ ଡିଭୋର୍ସ ପାଇଁ ମନ ସ୍ଥିର କରିଦେଇଛନ୍ତି ସୁମିତ । କିନ୍ତୁ ତପସ୍ଵିନୀ ଡିଭୋର୍ସ ଦେବାକୁ ନାରାଜ । ତେବେ କଣ ହେବ ଏହି ଅବସ୍ଥାରେ ଯେଉଁଠି ସୁମିତ ଙ୍କ ଘରେ ରହୁଛନ୍ତି ଏବେ ତପସ୍ଵିନୀ, ସେହି ଘରକୁ ଛାଡି ଚାଲିଯିବେ କି ତପସ୍ଵିନୀ ? ନିଜେ ଅଲଗା ଘର ନେଇ ରହିବେ କି ତପସ୍ଵିନୀ ?

କାରଣ ଯଦି ଡିଭୋର୍ସ ହୁଏ ଏହାପରେ କଥା ସବୁକିଛି ଅଲଗା ହୋଇଯିବ କିନ୍ତୁ ମେଣ୍ଟେନାସ ବାବଦକୁ ସୁମିତ ତପସ୍ଵିନୀ ଙ୍କୁ ମାସିକ ଅର୍ଥ ପଠାଇବା ସୁନିଶ୍ଚିତ । ହୁଏତ ଦୁଇଜଣ ଆଉ ମିଶି ନ ପାରନ୍ତି କିନ୍ତୁ ଯେଉଁ ଯୋଡି କୁ ରାଜ୍ୟସାର ଲୋକ ଅପେକ୍ଷା କରିଥିଲେ କେବେ ମିଶିଯିବେ ।

ସେହି ଯୋଡି ଏଭଳି ଭାଙ୍ଗିଯିବ ତାହା କେହି ମଧ୍ୟ ଭାବି ନଥିଲେ । ତେବେ ଏହା କେବଳ ଦେଖିବାକୁ ବାକି ରହିଲା ରାଜି ଅରାଜି ଭିତରେ କିଭଳି ହେଉଛି ଡିଭୋର୍ସ ନା ପୁଣି ଏହି ଘଟଣା ନେଉଛି କିଛି ନୂତନ ମୋଡ । କାରଣ ସବୁଠାରୁ ଉପରେ ସ୍ଵାଧୀନତା ଏବଂ ଅଧିକାର ର କଥା । ଯେଉଁଥିରେ କି କୋର୍ଟ ର ବିଚାର ନିତ୍ୟାନ୍ତ ଆବଶ୍ୟକ । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *