ବାଳ ଝଡିବା ସମସ୍ଯା (Hair Fall), କିପରି ପାଇବେ ମୁକ୍ତି ? Dr Amit Madan

ନମସ୍କାର ବନ୍ଧୁଗଣ ତେବେ ଆଜିର ଦିନରେ କେଶ ଝଡିବା ସମସ୍ୟା ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ଯୁବକ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ କେଶ ଝଡିବା ସମସ୍ୟା ଦେଖା ଯାଇଥାଏ । କିଛି ହେୟାର ଫଲ କୌଣସି ଡିଜିଜ୍ ପ୍ରବ୍ଲମ ଥିଲେ ହୋଇଥାଏ ଏବଂ ଜେନେଟିକ ପ୍ରବ୍ଲେମ ଥିଲେ ମଧ୍ୟ କେଶ ଝଡିବା ଆରମ୍ଭ ହୋଇଥାଏ । ତେବେ ଆଜି ଆମେ ଜାଣିବା କେଶ ଝଡିବାର କାରଣ ଓ ନିରାକରଣ ବିଷୟରେ ।

ତେବେ କେଶ ଝଡିବାର ବହୁତ ଗୁଡିଏ କାରଣ ରହିଥାଏ କିନ୍ତୁ ଆଜିର ଦିନରେ ଯେଉଁ କେଶ ଝଡିବା ସମସ୍ୟା ଦେଖାଯାଉଛି ତାହା ଅଧିକ ଟ୍ରେସ ଯୋଗୁଁ ଦେଖାଯାଏ । ଦୈନନ୍ଦିନ ଜୀବନରେ ରେଗୁରାଲ ଟ୍ରେସ ହେବା ଓ ହେୟାର ପାଇଁ ଯେଉଁ ନ୍ୟୁଟ୍ରେସ ର ଆବଶ୍ୟକତା ରହିଥାଏ ତାହାର ପରିମାଣ କମ ହେଲେ ହେୟାର ଲସ୍ ହୋଇଥାଏ ।

ଯଦି ଆପଣ ମାନେ କୌଣସି ମେଡିସିନ ଖାଉଥାନ୍ତି ବା କୌଣସି ଡିଜିଜ ରେ ଆକ୍ରାନ୍ତ ଥାନ୍ତି ଯେମିତିକି ଥାଇରଏଡ୍ କ୍ୟାନସର ଭଳି ରୋଗ ଥିଲେ ହେୟାର ଲସ ହୋଇଥାଏ । ଦ୍ୱିତୀୟରେ ଜେନେଟିକ ପ୍ରବ୍ଲେମ ଯୋଗୁଁ ହୋଇଥାଏ ୩୦ ରୁ ୪୦ ବର୍ଷ ବୟସ ମଧ୍ୟରେ ଦେଖା ଯାଇଥାଏ । ତେବେ କେଶ ଝଡିବା ସମସ୍ୟା ଯଦି ବହୁତ ଦିନ ଧରି ରହିଥାଏ ବା ୧୦୦ ରୁ ଅଧିକ ଚୁଟି ଝଡୁଥାଏ ତେବେ ଏହା ଏକ ମେଜର କେସ୍ ଭାବରେ ନିଆଯାଏ ।

ଯେତେବେଳେ ବି ଆପଣଙ୍କର କେଶ ଝଡୁଛି ଡକ୍ଟରଙ୍କ ପରାମର୍ଶ ନିଅନ୍ତୁ । ଏହାପରେ ଆପଣ ମାନେ ହେୟାରରେ କେଉଁ ସବୁ ସେମ୍ପ ୟୁଜ୍ କରୁଛନ୍ତି ବା ବ୍ନଡ ଟେଷ୍ଟ ମଧ୍ୟ କରାଯାଏ । ହୋରମନ ଇଭାଲ୍ୟୁସନ କରାଯାଏ।ସେଥିରେ କିଛି ଆପନରମାଲ ଆସିଲେ ତାର ନିରାକରଣ କରାଯାଏ ।

ଟ୍ରିଟମେଣ୍ଟ ପାଇଁ ବହୁତ ଗୁଡିଏ ଅପସନ ରହିଥାଏ ପ୍ରଥମତଃ ଆପଣ ମାନଙ୍କୁ କିଛି ମେଡିସିନ ଲଗେଇବା ପାଇଁ ଏବଂ ଖାଇବା ପାଇଁ ଦିଆଯାଏ । ଏଥିସହିତ ଆପଣ ମାନେ ଡକ୍ଟରଙ୍କ ପରାମର୍ଶ ଅନୁସାରେ ଯାହା କିଛି ପଦକ୍ଷେପ ନେବା ଉଚିତ୍ । ତେବେ ଆମର ଜୀଵନ ଶୈଳୀ ସହିତ ଡାଇଟ୍ ର ମଧ୍ୟ ବହୁତ ଗୁରୁତ୍ଵ ରହିଛି ଆମର ଖାଦ୍ୟ ସାମଗ୍ରୀରେ ଗ୍ରୀନ ଭେଜିଟେବୁଲସ ନାହିଁ ।

ଗ୍ରୀନ ଭେଜିଟେବୁଲ ବା ଫଳ ଓ ପନିପରିବାରେ ଆବଶ୍ୟକ ପରିମାଣପରେ ଭିଟାମିନ୍ ରହିଥାଏ ଯାହା ଆମ ହେୟାର ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ସେଥିପାଇଁ ଗୋଟିଏ ବାଲାନ୍ସ ଡାଏଟ୍ ରହିବା ଅତ୍ୟନ୍ତ ଜରୁରୀ ଅଟେ ଯଦି ଆପଣ ମାନେ ଏକ ସୁସ୍ଥ ହେୟାର ଚାହୁଁଥାନ୍ତି ତେବେ ଖାଦ୍ୟରେ ପରିବର୍ତ୍ତନ ଆଣିବା ଆବଶ୍ୟକ ଅଟେ । ତେବେ ଯାଇ ଆପଣ ମାନେ ସୁନ୍ଦର କେଶ ପାଇ ପାରିବେ ।

ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *