କାନ୍ଥରୁ ଲିଭିନି ବାହା ଚିତା, ମଥାରୁ ଲିଭିଗଲା ସିନ୍ଦୂର, ପୁରା ଘଟଣା ଜାଣିଲେ ଦୁଃଖରେ ଛାତି ଫାଟିଯିବ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କାନ୍ଥ ରୁ ଲିଭି ନାହିଁ ବାହାଘର ଚିତା । ମଥାରୁ ଲିଭିଗଲା ସିନ୍ଦୁର । ଦିନ କେଇଟା ପରେ ବିବାହ କୁ ପୁରି ଥାଆନ୍ତା ବର୍ଷେ । କିନ୍ତୁ ଲିଭିଗଲା ଜୀବନ ଦୀପ । ସେପଟେ ସ୍ତ୍ରୀ ଗର୍ଭ ରେ ବଢୁଛି ନୂଆ ଜୀବନ । ଦୁନିଆ କୁ ଆସିବା ପୂର୍ବରୁ ଚିର ନିଦ୍ରା ରେ ଶୋଇଗଲେ ବାପା । ଅଧା ରେ ରହିଗଲା ସନ୍ତାନ କୁ ଦେଖିବାର ସ୍ୱପ୍ନ । ଓଏନସିଜି ହେଲିକ୍ୟାପ୍ଟର ଦୁର୍ଘଟଣା ରେ ପ୍ରାଣ ହରାଇଛନ୍ତି ଓଡ଼ିଆ ଯୁବକ ।

ସେ ହେଉଛନ୍ତି ମାଲକାନଗିରି ର ଜିଓଲୋଜିଷ୍ଟ ସତ୍ୟମ୍ବାଦ ପାତ୍ର । ମଙ୍ଗଳବାର ଆରବ ସାଗର ରେ ଖସି ପଡ଼ିଥିଲା ଓଏନସିଜି ର ପବନ ହଂସ । ଏଥିରେ ଯାଉଥିବା ନଅ ଲୋକଙ୍କ ମଧ୍ୟରୁ ପ୍ରାଣ ହରାଇଥିଲେ ଚାରି ଓଡ଼ିଆ । ରେସ୍କ୍ୟୁ ଅପରେସନ ରେ ୩ ଜଣ, ଓଏନସିଜି କର୍ମଚାରୀ ଏବଂ ଦୁଇ ଜଣ ବିମାନ କର୍ମଚାରୀ ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।

କିନ୍ତୁ ଓଏନ୍ସିଜି ର ଚାରି କର୍ମଚାରୀ ଙ୍କ ମୃତ୍ୟୁ ହୋଇଥିଲା । ଏମାନଙ୍କ ମଧ୍ୟରେ ରହିଛନ୍ତି ସତ୍ୟମ୍ବଦ । ସେପଟେ ତାଙ୍କୁ ହରାଇ ବାହୁନୀ କାନ୍ଦୁଛନ୍ତି ପରିବାର । କେବଳ ପରିବାର ନୁହେଁ ପଡୋଶୀ ଙ୍କ ଆଖି ରୁ ବି ଲୁହ ଶୁଖୁ ନାହିଁ । ସତ୍ୟମ୍ବଦ ଙ୍କ ବାପା ସୁରେଶ ଚନ୍ଦ୍ର ପାତ୍ର ସମବାୟ ବିଭାଗ ରେ ଚାକିରୀ କରୁଥିବା ବେଳେ ମାଆ ସବିତା ସାହୁ ଜଣେ ଶିକ୍ଷୟତ୍ରୀ ।

ସତ୍ୟମ୍ବଦ ପିଲାଟି ଦିନରୁ ମାଲକାନଗିରି ରେ ପାଠ ପଢ଼ିଥିବା ବେଳେ ତାଙ୍କର ଉଚ୍ଚ ଶିକ୍ଷା ଓ ଯୋଗ୍ୟତା ଯୋଗୁଁ ସର୍ବ ଭାରତୀୟ ସ୍ତର ରେ କୃତିତ୍ବ ହାସଲ କରି ଓଏନ୍ସିଜି କମ୍ପାନୀ ର ମୁମ୍ବାଇ ଶାଖା ରେ ଜିଓଲୋଜିଷ୍ଟ ଭାବରେ ଚାକିରୀ ପାଇଥିଲେ । ଆଉ ମାତ୍ର କିଛି ଦିନ ପରେ ତାଙ୍କ ବିବାହ କୁ ବର୍ଷେ ପୁରିଥାନ୍ତା ।

ହୋଇଥାନ୍ତା ସେଲିବ୍ରେସନ । ଅଧା ରେ ରହିଗଲା ସ୍ୱପ୍ନ । ଏବେ ବାହୁନି କାନ୍ଦିବା କେବଳ ସାର । ସର୍ବସ୍ୱ ହରାଇ ପତ୍ନୀ ମୁକ ପାଲଟି ଥିବା ବେଳେ ମାଆ ଆଖିରୁ ଶୁଖୁନି ଲୁହ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *