ନମସ୍କାର ବନ୍ଧୁଗଣ ତେବେ ଏବେ ସୋସିଆଲ ମିଡିଆରେ ହିରୋ ହିରୋଇନ୍ ପାଲଟିଥିବା ଟୁଙ୍ଗୁରୁ ଓରଫ ଆଲୋକ ଭୋଳ ଓ ବର୍ଷାଙ୍କ ବିରୋଧରେ ଥାନାକୁ ଗଲେ ଲୋକେ । ଏସବୁ ନାଟକ ଓ ପ୍ରହସନକୁ ବନ୍ଦ କରିବା ପାଇଁ ଏକ ସାମାଜିକ ସଂଗଠନ ପୋଲିସ୍ର ଦ୍ୱାରସ୍ଥ ହୋଇଛନ୍ତି । ତେବେ ବିଶ୍ୱାସ ନାମକ ଏକ ସାମାଜିକ ସଂଗଠନର ସଦସ୍ୟମାନେ ଆଜି ନିଶ୍ଚିନ୍ତକୋଇଲି ଥାନା ଅଧିକାରୀଙ୍କୁ ଏ ନେଇ ଏକ ଦାବିପତ୍ର ଦେଇଛନ୍ତି ।
ସୋସିଆଲ ମିଡିଆରେ ଏହି ଖବରକୁ ଯେଭଳି ଭାବେ ଦର୍ଶା ଯାଉଛି ତାହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ଏହି ଦାବିପତ୍ରରେ ଲେଖା ଯାଇଛି । ଏଭଳି ଅଯଥା ଖବରରୁ ଗଣମାଧ୍ୟମ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ବର୍ତ୍ତମାନ ଜଣେ ଭାଇ କହିଛନ୍ତି କି ଏହି ଖବର ବିଷୟରେ ମିଡ଼ିଆ ବାଲାର ଯେତେ ଭୁଲ ରହିଛି ତା ଠାରୁ ଅଧିକ ଭୁଲ ଲୋକ ମାନଙ୍କ ର ରହିଛି ।
ସେମାନେ ଏହି ଖବର କୁ ଅଧିକ ମାତ୍ରାରେ ଦେଖୁଛନ୍ତି ତାକୁ ସେୟାର ମଧ୍ୟ କରୁଛନ୍ତି । ତେବେ ଲୋକମାନେ ଏହି ଭଳି ଖବର ସବୁ ଦେଖିବା ପାଇଁ ଲୋକମାନେ ପସନ୍ଦ କରୁଛନ୍ତି କିନ୍ତୁ ଯଦି କୌଣସି ରାଜନୀତି କୁ ନେଇ ଖବର ହେଉ କିମ୍ବା କୌଣସି ଡାକ୍ତର ଖାନାରେ ସମସ୍ୟା ହେଉ ଏସବୁ କୁ ଦେଖିବା ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ତେବେ ଲୋକମାନେ ଯେଉଁ ଭଳି ନିୟୁଜ ଦେଖିବାକୁ ପସନ୍ଦ କରିବେ ସେହି ଭଳି ନିୟୁଜ ପ୍ରଦାନ କରାଯାଉଛି ।
ତେବେ ଲୋକମାନେ ଯଦି ଏହି ଖବର ସବୁ ଦେଖିବା ବନ୍ଦ କରିଦେବେ ତେବେ ମିଡ଼ିଆ ମଧ୍ୟ ଏହି ଖବର ଦେଖେଇବ ନାହିଁ । ତେବେ ଟୁଙ୍ଗୁରୁ ନିଜର ଫାଇଦା ପାଇଁ ମିଡ଼ିଆ ର ସାହାର୍ଯ୍ୟ ନେଇଛି ସତ କିନ୍ତୁ ମିଡ଼ିଆ ମଧ୍ୟ ଟୁଙ୍ଗୁରୁ ର ସାହାଯ୍ୟ ନେଇଛନ୍ତି । ତେବେ ଆପଣ ମାନେ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଭୋଳ ବିଷୟରେ ନିଶ୍ଚିତ ଅବଗତ ଥିବେ ।
ତେବେ ଘଟଣା ଟି କିଛି ଏପରି କି ଭୁବନେଶ୍ୱର ଅଞ୍ଚଳରେ ଜଣେ ମହିଳା ଅଭିଯୋଗ ଆଣି ଥିଲେ କି ଜଣେ ବ୍ୟକ୍ତି ତାଙ୍କ ସହିତ ସମ୍ପର୍କ ରଖିବା ପରେ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି ତେବେ ସେ ଏହି ଅଭିଯୋଗ ଆଣିବା ପରେ ଏହି ଘଟଣା ବହୁତ ଅଧିକ ଚର୍ଚ୍ଚିତ ହୋଇ ଯାଇ ଥିଲା । ଏହା ଉପରେ ଅନେକ ଲୋକ ଅନେକ କଥା କହିବା ଆରମ୍ଭ କରି ଦେଇ ଥିଲେ । ତେବେ ଏହି ଘଟଣା ଉପରେ ସେ ବର୍ତ୍ତମାନ ପୁଣି ନିଜର ମତ ରଖିଛନ୍ତି ।
ତେବେ ଆମେ ବର୍ତ୍ତମାନ ସେ କଣ କହିଥିଲେ ସେହି ସମ୍ପର୍କରେ ଆଲୋଚନା କରିବା । ତେବେ ସେ କହି ଥିଲେ କି ସେ ସେହି ବ୍ୟକ୍ତିଙ୍କୁ ବହୁତ ଭଲ ପାଇ ଥାଆନ୍ତି । ଏହା ବ୍ୟତୀତ ସେ ତାଙ୍କୁ ଥରେ ନିଜର ଶରୀର ଅସୁସ୍ଥ ଥିବା କାରଣରୁ ଡାକି ଥିଲେ । ଏହା ବ୍ୟତୀତ ତାଙ୍କ ସହିତ ସେ ଚିକିତ୍ସାଳୟ ଯାଇ ଥିଲେ । ଏହା ପର ଠାରୁ ସେମାନେ ପରସ୍ପରକୁ ଜାଣି ଥିଲେ । ତେବେ ସେ କହିଥିଲେ କି ସେ ଅଟୋ ଚଳାଇ ଥାନ୍ତି ଏହା ପରେ ମଧ୍ୟ ସେ ତାଙ୍କୁ ବିବାହ କରିବେ ବୋଲି କହି ଥିଲେ ।
ତେବେ ସେ କହିଥିଲେ କି ତାଙ୍କର ଦୁଇଟି ସନ୍ତାନ ଥିବା ପରେ ଓ ତାଙ୍କର ବିବାହ ହୋଇ ଥିବା କଥା ଜାଣିବା ପରେ ମଧ୍ୟ ସେ ତାଙ୍କୁ ବିବାହ କରିବେ ବୋଲି କହି ଥିଲେ । ଏହା ବ୍ୟତୀତ ତାଙ୍କୁ ବିବାହ କରିବା ପାଇଁ ସେ କିଛି ମଧ୍ୟ କରିବେ ବୋଲି କହିଛନ୍ତି । ତେବେ ପରେ ପରିବାର ଲୋକ ଆସି ତାଙ୍କୁ ନେଇ ଚାଲି ଯାଇ ଥିଲେ ।
ସେ ବର୍ତ୍ତମାନ ଜିଦ ଧରି ରହିଛନ୍ତି କି ସେ କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କୁ ବିବାହ କରିବେ । ଏହା ବ୍ୟତୀତ ତାଙ୍କୁ ବିବାହ ନ କରିବା ଯାଏ ସେ ଚୁପ ରହିବେ ନାହିଁ ବୋଲି ସେ କହିଛନ୍ତି । ତାଙ୍କୁ ବିବାହ କରିବା ପାଇଁ ସେ କିଛି ମଧ୍ୟ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି କହିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।