ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ଟଙ୍କା କମାଇବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ଯାହାଫଳରେ ସେମାନେ ନିଜର ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେଉନାହାନ୍ତି । ଯଦି ମଣିଷର ମନ ଭଲ ରହିବ ତା ହେଲେ ତାକୁ କାମ କରିବା ପାଇଁ ମଧ୍ୟ ମନ ଲାଗିବ । ମନ ଭଲ ରହିବା ପାଇଁ ଆପଣଙ୍କୁ ଖୁସି ହେବା ନିହାତି ଆବଶ୍ୟକ । ଆପଣଙ୍କ ଖୁସି ପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିଲେ ଆପଣ ନିଶ୍ଚୟ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।
୧. ସ୍ତ୍ରୀ ସ୍ଵାମୀକୁ ପଚାରିଲା…
ସ୍ତ୍ରୀ- ଆମ ଦୁଇଜଣଙ୍କ ମଧ୍ୟରୁ କିଏ ଅଧିକ ସୁନ୍ଦର ?
ସ୍ଵାମୀ- ମୁଁ
ସ୍ତ୍ରୀ- କେମିତି ?
ସ୍ଵାମୀ- କାରଣ ଯଦି ତୁମେ ସୁନ୍ଦର ଅଛ ତା ହେଲେ ତମେ ବିଉଟି ପାର୍ଲର କାହିଁକି ଯାଉଛ, ମୁ ସୁନ୍ଦର ଅଛି ସେଥିପାଇଁ ପାର୍ଲର ଯାଉ ନାହିଁ ।
୨. ରାଜୁର ସ୍ତ୍ରୀ ବାଦାମ ଖାଉଥିଲା ସେତେବେଳେ ରାଜୁ ରୋମାଣ୍ଟିକ ହୋଇ କହିଲା- ଆରେ ମତେ ବି ଟିକେ ଦିଅ ମୁଁ ବି ଟେଷ୍ଟ କରିବି…
ସ୍ତ୍ରୀ ରାଜୁ ହାତରେ ଗୋଟିଏ ବାଦାମ ଦେଇ ଆଉ ସବୁ ନିଜେ ଖାଇଲା ।
ରାଜୁ- କଣ ଗୋଟିଏ ଦେଲ ?
ସ୍ତ୍ରୀ- ହଁ ବାକି ସବୁ ବାଦାମର ବି ଏହି ଟେଷ୍ଟ ।
୩. ଗୋଟେ ମଦଉଆ ଦିନେ ମଅ -ଦପିଇ ଘରକୁ ଆସିଲା ଓ ସୋଇପଡିଲା ।
ଶୋଇବା ପରେ ସେ ସିଧା ଉପରକୁ ଯାଇ ଭଗବାନଙ୍କ ସହ ସାକ୍ଷାତ କରିଲା ଓ ନିଜ ଜୀବନକୁ ପୁନର୍ବାର ମାଗିଲା…
ଭଗବାନ ରାଜି ହୋଇ ତାକୁ ଏକ କୁକୁଡାର ଜନ୍ମ ଦେଲେ ।
କୁକୁଡା ହେବା ପରେ ସେ ପୃଥିବୀକୁ ଆସିଲା ଓ ପ୍ରଥମେ ଏକ ଅଣ୍ଡା ଦେଲା ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ସେହି ଅଣ୍ଡାଟି ସୁନା ର ଥିଲା । ଏହା ପରେ ସେ ଆଉ ଗୋଟେ ସୁନା ଅଣ୍ଡା ଦେଲା । ଏହି ଖୁସିରେ ସେ ତୃତୀୟ ଅଣ୍ଡା ଦେବାକୁ ଯାଉଥିଲା ହେଲେ ସେହି ସମୟରେ ତା ମୁଣ୍ଡକୁ କିଏ ଜଣେ ଝାଡୁରେ ମାରି କହିଲା- ଉଠ ମଦଉଆ ବିଛଣାରେ ଦୁଇ ଥର ଝାଡା କରିସାରିଛୁ ଆଉ କେତେ କରିବୁ ।
୪. ଗୋଟେ ବୁଢା ଛୁଆକୁ ପଚାରିଲା…
ବୁଢା-ପୁଅ କେମିତି ଅଛୁ ?
ଛୁଆ- ଠିକ ଅଛି…
ବୁଢା- ପାଠ ପଢା କେମିତି ଚାଲିଛି ?
ଛୁଆ- ବିଲକୁଲ ମୋ ଜୀବନ ପରିକା ।
ବୁଢା- ମାନେ ?
ଛୁଆ- ଭଗବାନଙ୍କ ଭରସାରେ ଚାଲିଛି ଆଉ…
୫. ରାସ୍ତାରେ ଗୋଟେ ଲୋକ ଅନ୍ୟ ଲୋକକୁ ଅଟକାଇ ପଚାରିଲା…
ଲୋକ- ଭାଇନା ଆମ ଭାଉଜ ବାଉଁଆ ଅଛନ୍ତି କି ?
ଅନ୍ୟ ଲୋକ- ହଁ, ହେଲେ ଆପଣ କେମିତି ଜାଣିଲେ ?
ଲୋକ- କାରଣ ଆପଣଙ୍କ ଡାହାଣ ପଟ ଗାଲଟି ପୁରା ନାଲି ପଡିଯାଇଛି…
୬. ସ୍ତ୍ରୀ ରୋଷେଇ ଘରୁ ବାହାରି ଆସି
ସ୍ତ୍ରୀ- ହେଇଟି ଶୁଣୁଛ ଆଜି କାଲି ମୁଁ ଦିନକୁ ଦିନ ବହୁତ ସୁନ୍ଦର ହେବାରେ ଲାଗିଛି…
ସ୍ଵାମୀ- ତୁମେ କେମିତି ଜାଣିଲ ?
ପତ୍ନୀ- ଦେଖ ନା ଆଜି କାଲି ମୋ ସୁନ୍ଦରତାକୁ
ଦେଖି ରୁଟି ଗୁଡାକ ବି ଜଳିବାକୁ ଲାଗିଲେଣି !!!
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।