ସ୍ଵାମୀର ଅନ୍ୟ କାହା ସହିତ ଅଫେୟାର ଚାଲିଥିଲା, ସ୍ତ୍ରୀ ସ୍ଵାମୀ ପାଇଁ ଗୋଟିଏ ରଙ୍ଗର ୧୨ ଟି ଅଣ୍ଡରୱିୟର କିଣିଲା, ସ୍ଵାମୀ- ଗୋଟିଏ ରଙ୍ଗର ଏତେ ସବୁ ଅଣ୍ଡରୱିୟର କାହିଁକି ନେଲ…. (Odia Jokes)

ବନ୍ଧୁଗଣ ଏହି ଦୁନିଆରେ ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ । ପୁରୁଷ ମାନେ ବାହାର କାମ ତ ମହିଳା ମାନେ ଘର କାମ କରୁଛନ୍ତି । କାମରେ ବ୍ୟସ୍ତ ରହିବା କାରଣରୁ ସେମାନେ ହସ କଣ ଭୁଲି ଗଲେଣି । ଆପଣ ମାନଙ୍କ ମୁହଁରେ ଟିକେ ହସ ଫୁଟେଇବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସୁଛୁ । ଏହି ଓଡିଆ ଜୋକ୍ସକୁ ପଢିବା ପରେ ଆପଣ ନିଜ ହସ ରୋକିପାରିବେ ନାହିଁ । ବନ୍ଧୁଗଣ କଥାରେ ଅଛି ହସ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଯଦି ଆପଣ ଖୁସି ରହିବେ ତା ହେଲେ ଆପଣ ସୁସ୍ଥ ରହିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।

୧. ଜଣେ ବ୍ୟକ୍ତି ନିଜ ପଡୋଶୀ ଠାରୁ ବିଛଣା ନେବାକୁ ଗଲା…

ବ୍ୟକ୍ତି- ଭାଇ ଆପଣଙ୍କ ପାଖରେ ଏକ୍ସଟ୍ରା ବିଛଣା ଅଛି କି ? ଆମ ଘରେ ଅତିଥି ଆସିଛନ୍ତି ।

ପଡୋଶୀ- ଆମ ପାଖରେ କେବଳ ଦୁଇଟି ବିଛଣା ଅଛି… ଗୋଟେ ବିଛଣାରେ ମୁଁ ଆଉ ମୋ ବାପା ସଉଛୁ ଆଉ ଗୋଟେ ବିଛଣାରେ ମୋ ସ୍ତ୍ରୀ ଆଉ ମୋ ମା ସଉଛନ୍ତି ।

ବ୍ୟକ୍ତି- ଭାଇ ଦେବାର ନାହିଁ ଯଦି ମନା କରିଦିଅ ହେଲେ ଯେମିତି ଶୋଇବା କଥା ସେମିତି ତ ସୁଅ ।

୨. ମୁଁ ଆଜି ଗାର୍ଲଫ୍ରେଣ୍ଡକୁ କହିଲି ତମ ନାମ ମୋ ହାତରେ ଲେଖିବି ନା ମୋ ହାର୍ଟରେ ?

ଯଦି ଭଲ ପାଉଛ ତା ହେଲେ ପ୍ରପୋର୍ଟି ପେପରରେ ମୋ ନାମ ଲେଖିଦିଅ । ଆଜିକାଲି ଝିଅ ମାନେ ହିନ୍ଦୀ ସିରିଏଲ ଦେଖି ଚାଲାକ ହେଇଗଲେଣି ।

୩. ଗୋଟେ ଝିଅ ଗୋଟେ ପୁଅ ସହ ବସିଥିଲା ।

ପରଦିନରେ ସେ ଆଉ ଗୋଟେ ପୁଅ ସହ ବସିଲା…

ତା ପରଦିନରେ ସେ ଆଉ ଗୋଟେ ପୁଅ ସହ ବସିଲା…

ଏହି କାହାଣୀରୁ ଆପଣ କଣ ଶିଖିଲେ ପୁଅ ବଦଳି ଯାନ୍ତି ହେଲେ ଝିଅ କେବେ ବଦଳି ନଥାନ୍ତି ।

୪. ଶିକ୍ଷକ- ତମ ଶକ୍ତି କଣ ?

ପପୁ- ମୁଁ କୌଣସି କଥାକୁ ମନ ଭିତରେ ଚାପି ରଖିପାରିବି ।

ଶିକ୍ଷକ- କେମିତି ?

ପପୁ- ଦେଖନ୍ତୁ ମୋ ବେଗରେ ଆପଣଙ୍କ ଝିଅର ଲଭ ଲେଟର ଅଛି ହେଲେ ମୁଁ ଏ ପର୍ଯ୍ୟନ୍ତ ଏହି କଥା କାହାକୁ ବି କହିନି ।

୫. ସ୍ଵାମୀ- ଶୋସୋ ଲାଗୁଛି ମୋ ପାଇଁ ପାଣି ନେଇ ଆସ…

ସ୍ତ୍ରୀ- ମୁଁ ଭାବୁଛି ଆଜି ତମକୁ ମଟର ପନିର ଆଉ ସାହି ପୁଲାଓ କରିକି ଖୁଆଇବି ।

ସ୍ଵାମୀ- ବାଃ ବାଃ ମୁହଁରୁ ପାଣି ଆସିଗଲା…

ସ୍ତ୍ରୀ- ଆସିଗଲା ନା ମୁହଁରୁ ପାଣି ଏବେ ଏଥିରେ କାମ ଚଳେଇ ଦିଅ ।

୬. ସ୍ଵାମୀ- ଆଜି ରୋଷେଇ କାହିଁକି କରିନ ?

ସ୍ତ୍ରୀ- ମୁଁ ତଳେ ପଡି ଯାଇଥିଲି ମୋର ଲାଗି ଯାଇଥିଲା…

ସ୍ଵାମୀ- କେଉଁଠି ପଡିଲ ଆଉ କଣ ଲାଗିଲା ?

ସ୍ତ୍ରୀ- ବେଡ ଉପରେ ପଡି ଯାଇଥିଲି ନିଦ ଲାଗିଗଲା ।

୭. ମହିଳା ମାନଙ୍କ ବୁଦ୍ଧି

ସ୍ଵାମୀର ଅନ୍ୟ କାହା ସହିତ ଅଫେୟାର ଚାଲିଥିଲା, ସ୍ତ୍ରୀ ସ୍ଵାମୀ ପାଇଁ ଗୋଟିଏ ରଙ୍ଗର ୧୨ଟି ଅଣ୍ଡରୱିୟର କିଣିଲା ।

ସ୍ଵାମୀ – ଗୋଟିଏ ରଙ୍ଗର ଏତେ ସବୁ ଅଣ୍ଡରୱିୟର କାହିଁକି ନେଲ ?

ସମସ୍ତେ କହିବେ ମୁ ଅଣ୍ଡରୱିୟର ବଦଳେ ନାହିଁ ।

ସ୍ତ୍ରୀ- ସମସ୍ତେ ମାନେ କିଏ ହାଁ, ଏହା ଶୁଣି ସ୍ଵାମୀ ଫେରାର ।

Leave a Reply

Your email address will not be published. Required fields are marked *