ବର୍ତ୍ତମାନ ସୋମ୍ୟ ଓ ସୋନାଲିଙ୍କ ମଧ୍ୟରେ କେଉଁଭଳି ସମ୍ପର୍କ ଥିଲା ଓ ସେମାନେ ଫୋନରେ କେମିତି କଥା ହେଉଥିଲେ ଓ ସୋନାଲି କାହା ସହିତ ଗପୁଥିଲା । ଏହି ସବୁ ବିଷୟରେ ବର୍ତ୍ତମାନ ସୋମ୍ୟଙ୍କ ମା ଗଣମାଧ୍ୟମ ସାମ୍ନାରେ କହିଛନ୍ତି । ସୋମ୍ୟଙ୍କ ମା କହିଲେ କି ଯେତେବେଳେ ଦୁଇ ଜଣ ପରସ୍ପରକୁ ଭଲ ପାଉଥିଲେ ତେବେ ଦିନେ ମୋ ପୁଅ ସୋନାଲିର ପରିବାରକୁ ନେଇ ପୁରୀ ଯାଇଥିଲା ।
ପୁରୀରୁ ଦର୍ଶନ କରି ଆସିବା ପରେ ସୋନାଲିର ବୋଉ ଆମ ଘରକୁ ଆସିଥିଲେ ଓ ମୋ ପୁଅର ପ୍ରଶଂସା କରିଲେ ଏବଂ କହିଲେ କି ସେ ମୋର ଜ୍ଵାଇଁ ନୁହେଁ ସେ ହେଉଛି ମୋର ପୁଅ । ଆମେ ଦୁଇ ଜଣ ନିଷ୍ପତି ନେଲୁ କି ଦୁଇ ଜଣ ପରସ୍ପରକୁ ଭଲ ପାଉଛନ୍ତି ତାଙ୍କ ଖୁସି ପାଇଁ ଆମେ ତାଙ୍କର ବାହାଘର କରିଦେବା ।
କିନ୍ତୁ ଏହି ଘଟଣା ପରେ ସୋନାଲିର ମା ଯେତେବେଳେ ମିଡିଆ ସାମ୍ନାକୁ ଆସିଲେ ତେବେ ସେ କହିଲେ କି ଆମେ ଏହି ବିଷୟରେ କିଛି ଜାଣି ନାହୁଁ ଓ କହିଲେ କି ସୋମ୍ୟ ଅଳ୍ପ ଅଳ୍ପ କଥାରେ ରାଗିଯାଏ । ସୋମ୍ୟଙ୍କ ମା ଆଗକୁ କହିଲେ କି ଯଦି ସୋନାଲିର ମା ଜାଣିଲେ କି ମୋ ପୁଅ ରାଗୁଛି ତେବେ ସେ ମୋତେ ଆସି ସେହି କହି ପାରି ଥାନ୍ତେ । ଓଲଟା ମୋ ସାମ୍ନାରେ ମୋ ପୁଅର ପ୍ରଶଂସା କରିଲେ । ହଁ ମୋ ପୁଅ ସୋନାଲି ଉପରେ ରାଗିଥାଏ ।
କାରଣ ସୋନାଲି ମୋ ପୁଅକୁ ଭଲ ପାଇ ଅନ୍ୟ ପୁଅମାନଙ୍କ ସହ ସମ୍ପର୍କ ରଖେ ଓ ତାଙ୍କ ସହ ବୁଲିବାକୁ ଯାଇଥାଏ । ଫୋନ ବି ସୁଇଚଅଫ କରି ଦିଏ । ସେଥିପାଇଁ ମୋ ପୁଅ ରାଗିଥାଏ । ସୋମ୍ୟଙ୍କ ମା ଆଗକୁ କହିଲେ କି ଦୁଇ ଜଣ ପରସ୍ପରକୁ ଏତେ ଭଲ ପାଉଥିଲେ କି ସବୁବେଳେ ଫୋନରେ ରହୁଥିଲେ । ସେମାନେ ଖାଇବା, ପିଇବା ଓ ଅଲଗା କେଉଁଠି ଗଲେ ବି ପରସ୍ପରକୁ ଫୋନରେ ରଖୁଥିଲେ ।
କିନ୍ତୁ କିଛି ଦିନ ପରେ ସୋନାଲି ଅନ୍ୟ ପୁଅମାନଙ୍କ ସହ ମିଶିବାକୁ ଲାଗିଲା । ଥରେ ମୋ ପୁଅ ସୋନାଲିକୁ ପୁରୀର ଗୋଟିଏ ହୋଟେଲରେ ଅନ୍ୟ ଏକ ପୁଅ ସହ ଧରିଥିଲା କିନ୍ତୁ ସେ ସେହି ସମୟରେ ତାକୁ କ୍ଷମା କରି ଦେଇଥିଲା । ସୋନାଲି ଅନ୍ୟ ବହୁତ ପୁଅ ସହ ବି ସମ୍ପର୍କରେ ଥିଲା ତଥାପି ସୌମ୍ୟ ସୋନାଲିକୁ କ୍ଷମା କରି ଦେଉଥିଲା । କିନ୍ତୁ ସୋନାଲି ପୁଣି ଥରେ ସେହିଭଳି ଭୁଲ କରୁଥିଲା ଓ ସୋନାଲିଙ୍କ ମା ଏହି ସବୁ ବିଷୟରେ ଜାଣିଥିଲେ । ଯଦି ସେ ମୋତେ ସବୁ କଥା କହି ଦେଇ ଥାନ୍ତେ ତେବେ ଆଜି ମୋ ପୁଅ ମୋ ପାଖରେ ଥାନ୍ତେ ।