କିଡନୀ ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି 6 ଟି ସଂକେତ, ସମୟ ଥାଇ ହେଇ ଯାଆନ୍ତୁ ସାବଧାନ ! (Health Tips)

କିଡନୀ ଶରୀରର ମୁଖ୍ୟ ଅଙ୍ଗ ମଧ୍ୟରୁ ଗୋଟିଏ ହୋଇଥାଏ । କିଡନୀ ରକ୍ତକୁ ସଫା କରିବା ଓ ଶରୀରରୁ ଅଦରକାରୀ ପଦାର୍ଥକୁ ବାହାର କରିବା ସହ ଅନ୍ୟ ବହୁତ ପ୍ରକାରର କାର୍ଯ୍ୟ କରିଥାଏ । କିନ୍ତୁ ଯେତେବେଳେ କିଡନୀ ଏହି ସବୁ କାର୍ଯ୍ୟ କରି ପାରି ନ ଥାଏ ତେବେ ସେହି ସ୍ଥିତିରେ କିଡନୀ ଖରାପ ହୋଇ ଯାଇଛି ବୋଲି କୁହାଯାଏ । କିଡନୀର ରୋଗ ବହୁତ ଭୟଙ୍କର ହୋଇଥାଏ ଓ ସବୁଠୁ ଗୁରୁତ୍ଵପୂର୍ଣ କଥା ହେଉଛି ଏହା ଚୁପଚାପ ଆର ଶରୀରକୁ ଆକ୍ରମଣ କରିଥାଏ ।

ଅଧିକାଂଶ ମାମଲାରେ ଯେତେବେଳେ ବ୍ୟକ୍ତିକୁ ଜଣା ପଡେ କି ତାର କିଡନୀ ଖରାପ ହୋଇ ଯାଇଛି ତେବେ ବହୁତ ଡେରି ହୋଇଯାଇ ଥାଏ । କିଡନୀ ଖରାପ ହେବା ପୂର୍ବରୁ କିଛି ସାଧାରଣ ଲକ୍ଷଣ ନଜର ଆସିଥାଏ । କାରଣ ଗୋଟିଏ କିଡନୀ ଖରାପ ଥିଲେ ବି ବାକି କାର୍ଯ୍ୟ ସୂଚାରୁ ରୂପେ ଚାଲିଥାଏ ।

ଯେତେବେଳେ ଦୁଇଟି ଯାକ କିଡନୀ ପୂରାପୂରି କାର୍ଯ୍ୟ କରିବା ବନ୍ଦ କରି ନ ଦିଏ ସେହି ସମୟ ପର୍ଯ୍ୟନ୍ତ ରୋଗୀକୁ ଜଣା ପଡି ନ ଥାଏ କି ତାର କିଡନୀ ଖରାପ ହୋଇ ଯାଇଛି । ଖରାପ ଜୀବନଶୈଳୀ ଯୋଗୁ କିଡନୀ ଖରାପ ହୋଇଥାଏ । କହିଦେଉଛୁ କି କିଡନୀ ଖରାପ ହେବା ପୂର୍ବରୁ ଶରୀରରେ କିଛି ସଂକେତ ନଜର ଆସିଥାଏ । ଆଜି ଆମେ ଆପଣଙ୍କୁ ଏହି ସଂକେତ ବିଷୟରେ କହିବୁ ।

ପେଟରେ ଯନ୍ତ୍ରଣା

ପେଟରେ ଯନ୍ତ୍ରଣାକୁ ପ୍ରାୟତଃ ଲୋକମାନେ ନଜର ଅନ୍ଦାଜ କରି ଦିଅନ୍ତି । କିନ୍ତୁ ଯଦି ଏହି ଯନ୍ତ୍ରଣା ପେଟର ଡାହାଣ କିମ୍ବା ବାମ ପାର୍ଶ୍ଵରେ ହେଉଥିବ ଓ ଏହା ସହନୀୟ ହୋଇ ନ ଥାଏ ତେବେ ଏହାକୁ ନଜର ଅନ୍ଦାଜ କରନ୍ତୁ ନାହିଁ । କାରଣ ଏହା କିଡନୀ ଖରାପ ହେବାର ବି ସଂକେତ ହୋଇପାରେ । ଯେତେବେଳେ ଶରୀରରୁ ଖରାପ ପଦାର୍ଥ ବାହାରକୁ ବାହାରି ପାରି ନ ଥାଏ ତେବେ କିଡନୀ ପାଖରେ ସବୁ ବର୍ଜ୍ୟ ବସ୍ତୁ ଜମା ହୋଇଯାଏ । ଯେଉଁ କାରଣରୁ ଅଚାନକ କିଡନୀ ପାଖରେ ଯନ୍ତ୍ରଣା ହୋଇଥାଏ ।

ଗୋଡ ଫୁଲିଯିବା

ଗୋଡ ବିଭିନ୍ନ କାରଣ ଯୋଗୁ ଫୁଲିଥାଏ । କିନ୍ତୁ କେତେ ଥର କିଡନୀ ଖରାପ ହେବା କାରଣରୁ ଗୋଡ ଅଚାନକ ଫୁଲିଯାଏ । କିଡନୀ ଯେତେବେଳେ ସଠିକ ରୂପରେ କାମ କରି ନ ଥାଏ ତେବେ ରକ୍ତର ପ୍ରବାହ ଅଚାନକ କମ ହୋଇଯାଏ କିମ୍ବା ବଢିଯାଏ । ରକ୍ତର ପ୍ରବାହ ଅଧିକ ହେବା କାରଣରୁ ଗୋଡ ଫୁଲିଯାଏ । ଏହା କିଡନୀ ଖରାପ ହେବାର ବଡ ଲକ୍ଷଣ ଅଟେ ।

ଶରୀରରେ କିଛି ଖାସ ଚିହ୍ନ ହେବା

କିଡନୀ ଖରାପ ହେବା କାରଣରୁ ବେଳେ ବେଳେ ଶରୀରରେ କିଛି ଦାଗ କିମ୍ବା ଚିହ୍ନ ଦେଖାଯାଏ । ବେଳେ ବେଳେ କିଛି ଖରାପ ପଦାର୍ଥକୁ କିଡନୀ ଛାଣି ପାରି ନ ଥାଏ । ଏହି ତତ୍ଵ ରକ୍ତରେ ମିଶି ରହିଯାଏ । ଏହା ଶରୀରର କିଛି ଅଂଶରେ ନଜର ଆସିଥାଏ । ସେହି ସ୍ଥାନଟି ଜଳି ଥାଏ ଓ କୁଣ୍ଡେଇ ହୋଇଥାଏ । ଯେତେବେଳେ କିଡନୀ ସଠିକ ରୂପରେ କାମ କରି ନ ଥାଏ ତେବେ ବ୍ୟକ୍ତି କ୍ଳାନ୍ତ ଅନୁଭବ କରିଥାଏ ।

ଯଦି କୌଣସି ବ୍ୟକ୍ତିର ଶରୀରରେ ଏହିଭଳି କିଛି ସଂକେତ ନଜର ଆସୁଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଅନ୍ୟ କିଛି ବି ଲକ୍ଷଣ ନଜର ଆସିଥାଏ । ଯେମିତି ୟୁରିନ ସ୍ଥାନରେ ସମସ୍ୟା ଦେଖାଯିବା । ତେବେ ଏହି ଲେଖାଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *