ଶିକ୍ଷକଙ୍କୁ ନିର୍ଦ୍ଧୂମ ଛେଚିଲେ ଶିକ୍ଷୟତ୍ରୀ, କିନ୍ତୁ କାହିଁକି ? କଣ ଥିଲା କାରଣ, ଦେଖନ୍ତୁ ଏହି ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗୁଛି । ତେବେ କିଛିଦିନ ପୂର୍ବରୁ ଜଣେ ଝିଅ କୁ ଆଇ ଜି ପାର୍କ ପାଖରେ ଜଣେ ସ୍ୱିଗି ବୟ ଚାପୁଡ଼ା ଉପରେ ଚାପୁଡ଼ା ପ୍ରହାର ର ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା । ଯାହା ଖୁବ ଶୀଘ୍ର ଭାଇରାଲ ମଧ୍ୟ ହୋଇ ଥିଲା ତେବେ ସେହିପରି ଆଉ ଏକ ଘଟଣା ଆଜି ସାମ୍ନା କୁ ଆସିଛି ।

ଶିକ୍ଷକଙ୍କୁ ନିର୍ଧୁମ ମାଡ଼ ମାରିଲେ ଶିକ୍ଷୟିତ୍ରୀ । ସ୍କୁଲ ମାମଲା ନୁହେଁ, ବରଂ ବ୍ୟକ୍ତିଗତ କଥାବାର୍ତ୍ତାକୁ ନେଇ ମାଡ଼ ମରାଯାଇଥିବା ଜଣାପଡିଛି । ଦୁଇ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତରେ ଶିକ୍ଷକଙ୍କୁ ମାଡ଼ ମାରିଥିଲେ ଶିକ୍ଷୟତ୍ରୀ । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଆଲୋଚନା କରି ନେବା । ତେବେ କାଲିମେଳା ବ୍ଲକ ଏମପିଭି – ୬୫ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ।

ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଜଣେ ଶିକ୍ଷକଙ୍କୁ ମାଡ଼ ମାରିଲେ ଶିକ୍ଷୟିତ୍ରୀ  । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି  । ଅଭିଯୋଗ ଅନୁସାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ସମ୍ରାଟ ବେହେରା ଓ ଶିକ୍ଷୟିତ୍ରୀ ଇଲା ସେନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା  । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ଇଲା ସେନ ।

ତେବେ ଗତ ମଙ୍ଗଳବାର କାଲିମେଳା ଏବିଇଓ ଘଟଣାର ତଦନ୍ତ କରିବାକୁ ସ୍କୁଲକୁ ଯାଇଥିଲେ  । ତାଙ୍କ ସହିତ ସିଆରସିସି, ଏସଏମସି ସଭାପତି ମଧ୍ୟ ଉପସ୍ଥିତ ଥିଲେ । ସହକାରୀ ଶିକ୍ଷକ ସମ୍ରାଟ ବେହେରା ଓ ଶିକ୍ଷୟିତ୍ରୀ ଇଲା ସେନଙ୍କୁ ଡାକି ଅଧିକାରୀମାନେ ତଦନ୍ତ କରୁଥିବା ସମୟରେ ଶିକ୍ଷୟିତ୍ରୀ ଇଲା ସେନ ସମ୍ରାଟ ବେହେରାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ  ।

ଉପସ୍ଥିତ ଅଧିକାରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କାହାରି କଥା ଶୁଣିନଥିଲେ ଶିକ୍ଷୟିତ୍ରୀ  । ଶିକ୍ଷୟିତ୍ରୀଙ୍କ ଏପରି ଆଚରଣକୁ ଅଭିଭାବକ ଓ ଗ୍ରାମବାସୀ ନିନ୍ଦା କରିବା ସହ ବିଇଓଙ୍କୁ ଦାବିପତ୍ର ଦେଇଛନ୍ତି । ଘଟଣାରେ ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି  । ଅନ୍ୟପଟେ ଶିକ୍ଷୟିତ୍ରୀ ଜଣଙ୍କୁ କାର୍ଯ୍ୟରେ ଅବହେଳା କରୁଥିବାର ଅଭିଯୋଗ ଆସିଛି  ।

ତେବେ ଜଣେ ଶିକ୍ଷୟତ୍ରୀ ହୋଇ ଏହି ପରି ବ୍ୟବହାର କଲେ ପିଲା ମାନଙ୍କ ଉପରେ ତାର ପ୍ରଭାବ କଣ ହେବ ତାହା ଆପଣ ମାନେ ନିଶ୍ଚିତ ଅନୁମାନ ଲଗେଇ ପାରିଥିବେ । ତେବେ ଜଣେ ଶିକ୍ଷୟତ୍ରୀ ହୋଇ ଏହି ପରି ବ୍ୟବହାର ଆଦୌ ଶୋଭା ପାଉ ନାହିଁ । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ପାଲଟି ଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *