‘୮ ଦିନ ତଳେ ଦେଖା ହେଇଥିଲା ପଚାରିଥିଲେ,ବେଟା କେମିତି ଅଛୁ…ନିଶ୍ଚୟ ତାଙ୍କର…’ ଅଭିନେତା Siddhanta Mahapatra କଲେ ବଡ ଖୁଲାସା…ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ଓଡିଶା ପାଇଁ ବଡ ଦୁଃଖର ଦିନ ଥିଲା । ବନ୍ଧୁଗଣ ଓଡିଆ ଫିଲ୍ମ ଜଗତର ବରିଷ୍ଠ ଅଭିନେତା ତଥା ଯାତ୍ରା ଜଗତରେ ଲୋକପ୍ରିୟ ଅଭିନେତା ରାଇମୋହନ ପରିଡା ଗତ କାଲି ଆମ ସମସ୍ତଙ୍କୁ ଛାଡି ଚାଲିଗଲେ । ରାଇମୋହନଙ୍କ ଆତ୍ମହତୟଆ କରି ନିଜ ପ୍ରାଣ ହାରିଲେ । ରାଇମୋହନ ଯିବା ପରେ କେବଳ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ ସାରା ଓଡିଶାରେ ଶୋକରର ଛାୟା ଖେଳି ଯାଇଛି । 


ଗତ କାଲି ପୁରୀର ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ହୋଇଛି । ବନ୍ଧୁଗଣ ରାଇମୋହନଙ୍କୁ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଆ କଳାକାର ଏବଂ ଓଡିଶା ବାସୀ । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଓଡିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସିଦ୍ଧାନ୍ତ ମହାପାତ୍ର ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ତାଙ୍କର ଏହି ଦୁଇ ଚାରିଟି ଡାଇଲଗ ଦର୍ଶକଙ୍କ ପାଇଁ ଠିକ ଅଛି ।

ଯେଉଁ ମାନେ ଆମେ 30 ବର୍ଷ ହେବ କାମ କରି ଚଳି ଆସିଛୁ ସେସବୁ ଜିନିଷକୁ ଭୁଲିବା କେମିତି ସମ୍ଭବ ହେବ । ଜୀବନରେ ବି ଏତେ ସଂଘର୍ଷ କରି ସେମାନେ ଆସିଛନ୍ତି ପାଖାପାଖି 30 ବର୍ଷର ସମ୍ପର୍କ ମୋର ରାଇ ଭାଇଙ୍କ ସାଙ୍ଗରେ । ଏବେ ରାଇ ଭାଇଙ୍କର ଆଉ ମୋର ଦେଖା ହେଇଥିଲା । ଆଉ ଅନ୍ୟ ମାନେ ବି ଦେଖା କରିଛନ୍ତି । ଏହି 8-10 ଦିନ ତଳେ ଦେଖା ହେଇଥିଲା ସେ ମୋତେ କହୁଥିଲେ କେମିତି ଅଛୁ ବେଟା ମୁଁ କହିଲି ଭଲ ଅଛି ରାଇ ଭାଇ ଆପଣ କେମିତି ଅଛନ୍ତି ।

ସେ କହିଲେ ଝିଅର ବାହାଘର ହେଇଗଲା ମୁଁ ଖୁସି ଅଛି ଆଉ ଗୋଟେ ଝିଅ ରହିଲା । ତେଣୁ ଜଣେ ମଣିଷ ନିଜ ଜୀବନରେ ଏତେ ସଂଘର୍ଷ କରି ଏବେ ବଡ ସଫଳତା ପାଇ ସୁସାଇଡ କରିବ ଏଇଟା ବିଶ୍ଵାସ ହେଉନି । ହେଲେ ସେ ବହୁତ ଇମସନାଲ ବୋଧେ ସେ କେଉଁଠି ନା କେଉଁଠି ଆଘାତ ପାଇଥିବେ ।

ତାଙ୍କ ଜୀବନରେ ଏମିତି କିଛି ଘଟିଛି ଯାହା ତାଙ୍କୁ ଏଇ ରାସ୍ତା ବାଛିବା ପାଇଁ ବାଧ୍ୟ କରିଦେଇଛି । ଏ ଭାବନାର ବାହାରେ ଚିନ୍ତାର ବାହାରେ ଏବେ ବି ବିଶ୍ଵାସ କରି ହେଉନି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସିଦ୍ଧାନ୍ତ ମହାପାତ୍ର ନିଜ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *