ଶୁଭଲକ୍ଷ୍ମୀ ରଚିଥିଲା କି ମିଛ ମାୟାଜାଲ ? ନା ଥିଲେ ରମାଦେବୀ ଛାତ୍ରୀ ଓ ନା ହିଁ ଅନ୍ୟ କଲେଜ୍ ବୋଲି ମିଳୁଛି ପ୍ରମାଣ

ଶୁଭଲକ୍ଷ୍ମୀ ରଚିଥିଲେ କି ପ୍ରକାର ମିଛର ମାୟାଜାଲ ! ତେବେ ଖବର ମୁତାବିକ ନିକଟରେ ଚର୍ଚାକୁ ଆସିଥିବା ଶୁଭଲକ୍ଷ୍ମୀ ମୃ-ତ୍ୟୁ ମାମଲାରେ ଆସିଛି ଆଉ ଏକ ନୂଆ ଟ୍ଵୀଷ୍ଟ ! ତେବେ ଭୁବନେଶ୍ବର ସ୍ଥିତ ଦୀପାଳୀ ହୋଟେଲରୁ ମିଳିଥିବା ଶୁଭଲକ୍ଷ୍ମୀଙ୍କର ମୃ-ତ ଦେହ ପୋଲିସ ଜବତ କରିବା ପରେ ଘଟଣା ଉପରେ ତଦନ୍ତ ଆରମ୍ଭ କରିଦେଇଥିଲା । ଏହାପରେ ଶୁଭଲକ୍ଷ୍ମୀଙ୍କର ବାପାଙ୍କୁ ମଧ୍ୟ ଭୁବନେଶ୍ବର ଡାକି ସବୁ ପଚରା ଉଚରା କରାଯାଇଥିଲା ।

ତେବେ ଉକ୍ତ ମୃ-ତ ଛାତ୍ରୀଙ୍କର ବାପାଙ୍କ କହିବା ଆଧାରରେ ତାଙ୍କ ଝିଅ ରମାଦେବୀ ବିଶ୍ଵବିଦ୍ୟାଳୟରର ଛାତ୍ରୀ । ତେଣୁ ଶୁଭ ଗାଁରୁ ଆସି ଭୁବନେଶ୍ବରରେ ତାଙ୍କ ସାଙ୍ଗ ଘରେ ରହି ଏଠାରେ ପାଠ ପଢନ୍ତି । ହେଲେ ପୋଲିସ ଏହି ଘଟଣା ଉପରେ ଅଧିକ ଛାନଭିନ କରିବାକୁ ଯାଇ ରମାଦେବୀ ବିଶ୍ଵବିଦ୍ୟାଳୟ ସହ ମଧ୍ୟ ଯୋଗାଯୋଗ କରିଥିଲା । ହେଲେ କଲେଜ ତରଫରୁ ଯାହା ସୂଚନା ମିଳିଛି । ଶୁବଲକ୍ଷ୍ମୀ ରମାଦେବୀ କଲେଜର ଛାତ୍ରୀ ନୁହନ୍ତି ।

ତେବେ ଖାଲି ରମାଦେବୀ କାହିଁକି ଅନ୍ୟ କୌଣସି କଲେଜର ଛାତ୍ରୀ ବୋଲି ଶୁଭଲକ୍ଷ୍ମୀଙ୍କ ପରିବାର ତରଫରୁ କୌଣସି ମଧ୍ୟ ପ୍ରମାଣ ପତ୍ର ମିଳୁନାହିଁ । ତେବେ ମୃ-ତ ଶୁଭଲକ୍ଷ୍ମୀ ରମାଦେବୀ କଲେଜର କୌଣସି ଷ୍ଟ୍ରିମର ମଧ୍ୟ ଛାତ୍ରୀ ନୁହନ୍ତି ବୋଲି ନିଜେ କଲେଜର ଅଧ୍ୟକ୍ଷା ଏନେଇ ସବୁ କିଛି ସ୍ପଷ୍ଠ କରିଛନ୍ତି । ତେବେ ଶୁଭଲକ୍ଷ୍ମୀ ସତରେ ପାଠ ପଢୁଥିଲେ ନା ପାଠ ପଢିବା ବାହାନାରେ ଭୁବନେଶ୍ବରରେ ଆସି ଅନ୍ୟ କାମ କରୁଥିଲେ । ତାହାର ପୁରା ଛାନଭିନ ପୋଲିସ କରିବାରେ ଲାଗି ପଡିଛି ।

ପୋଲିସର ପଚରା ଉଚରାରେ ଝିଅ ଭୁବନେଶ୍ବର ଆସିଥିବା ତାରିଖ ସହ ଶୁଭଲକ୍ଷ୍ମୀଙ୍କ ବାପା କହିଥିବା କଥାର ତାଳମେଳ ମଧ୍ୟ ପାଉନଥିଲା । ଏହାପରେ ଶୁଭଲକ୍ଷ୍ମୀଙ୍କର ବାପା ଗୋଟିଏ ପରେ ଗୋଟିଏ କଥା ନିଜ ଝିଅ ବିଷୟରେ ସତ କହିବା ଆରମ୍ଭ କରିଥିଲେ । ସାଥି ଖବର ଅନୁଯାଇ ଗତ ୩୦ ତାରିଖରୁ ଶୁଭଲକ୍ଷ୍ମୀ ତାଙ୍କ ଗ୍ରାମରୁ ଆସି ଭୁବନେଶ୍ବରର ହୋଟେଲରେ ନିଜ ପୁରୁଷ ବନ୍ଧୁ ଅନିଲ ଭୋଳ ସହ ରହିଥିଲେ ।

ଆଗକୁ ମୃ-ତ ଯୁବତୀ ଶୁଭଲକ୍ଷ୍ମୀଙ୍କ ମୃ-ତ୍ୟୁ ମାମଲାରେ କେଉଁ ପ୍ରକାର ତ୍ଵିଷ୍ଟ ଆସିବା ପାଇଁ ଯାଉଛି । ତାହା ଦେଖିବାକୁ ଅପେକ୍ଷା ରହିଲା । ଏହିପରି ଖବରର ଅପଡେଟ  ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *