ହିନ୍ଦୀ ସିନେମାରେ ୮୦ – ୯୦ ଦଶକରେ ଏମିତି ବହୁତ ଫିଲ୍ମ ଅଛି, ଯାହା ଦର୍ଶକମାନଙ୍କ ହୃଦୟରେ ଏକ ଭିନ୍ନ ପ୍ରକାରର ଛାପ ଛାଡି ଦେଇ ଯାଇଛି । ସେଥି ମଧ୍ୟରୁ ଗୋଟିଏ ଫିଲ୍ମ ହେଉଛି ‘ସତ୍ୟମ ଶିବମ ସୁନ୍ଦରମ’ । ଏହି ଫିଲ୍ମର କାହାଣୀ ଓ ଏହାର କିରଦାର ସମସ୍ତଙ୍କୁ ବହୁତ ଆକର୍ଷିତ କରିଥିଲା ଏହି ଫିଲ୍ମ ପ୍ରତି । ଏହି ଫିଲ୍ମରେ ଶଶି କପୁର ଓ ଜୀନତ ଅମାନ ଲିଡ ରୋଲରେ ନଜର ଆସିଥିଲେ । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଏହି ଫିଲ୍ମ ପାଇଁ ରାଜ କପୁରଙ୍କ ପ୍ରଥମ ପସନ୍ଦ ଜୀନତ ଅମାନ ନ ଥିଲେ ।
ରାଜ କପୁର ‘ସପନୋଂ କା ସୌଦାଗର’ ଫିଲ୍ମ ପରେ ‘ସତ୍ୟମ ଶିବମ ସୁନ୍ଦରମ’ ଫିଲ୍ମରେ ହେମା ମାଳିନୀଙ୍କୁ କାଷ୍ଟ କରିବାକୁ ଚାହୁଁ ଥିଲେ । ଏହି ଫିଲ୍ମକୁ ନେଇ ହେମା ମାଳିନୀ ବହୁତ ଉତ୍ସାହିତ ଥିଲେ । କିନ୍ତୁ ସେଟରେ ସେ କିଛି ଏହିଭଳି ଦେଖି ଦେଲେ କି ତାଙ୍କର ଗୋଡ ହାତ ଫୁଲି ଗଲା ।
ମିଡିଆ ରିପୋର୍ଟ ଅନୁସାରେ ରାଜ କପୁର ‘ସତ୍ୟମ ଶିବମ ସୁନ୍ଦରମ’ରେ ପ୍ରଥମେ ରାଜେଶ ଖନ୍ନା ଓ ହେମା ମାଳିନୀଙ୍କୁ କାଷ୍ଟ କରିବା ପାଇଁ ଚାହୁଁ ଥିଲେ । ଦୁଇ କଳାକାରଙ୍କୁ ରାଜ କପୁର ଏହି ଅଫର ଦେଇ ଥିଲେ ଓ ଦୁଇ ଜଣ ରାଜି ବି ହୋଇ ଯାଇ ଥିଲେ । ଫିଲ୍ମ ସ୍କ୍ରିପ୍ଟ ଶୁଣିବା ପରେ ଅଭିନେତ୍ରୀ ହେମା ମାଳିନୀ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ, କାରଣ ଫିଲ୍ମରେ ରୂପାର କିରଦାର ହେମା ମାଳିନୀଙ୍କ ଛବି ଠାରୁ ପୂରାପୂରି ଅଲଗା ଥିଲା ।
ରାଜ କପୁର ହେମା ମାଳିନୀଙ୍କୁ ସ୍କ୍ରିନ ଟେଷ୍ଟ ପାଇଁ ଆରକେ ଷ୍ଟୂଡିଓକୁ ଡାକିଲେ । ‘ସତ୍ୟମ ଶିବମ ସୁନ୍ଦରମ’ ଫିଲ୍ମରେ ରୂପା କିରଦାର ସେହି ସମୟ ହିସାବରେ ବହୁତ ବୋଲ୍ଡ ଥିଲା । ଯେତେବେଳେ ରାଜ କପୁର ହେମା ମାଳିନୀଙ୍କୁ କ୍ୟାରେକ୍ଟରର ଅନ୍ଦାଜ, ଲୁକ ଓ ଡ୍ରେସ ବିଷୟରେ କହିଲେ ତେବେ ହେମା ମାଳିନୀଙ୍କ ହାତ ଗୋଡ ଫୁଲି ଯାଇ ଥିଲା । ହେମା ମାଳିନୀ ଏହାକୁ ଶୁଣିବା ପରେ ପୁରା ସ୍ତବ୍ଧ ହୋଇ ଯାଇଥିଲେ । କୁହାଯାଏ କି ସ୍କ୍ରିପ୍ଟ ଶୁଣିବା ପରେ ଯେତେବେଳେ ହେମା ମିଳିନୀ ଡ୍ରେସର ଟ୍ରାୟଲ ପାଇଁ ଡ୍ରେସିଙ୍ଗ ରୁମକୁ ଗଲେ ତେବେ ସେ ସେଠୁ ପଛ ଗେଟରୁ ଚୁପଚାପ ଚାଲି ଗଲେ ।
କାରଣ ସେ ରାଜ କପୁରଙ୍କୁ ସିଧା ସିଧା ଫିଲ୍ମ ପାଇଁ ମନା କରି ପାରି ନ ଥାନ୍ତେ । ଏହି କଥା ଜାଣିବା ପରେ ରାଜ କପୁର ବି ବୁଝି ଗଲେ କି ହେମା ମାଳିନୀ ଏହି କିରଦାରକୁ କରିବାକୁ ଚାହୁଁ ନାହାନ୍ତି । ଏହା ପରେ ରାଜ କପୁର ଏହି କିରଦାର ପାଇଁ ଜିନତ ଅମାନକୁ ଅଫର ଦେଲେ । ଜିନତ ଅମାନ ବି ଏହି ଫିଲ୍ମ ପାଇଁ ହଁ କହି ଦେଲେ ଓ ତାଙ୍କର ଏହି କିରଦାର ଇତିହାସରେ ଦର୍ଜ ହୋଇ ଗଲା ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।