ଆମର ହିନ୍ଦୁ ଧର୍ମରେ ଶିବରାତ୍ରିର ବହୁତ ମହତ୍ଵ ଅଛି । ଏହି ପର୍ବ ଫାଲ୍ଗୁନ ମାସର କୃଷ୍ଣପକ୍ଷର ଚତୁରଦର୍ଶୀରେ ପାଳନ କରାଯାଏ । କୁହାଯାଏ କି ଏହି ଦିନରେ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ହୋଇ ଥିଲା । ଏହି ଦିନରେ ଯଦି ଆପଣ ପୂଜା ପାଠ ଓ ବ୍ରତ ରଖୁଛନ୍ତି ତେବେ ଆପଣଙ୍କ ଘରେ ଓ ଜୀବନରେ ଖୁସିର ଆଗମନ ହୋଇଥାଏ । କୁହାଯାଏ କି ଯଦି ଆପଣ ଘରର ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ସବୁଦିନ ଘରେ ଦୀପ ଜଳାନ୍ତୁ ।
କିନ୍ତୁ ପବିତ୍ର ଶିବରାତ୍ରି ଦିନ ଯଦି ଆପଣ ଦୀପ ଜାଲୁଛନ୍ତି ତେବେ ଆପଣଙ୍କର ସବୁ ଇଚ୍ଛା ପୂର୍ଣ ହୋଇଥାଏ । କିନ୍ତୁ ଯଦି ଆପଣ ଦୀପ ଜାଳିବା ସମୟରେ ଏହି ସବୁ କଥାର ଧ୍ୟାନ ରଖିବେ ତେବେ ଆପଣଙ୍କ ଘରେ ସୁଖ ଓ ଶାନ୍ତିର ଆଗମନ ହେବ । ଏହା ସହିତ ଆର୍ଥିକ ଅଭାବ ବି ଦେଖାଯିବ ନାହିଁ । ଚାଳନ୍ତୁ ଜାଣିବା ଜାଗରରେ ଦୀପ ଜାଳିବା ସମୟରେ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ ।
ଯଦି ଆପଣ ମନ୍ଦିରରେ ଘିଅର ଦୀପ ଜଳାଉଛନ୍ତି ତେବେ ସ୍ଵଚ୍ଛ ଦୀପ ଓ ଘିଅର ବ୍ୟବହାର କରନ୍ତୁ । ଧଳା ରଙ୍ଗର ସଳିତା ବ୍ୟବହାର କରନ୍ତୁ । କିନ୍ତୁ ଯଦି ଆପଣ ଘରେ ଦୀପ ଜାଳୁଛନ୍ତି ତେବେ ନାଲି ରଙ୍ଗର ସଳିତାରେ ଦୀପ ଜଳାନ୍ତୁ । ବାସ୍ତୁ ଶାସ୍ତ୍ର ଅନୁସାରେ ସବୁଦିନ ଘରେ ସକାଳେ ଓ ସନ୍ଧ୍ୟା ସମୟରେ ଦୀପ ଜାଳିବା ଦ୍ଵାରା ଘରେ ସକାରାତ୍ମକ ଊର୍ଜାର ସଂଚାର ହୋଇଥାଏ ଓ ଘରର ନକାରାତ୍ମକ ଶକ୍ତିର ସଂଚାର ଦୂର ହୋଇଥାଏ । ଘରେ ସୁଖ ସମୃଦ୍ଧି ଆସିଥାଏ । ସେଥିପାଇଁ ଶିବରାତ୍ରି ଦିନ ଘରର ଠାକୁର ଘରେ ନିଶ୍ଚିତ ରୂପରେ ଦୀପ ଜଳାନ୍ତୁ ।
ଯଦି ଆପଣ ସବୁଦିନ ଘରର ମୁଖ୍ୟ ଦ୍ଵାରରେ ଦୀପ ଜାଳୁଛନ୍ତି ତେବେ ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ସବୁବେଳେ ମନେ ରଖନ୍ତୁ କି ଦୀପକୁ କେବେ ବି ତଳେ ରଖିବେ ନାହିଁ । ଦୀପକୁ ସର୍ବଦା ଚାଉଳ ଦେଇ ନଚେତ ଅନ୍ୟ କୌଣସି ଜିନିଷ ଦେଇ ରଖନ୍ତୁ । ମହା ଶିବରାତ୍ରି ଦିନ ବି ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦ୍ଵାରା ଦୀପ ଲଗାନ୍ତୁ । ଗୋବର ଦେଇ ଯଦି ଆପଣ ଦୀପ ଜାଳୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ ।
କେବେ ବି ଜଳୁଥିବା ଦୀପକୁ ଫୁଙ୍କି ଲିଭାନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ଅଶୁଭ ହୋଇଥାଏ । ଭଗବାନ ଆପଣଙ୍କ ଉପରେ ରୁଷ୍ଟ ହୋଇ ଯାଆନ୍ତି । ସେଥିପାଇଁ ଏହିଭଳି କରନ୍ତୁ ନାହିଁ । ଯଦି ମହାଶିବରାତ୍ରି ଦିନ ଜାଗର ବ୍ରତ କରୁଛନ୍ତି ତେବେ ମହାଦୀପ ଉଠିବା ପର୍ଯ୍ୟନ୍ତ ଉପାସ ରୁହନ୍ତୁ । ନିଜର ଦୀପକୁ ସେହି ସମୟ ପର୍ଯ୍ୟନ୍ତ ଲିଭିବାକୁ ଦିଅନ୍ତୁ ନାହିଁ । ଜାଗରରେ ଦୀପ ଜାଳିବା ସମୟରେ ସର୍ବଦା ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ ତେବେ ଆପଣଙ୍କ ଆରାଧନା ଭଗବାନ ଶୁଣିବେ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।